ଜୀବନର ମଝି ସମୟରେ ଦିବ୍ୟାଙ୍ଗ ସାଜି ବିଛଣାରେ ୩ବଢିଲା ଝିଅ, କଣ କରିବେ ବାପା ମାଆ ଚିନ୍ତାରେ

ପରିବାରରେ ଝିଅ ଥିଲେ ବାପା ମାଆଙ୍କର ପ୍ରଥମ ଚିନ୍ତା, ବଢିଲା ଝିଅ କେମିତି କୂଳରେ ଲାଗିବେ । ଆଉ ଶୀଘ୍ର ସେମାନେ ନିଜ ଘରକୁ ଯାଇ ସଂସାର ଗଢିବେ । ସେଥିପାଇଁତ ଲାଗିପଡନ୍ତି ଭଲ ବରପାତ୍ର ଖୋଜିବାରେ । ହେଲେ ଏଠି ବରପାତ୍ର କଣ ଖୋଜିବେ ତିନି ତିନିଟି ଝିଅଙ୍କୁ କେମିତି ରୋଗମୁକ୍ତ କରିବେ ଆଉ ଭଲ କରିବେ ସେହି ଚିନ୍ତା ଏବେ ଗୋଟେ ବାପାମାଆକୁ । ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ଗୋଟେ ପରିବାରକୁୁ ଶକ୍ତ ଧକ୍କା ଦେଇଚି । ଗୋଟେ ବାପା ବୁଝିପାରୁନି ଏବେ ସେ କଣ କରିବ । ଦୁଖର ପାହାଡ ଏଇ ପରିବାର ଉପରେ ଏମିତି ପଡିଛି ଯେ ତାକୁ କାଟି ଆଗକୁ ବଢିବା ଏତେ ସହଜ ନୁହେଁ ଏମାନଙ୍କ ପାଇଁ ।

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକଠାରୁ 18କି.ମି ଦୂରତାରେ ରହିଛି ଘରଧରା ଗାଁ । ଏହି ଘରଧରା ଗାଁରେ ଉପେନ୍ଦ୍ର ବନଛୋରଙ୍କ ପରିବାର । ଉପେନ୍ଦ୍ର ବନଛୋରଙ୍କ ପରିବାର କହିଲେ ତାଙ୍କ ପତ୍ନି ଅର୍ଣପୂର୍ଣା ବନଛୋର ସମେତ 4 ଝିଅ ଓ 2 ପୁଅ । ଉପେନ୍ଦ୍ର ଜଣେ ଗରିବ ଓ ନାମମାତ୍ର ଚାଷି ଅଟନ୍ତି। ସେ ଯାହା ରୋଜଗାର କରନ୍ତି ତହିରେ ନିଜର ପରିବାର ଚ ଳାନ୍ତି । କିନ୍ତୁ ବଡକଥା କଣ ଜାଣନ୍ତି, ଘରଧରା ଗାଁର ଉପେନ୍ଦ୍ର ବନଛୋରଙ୍କ 3ଝିଅ ଏବେ ଦିବ୍ଯାଂଗ ସାଜି ବିଛଣାରେ । ଆଉ ଏବେ ସେମାନଙ୍କର ଚିକିତ୍ସା ବହନ କରିବା ଉପେନ୍ଦ୍ରଙ୍କ ପାଇଁ କୋଉ ବଡ ଯନ୍ତ୍ରଣାଠାରୁ ବି କମ ନୁହେଁ ।

