କିମ୍‌ସ ଭୁବନେଶ୍ୱରରେ ବିଶ୍ୱ ଆଇଭିଏଫ୍‌ ଦିବସ ପାଳିତ

ଭୁବନେଶ୍ବର(କେନ୍ୟୁଜ୍):  କିମ୍ସ ଭୁବନେଶ୍ୱରରେ ସୋମବାର ବିଶ୍ୱ ଆଇଭିଏଫ୍‌ ଦିବସ ପାଳିତ ହୋଇଯାଇଛି । ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟ ଟ୍ୟୁବ ଶିଶୁ ଲୁଇସ୍‌ ବ୍ରାଉନଙ୍କ ଜନ୍ମକୁ ପାଳନ କରିବା ପାଇଁ ଜୁଲାଇ ୨୫ ତାରିଖରେ ବିଶ୍ୱ ଆଇଭିଏଫ୍‌ ଦିବସ ପାଳନ କରାଯାଏ । ୨୦୧୭ ମସିହା କିମ୍ସରେ ଏକ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌-ଆଇଭିଏଫ କେନ୍ଦ୍ର ପ୍ରତିଷ୍ଠା କରାଯାଇ ଦମ୍ପତିଙ୍କୁ ସନ୍ତାନ ଲାଭର ସୁଯୋଗ ଦେଇ ଆସୁଛି । କିମ୍ସ ସେଣ୍ଟର ଫର ରିପ୍ରଡକ୍ଟିଭ୍‌ ମେଡିସିନ୍‌-ସିଆରଏମ୍‌ ଭାବେ ଜଣାଶୁଣା ଏହି ଆଇଭିଏଫ ବିଜ୍ଞାନାଗାରରେ ସର୍ବୋତ୍ତମ ଜ୍ଞାନ କୌଶଳ ଓ ଉନ୍ନତ ଭିତ୍ତିଭୂମି ରହିଛି । ବର୍ତ୍ତମାନ ସୁଦ୍ଧା ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଟେଷ୍ଟ ଟ୍ୟୁବ ଶିଶୁ ଜନ୍ମ ହୋଇସାରିଲେଣି । କିମ୍ସ ସେଣ୍ଟର ଫର ରିପ୍ରଡକ୍ଟିଭ୍‌ ମେଡିସିନ୍‌-ସିଆରଏମ୍‌ର ମୁଖ୍ୟ ପରାମର୍ଶଦାତା ଭାବେ ଡା. ମୌସୁମୀ ଆଚାର୍ଯ୍ୟ ପରାମର୍ଶ ଦେଇ ଆସୁଛନ୍ତି ।

kims2

ଆଜି ବିଶ୍ୱ ଆଇଭିଏଫ୍‌ ଦିବସ ପାଳନ ଅବସରରେ ଡା. ଆଚାର୍ଯ୍ୟ କହିଛନ୍ତି, ଯେତେ ପ୍ରକାର ବନ୍ଧ୍ୟା ରୋଗ ଚିକିତ୍ସା ରହିଛି ତନ୍ମଧ୍ୟରୁ ଆଇଭିଏଫ ପ୍ରାଣାଳୀ ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାଦୋଷ ନିବାରଣ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରୁଛି । ଏହି ପ୍ରଣାଳୀରେ ସ୍ୱଳ୍ପ ଖର୍ଚ୍ଚ ଓ ସର୍ବନିମ୍ନ ପାର୍ଶ୍ୱ ପ୍ରତିକ୍ରିୟା ସହ ଅତ୍ୟନ୍ତ ନିରାପଦ ପଦ୍ଧତି ବୋଲି ଡା. ଆଚାର୍ଯ୍ୟ କହିଛନ୍ତି । କିମ୍ସ ଆଇଭିଏଫ କେନ୍ଦ୍ରରେ ଡାକ୍ତର, ବିଶେଷଜ୍ଞ ଓ ଟେକ୍ନିସିଆନମାନେ ଦକ୍ଷ, ଉଚ୍ଚ ତାଲିମପ୍ରାପ୍ତ ହୋଇଥିବାରୁ ଉନ୍ନତ ପ୍ରଜନନ କୌଶଳ ବ୍ୟବହାର କରି ଅତି ସହଜରେ ବନ୍ଧ୍ୟାଦୋଷ ନିବାରଣ କରାଯାଇପାରୁଛି । ସାଧାରଣତଃ ଦମ୍ପତିମାନେ କେତେକ ହରମୋନ୍‌ ଏବଂ ଶାରୀରିକ ସମସ୍ୟା ଯୋଗୁଁ ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିବାରେ ଅସମର୍ଥ ହୋଇଥାନ୍ତି ।

ଆଇଭିଏଫ୍‌ ପ୍ରଣାଳୀ ଦ୍ୱାରା ମହିଳାମାନେ ମାତୃତ୍ୱ ଲାଭର ସୁଯୋଗ ପାଇପାରୁଛନ୍ତି । ଏହି ଅବସରରେ କିମସର ଆଇଭିଏଫ୍‌ କେନ୍ଦ୍ର ଅନେକ ନିଃସନ୍ତାନ ଦମ୍ପତିଙ୍କ ମୁହଁରେ ହସ ଫୁଟାଇ ପାରିଛି ବୋଲି କିମସ୍‌ ପ୍ରସୂତି ଏବଂ ସ୍ତ୍ରୀ ରୋଗ ବିଭାଗ ବିଭାଗୀୟ ମୁଖ୍ୟ ଡା. ଜ୍ୟୋତ୍ସ୍ନାମୟୀ ପଣ୍ଡା କହିଛନ୍ତି । ଆଇଭିଏଫ ପଦ୍ଧତି ମାଧ୍ୟମରେ ଲକ୍ଷଲକ୍ଷ ଶିଶୁ ଜନ୍ମ ହୋଇ ସାରିଛନ୍ତି । ଏହା ବନ୍ଧ୍ୟା ସମସ୍ୟାର ସମାଧାନ ପାଇଁ ବିଶେଷ ଭାବେ ସହାୟକ ହୋଇପାରିଛି ବୋଲି ବିଭାଗୀୟ ବରିଷ୍ଠ ଡାକ୍ତର ପ୍ରଫେସର ଡା. ସୁଧାଂଶୁ କୁମାର ରଥ କହିଛନ୍ତି । ବନ୍ଧ୍ୟାଦୋଷକୁ ଏକ ରୋଗ ଭାବରେ ବିବେଚନା କରାଯିବା ଉଚିତ ନୁହେଁ । ଉପଯୁକ୍ତ ସମୟରେ ଚିକିତ୍ସା କରାଯାଇପାରିଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ଡା. ରଥ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.