ରାଜ୍ୟସଭା ସିଟ, ରାଜ୍ୟପାଳ ପଦ ଯୋଗାଇ ଦେବାକୁ କହି ୧୦୦ କୋଟି ପର୍ଯ୍ୟନ୍ତ ଠକି ନେଉଥିଲେ ଦୁର୍ବୁର୍ତ୍ତ

ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେସ୍ଟିଗେସନ ବା ସିବିଆଇ ସୋମବାର ଏକ ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗର କଳା କର୍ତ୍ତୃତ୍ୱକୁ ସାମ୍ନାକୁ ଆଣିବା ସହ ଏହାର କଳା କାରନାମର ପର୍ଦ୍ଦାଫାସ କରିଛନ୍ତି । ଏହି ଘଟଣାରେ ଚାରି ଜଣ ଗିରଫ ହୋଇଥିବା ଜଣାଯାଇଛି । ଅଭିଯୋଗ ମୁତାବକ ଏହି ଅନ୍ତଃରାଜ୍ୟ ଗ୍ୟାଙ୍ଗ ସାଧାରଣ ଲୋକଙ୍କୁ ରାଜ୍ୟସଭା ଏମିତିକି ରାଜ୍ୟପାଳ ପଦ କରାଇ ଦେବା ନାଁରେ ଶହ ଶହ କୋଟି ଟଙ୍କା ପର୍ଯ୍ୟନ୍ତ ଠକି ନେଉଥିଲେ । ଏହି କେନ୍ଦ୍ରୀୟ ତଦନ୍ତ କାରୀ ସଂସ୍ଥା ଏହି ମାମଲା ସହିତ ଜଡିତ ଅନ୍ୟ ଅଭିଯୁକ୍ତ ମାନଙ୍କ ବାବଦରେ ଅଧିକ ଖୋଳତାଡ ଚଳାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମହାରାଷ୍ଟ୍ର ଲାଟୁର ଅଂଚଳର ପ୍ରେମକୁମାର ବଂଦଗାର, କର୍ଣ୍ଣାଟକ ବେଲଗାଓଁ ଅଂଚଳର ରବୀନ୍ଦ୍ର ବିଠଲ ନାୟକ, ଦିଲ୍ଲୀ ଏନସିଆରର ମହେନ୍ଦ୍ର ପାଲ ଆରୋରା, ଅଭିଷେକ ବୁରା, ମହମ୍ମଦ ଆଇଜ ଖାନ । ଏମଧ୍ୟରୁ ଜଣେ ନିଜକୁ ଜଣେ ବରିଷ୍ଠ ସିବିଆଇ ଅଧିକାରୀର ପରିଚୟ ଦେଇ ଲୋକଙ୍କୁ ଠକି ଆସୁଥିଲେ ।

ଅଭିଯୋଗ ଅନୁଯାୟୀ ପ୍ରେମକୁମାର ବଂଦଗାର ନିଜକୁ ଜଣେ ସିବିଆଇ ଅଫିସର ଭାବେ ପରିଚୟ ଦେବା ସହ ତାଙ୍କର ଦେଶର ବିଭିନ୍ନ ଉଚ୍ଚ ପଦସ୍ଥ ଅଫିସର ମାନଙ୍କ ସହିତ ସମ୍ପର୍କ ଅଛି ବୋଲି କହି ଆସୁଥିଲେ । ଅନ୍ୟାନ ସହଯୋଗୀ ମାନଙ୍କୁ ବେଆଇନ କାର୍ଯ୍ୟ କରି ମୋଟା ଅଙ୍କର ଟଙ୍କା ହଡପ କରିବାକୁ ମତାଇଥିଲେ । ସେମାନେ ଧନୀ ଲୋକଙ୍କୁ ଠାବ କରି ରାଜ୍ୟସଭା ସିଟ, ରାଜ୍ୟପାଳ ପଦଵୀ କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ସଂସ୍ଥାରେ ଉଚ୍ଚପଦସ୍ଥ ଅଧିକାରୀ ପଦ ଯୋଗାଇ ଦେବାକୁ କହି ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଥିଲେ । ସିବିଆଇକୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି କାମ ପାଇଁ ସେ ବରିଷ୍ଠ ଅଧିକାରୀ କିମ୍ବା ରାଜନୀତିଜ୍ଞ ମାନଙ୍କ ସହିତ ସମ୍ପର୍କ ଅଛି ବୋଲି ମିଛରେ କହି ମଧ୍ୟସ୍ଥିଙ୍କ ଜରିଆରେ ଟଙ୍କା ଠକି ନେବାକୁ ଦୀର୍ଘ ଦିନ ହେବ ଯୋଜନା କରୁଥିଲେ । ଖାଲି ସେତିକି ନୁହେଁ ପ୍ରେମ କୁମାର ବଂଦଗାର ବିଭିନ୍ନ ସମୟରେ ମିଛ ପରିଚୟ ଦେଇ ପୋଲିସ ତଦନ୍ତକୁ ପ୍ରଭାବିତ କରିଆସିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.