ବସ୍‌କୁ ଧକ୍କା ଦେଲା ବସ୍‌: ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ

କେନ୍ୟୁଜ୍(ବ୍ୟୁରୋ):  ବସ୍‌କୁ ଧକ୍କା ଦେଲା ବସ୍‌ । ୯ ଯାତ୍ରୀଙ୍କ ମୃତ୍ୟୁ, ୧୬ ଆହତ । ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଏକ୍ସପ୍ରେସେଓ୍ଵ ରେ ଘଟିଛି  ମର୍ମନ୍ତୁଦ ଦୁର୍ଘଟଣା। ବାରବାଙ୍କୀ ନିକଟରେ ଭୋର ପ୍ରାୟ ୪ଟା ବେଳେ ଦୁର୍ଘଟଣା ଘଟିଥିଲା। ଗୋଟିଏ ଦୁଇ ଥାକିଆ ବସ୍‌ ଛିଡ଼ା ହୋଇଥିବା ବେଳେ ଆଉ ଗୋଟିଏ ଦୁଇ ଥାକିଆ ବସ୍‌ ଆସି ଏହାକୁ ଧକ୍କା ଦେଇଥିଲା। ଉଭୟ ବସ୍‌ ଦିଲ୍ଲୀରୁ ବିହାର ଯାଉଥିଲା।

ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍‌ ଭାଙ୍ଗିରୁଜି ଯାଇଛି। ଘଟଣା ସ୍ଥଳରେ ହିଁ ୯ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି ୨ ଜଣ ମହିଳା ଓ ଜଣେ ଶିଶୁ । ଆହତ ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.