୨୦୧୨ରେ ଜମି ବାଡି ବିବାଦକୁ କେନ୍ଦ୍ର କରି ଜଣକୁ ହତ୍ୟା କରିଥିଲେ ୮ ଅଭିଯୁକ୍ତ, ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

ଯାଜପୁର ଟାଉନ(କେନ୍ୟୁଜ୍)): ୧୦ ବର୍ଷ ତଳେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଓ ଦୌରାଜଜ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଚଇନପୁର ପଂଚାୟତ ଗଶେଶ୍ୱରପୁର ଗାଁର ଧନେଶ୍ୱର ବେହେରା ହତ୍ୟାକାଣ୍ଡ ମାମଲାର ଏଭଳି ରାୟ ଶୁଣାଇଛନ୍ତି ଜିଲା ଓ ଦୌରାଜଜ ।

jajpur town 2

ଗତ ୨୦୧୨ ମସିହାରେ ପୂର୍ବ ଶତୃତା ଓ ଜମି ବାଡି ବିବାଦ କୁ କେନ୍ଦ୍ର କରି ଧନେଶ୍ୱର ବେହରାଙ୍କୁ ତାଙ୍କ ସଂପର୍କୀୟ ଏବଂ ପଡୋଶୀ ସଂଘବଦ୍ଧ ଆକ୍ରମଣ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ ।  ଏହି ଘଟଣାରେ ୧୮ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ପରେ ମାନ୍ୟବର ଅଦାଲତ ୮ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସହିତ ୨ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପ୍ରକାଶ ପାଇବା ପରେ ଧନେଶ୍ୱରଙ୍କ ପତ୍ନୀ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.