ଭାଇ ଭଉଣୀ ବିକୁଥିଲେ ଧଳା ଜହର: ୬୦ ଗ୍ରାମର ବ୍ରାଉନସୁଗାର ସହ ଉଭୟଙ୍କୁ ଗିରଫ କଲା ପୋଲିସ

ଯାଜପୁର ଟାଉନ (କେନ୍ୟୁଜ୍): ଧଳା ଜହର କାରବାର ବେଳେ ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଏକସାଇଜ ସୁପରିଟେଣ୍ଡେଣ୍ଟ ଅମରେନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଳକ ମାଳଆନନ୍ଦପୁର ନିକଟରେ ଚଢ଼ାଉ। ୬୦ଗ୍ରାମର ବ୍ରାଉନସୁଗାର ଓ ନଗଦ ୫୦୦୦ ଟଙ୍କା ଜବତ ଏବଂ ୨ଜଣ ଭାଇ ଭଉଣୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ଗିରଫ ଭାଇ ଭଉଣୀ ହେଲେ ଭଦ୍ରକ ରହନଜା ଅଞ୍ଚଳର ଅନନ୍ତ ଖଟୁଆ ଏବଂ ବ୍ୟାସନଗର ଅଞ୍ଚଳର ସବିତା ମହାନ୍ତି। ଏମାନେ ବାଲେଶ୍ଵରରୁ ଧଳାଜହର ଆଣି ପୁଡ଼ିଆ କରି ଯାଜପୁରର ବିଭିନ୍ନ ଅଞ୍ଚଳରେ ଯୋଗାଉ ଥିଲେ। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ଅବକାରୀ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.