ଉପେନ୍ଦ୍ରଙ୍କ 4ଝିଅଙ୍କ ମଧ୍ଯରୁ 3ଜଣ ବୟସ୍କ ଝିଅ ଏବେ ଦିବ୍ଯାଂଗ ସାଜି ଚିକିତ୍ସା ଅଭାବରୁ ବିଛଣାରେ ପଡିରହି ଦୁର୍ବିସହ ଜୀବନଯାପନ କରୁଛନ୍ତି। ଉପେନ୍ଦ୍ରଙ୍କ ତିନିଝିଅ ଗାୟତ୍ରୀ ବନଛୋର,ଗୈାତମୀ ବନଛୋର ଓ ଚମ୍ପାକଳି ବନଛୋର ମାଟ୍ରିକ ପଢିବା ପରେ ସେମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ଯା ଦେଖାଦେଇଥିଲା । କ୍ରମଶଃ ସେମାନଙ୍କ ହାତ ଗୋଡ ଅଙ୍କାବଙ୍କା ହେବା ସହ ସେମାନଙ୍କର ଅଂଗପ୍ରତ୍ଯଂଗ ଠିକ ଭାବେ କାମ କ ଲାନି । ଏବେ ଚିକିତ୍ସା ଅଭାବରୁ ବିଛଣାରେ ପଡିରହି ଦୁର୍ବିସହ ଜୀବନଯାପନ କରୁଛନ୍ତି ୩ଜଣ ।ଏମାନଙ୍କର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି ତାଙ୍କର ମାଆ ଅର୍ନ୍ନପୂର୍ଣ୍ଣା। ଉପେନ୍ଦ୍ର ନିଜର ସର୍ବସ୍ୱ ବିକ ି ଟଙ୍କା ଧାର ଉଧାର କରି ଚିକିତ୍ସା କରିଥିଲେ ବି ସୁଫଳ ମିଳୁନାହିଁ । ଏବେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ଯକ ବୋଲି ଡାକ୍ତରମାନେ କହିବା ପରେ ଉପେନ୍ଦ୍ରଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ଅର୍ଥାଭାବରୁ ଉପେନ୍ଦ୍ର ତିନି ଝିଅକୁ ଚିକିତ୍ସା କରିନପାରି ନିଜ ଗାଁକୁ ଫେରାଇ ଆଣିଛନ୍ତି । ଆଗକୁ ତିନି ଦିବ୍ଯାଂଗ ଝିଅର କିଭଳି ଚିକିତ୍ସା କରିବେ ସେନେଇ ଉପେନ୍ଦ୍ର ଓ ତାଙ୍କ ପରିବାର ଲୋକେ ଚିନ୍ତାରେ ।

ଦର୍ଶକବନ୍ଧୁ ଦାରିଦ୍ର୍ଯ ଦୂରିକରଣ ଓ ଉ ତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ଯକାରୀ କରୁଛନ୍ତି । ହେଲେ ପ୍ରଶାସନର ଆନ୍ତରିକତା ଅଭାବରୁ ଯୋଜନାର ସୁଫଳ ଗରିବ ଶ୍ରେଣ ୀରେ ପହଂଚି ପାରୁ ନି। ଯାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଏହି ପରିବାରରେ ।

ଦିନକୁ ଦିନ ଶୋଚନିୟ ହେବାରେ ଲାଗିଛି ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା । ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ନେଇ ବହୁ ଖର୍ଚ୍ଚାନ୍ତ ହୋଇ ସର୍ବଶା‘ ହୋଇପଡିଲେଣି ସେ । ଏବେ ତାଙ୍କ ପରିବାରକୁ ଦ୍ୱିଓଳି ଖାଇବାକୁ ସଂଘର୍ଷ କରିବାକୁ ପଡୁଛି । ତେଣୁ ଏବେ କେବଳ ସହାୟତାକୁ ଅନାଇ ରହିଛନ୍ତି ଉପେନ୍ଦ୍ର ଓ ତାଙ୍କ ପତ୍ନି ।

ସେପଟେ ସ୍ଥାନିୟ ଜିଲାପରିଷଦ ସଦସ୍ଯ ଚିତରଂଜନ ବେହେରା ତାଙ୍କ ଘରକୁ ଯାଇ ସେମାନଙ୍କ ସମସ୍ଯା ବୁଝିବା ସହ ଦିବ୍ଯାଂଗ ଭତା, ରାଶନ କାର୍ଡ ଯୋଗେଇ ଦେବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନାରେ ଚିକିତ୍ସା କରେଇବା ପାଇଁ ପ୍ରତିଶୃତି ଦେଇଛନ୍ତି । ଏପରିକି ମୁଣ୍ଡ ଗୁଂଜିବା ପାଇଁ ଏକ ଆବାସ ଗୃହ ଯୋଗେଇ ଦେବା ପାଇଁ ବି ପ୍ରଶାସନ ନିକଟରେ ଦାବି କରିବେ ବୋଲି କହିଛନ୍ତି। ଅ ନ୍ୟପଟେ ସମସ୍ତ ସୁବିଧା ସୁଯୋଗ ଯୋଗେଇ ଦିଆଯିବା ପାଇଁ ଆବଶ୍ଯକ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଖଡିଆଳ ବିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.