Below header

ନଗ୍ନ ଫଟୋ ଉଠାଇ ବିବାଦରେ ରଣବୀର ସିଂହ, ପୋଲିସରେ ମାମଲା ରୁଜୁ କଲେ ଲୋକ

ବଲିଉଡ୍‌ ଅଭିନେତା ରଣବୀର ସିଂହ ଏବେ ନିଜର ଏକ ଫଟୋ ସୁଟ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ବିନା ଡ୍ରେସ୍‌ରେ ଫଟୋସୁଟ୍‌ କରି ଏବେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ରଣବୀର ସିଂହ। ରଣବୀରଙ୍କ ଫଟୋ ଯୋଗୁ ଲୋକମାନେ ତାଙ୍କ ପତ୍ନୀ ଓ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କର ମଧ୍ୟ ମଜାକ୍‌ ଉଡ଼ାଉଛନ୍ତି। ଦୀପିକାଙ୍କୁ ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ଫଟୋ ଇମ୍ପ୍ରେସ୍‌ କରିଛି ବୋଲି ସେ କହିଛନ୍ତି। ଦୀପିକାଙ୍କର ଏହି କମେଣ୍ଟ ପରେ ଲୋକମାନେ ତାଙ୍କୁ ମଧ୍ୟ ଟ୍ରୋଲ କରୁଥିବା ଦେଖାଯାଇଛି। ଇତି ମଧ୍ୟରେ ରଣବୀର ସିଂହଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି।

ରଣବୀର ସିଂହ ନଗ୍ନ ଫଟୋ ଉଠାଇବା ପରେ ତାଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହା ଭାରତୀୟ ସଂସ୍କୃତିକୁ ଖରାପ କରୁଛି ବୋଲି ଲୋକମାନେ ଅଭିଯୋଗ କରି ବେସରକାରୀ ସଂସ୍ଥା ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନ୍‌ରେ ରଣବୀର ସିଂହଙ୍କ ବିପକ୍ଷରେ ଅଭିଯୋଗ କରିଛନ୍ତି। ଶ୍ୟାମ ମଙ୍ଗରାମ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓ ଅଭିଯୋଗରେ ଲେଖିଛି, ଆମେ ଗତ ୬ ବର୍ଷ ହେଲାଣି ପିଲା, ବିଧବାଙ୍କ ସୁନ୍ଦର ଭବିଷ୍ୟତ ପାଇଁ କାମ କରୁଛୁ। ଗତ ସପ୍ତାହରେ ଆମେ ରଣବୀର ସିଂହଙ୍କର କେବଳ ନଗ୍ନ ଫଟୋ ଭାଇରାଲ ହୋଇଥିବା ଦେଖିଥିଲୁ। ଏ ଫଟୋ ଯେଉଁ ହିସାବରେ କ୍ଲିକ୍‌ କରାଯାଇଛି, ସେଥିରେ ଯେକୌଣସି ମହିଳା ଓ ପୁରୁଷ ଲଜ୍ଜା କରିବେ।

Ranveer

କ’ଣ ରହିଛି ମାମଲା:

ଏକ ଲୋକପ୍ରିୟ ମାଗାଜିନ୍‌ ପାଇଁ ରଣବୀର ସିଂହ ଏହି ନ୍ୟୁଡ୍‌ ବା ନଗ୍ନ ଫଟୋସୁଟ୍‌ କରିଛନ୍ତି। କିଛି ଫଟୋରେ ତ ତାଙ୍କ ଦେହରେ ସୂତା ଖିଅଟିଏ ବି ନାହିଁ। ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ପୋଜ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋରେ ରଣବୀର ବେଶ୍‌ କନିଫିଡେଣ୍ଟ ନଜର ଆସିଛନ୍ତି ଓ ନିଜ ମସ୍କୁଲାର ବଡିକୁ ଦେଖାଉଥିବା ନଜର ଆସିଛନ୍ତି।

Also Read: ରଣବୀର ସିଂହଙ୍କ ନଗ୍ନ ଫଟୋସୁଟ୍‌, ସେୟାର କଲେ ଦେହରେ ସୂତା ଖିଅଟିଏ ବି ନ ଥିବା ଫଟୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.