Below header

ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଅନୀଲ କପୁର, ଏହି ଫିଲ୍ମରେ ଆସିବେ ନଜର

ପ୍ରଥମ ଥର ପାଇଁ ଅନୀଲ କପୁରଙ୍କ ସହ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ରଣବୀର କପୁର। ଏବେ ବି ଅନୀଲ କପୁର ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଉଛନ୍ତି। ବର୍ତ୍ତମାନ ସେ ସନ୍ଦୀପ ରେଡ୍ଡି ବଙ୍ଗାଙ୍କ ଅପକମିଂ ଫିଲ୍ମ ଆନିମଲକୁ ନେଇ ଉତ୍ସାହିତ ଅଛନ୍ତି। କାରଣ ଏହି ଫିଲ୍ମରେ ହିଁ ଅନୀଲ ଓ ରଣବୀର ଏକାଠି ଅଭିନୟ କରିବେ।

ଏ ଅବସରରେ ରଣବୀର କପୁରଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ଅନୀଲ। ଅନୀଲ କପୁର କହିଛନ୍ତି, ରଣବୀର କପୁର ଜଣେ ଟ୍ୟାଲେଣ୍ଟେଡ୍‌ ଓ ପରିଶ୍ରମୀ ଅଭିନେତା। ସେ ସବୁ ଛୋଟ ବଡ଼ ଭୂମିକାକୁ ଅତି ନିଖୁଣ ଭାବେ ପରଦାରେ ପ୍ରଦର୍ଶିତ କରିଥାନ୍ତି। ତାଙ୍କ ସହ ମୁଁ ପ୍ରଥମ ଥର ପାଇଁ କାମ କରିବି।

ଫିଲ୍ମରେ ନିଜ ଭୂମିକା ସମ୍ପର୍କରେ ଅନୀଲ କହିଛନ୍ତି, ଆନିମଲରେ ତାଙ୍କର ଏକ ଅସାଧାରଣ ତଥା ରୋଚକ ଭୂମିକା ରହିଛି। ଅନୀଲଙ୍କ କହିବାନୁସାରେ, ଡାଇରେକ୍ଟର ଯେତେବେଳେ ତାଙ୍କୁ ପ୍ରଥମେ କାହାଣୀ ଶୁଣାଇଲେ ତାହା ତାଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ସେ ସେତେବେଳେ ହିଁ ନିଶ୍ଚିତ ଥିଲେ ଯେ ଫିଲ୍ମରେ ସେ ଅଭିନୟ କରିବେ।

ଅନୀଲ ଆହୁରି ମଧ୍ୟ କହିଛନ୍ତି, ସେ ସନ୍ଦୀପଙ୍କ ସହ କାମ କରିବାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। କାରଣ ତାଙ୍କୁ ତାଙ୍କ ଗତ ଫିଲ୍ମ କବୀର ସିଂହ ପସନ୍ଦ ଆସିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସେ ଫିଲ୍ମରେ ସମ୍ପୂର୍ଣ୍ଣ ଭିନ୍ନ ଲୁକ୍‌ରେ ନଜର ଆସିବେ।

ଅନୀଲ କହିଛନ୍ତି, ସେ ବର୍ତ୍ତମାନର ଯୁବ ପିଢ଼ି ସହ କାମ କରିବାକୁ ବେଶ୍‌ ଉତ୍ସାହିତ ଅଛନ୍ତି। ସେ ଫାଇଟରରେ ହ୍ରିତିକ ରୋଶନ, କ୍ୟାପ୍‌ଟେନ୍‌ରେ ଆଦିତ୍ୟ ରାୟ କପୁର ଓ ବିନ୍ଦ୍ରାରେ ହର୍ଷବର୍ଦ୍ଧନଙ୍କ ସହ ନଜର ଆସିବେ। ତାଙ୍କ କହିବାନୁସାରେ, ସେ ଏବେ ନିଜର ସବୁଠୁ ଭଲ ସମୟ ଦେଇ ଗତି କରୁଛନ୍ତି। ପ୍ରକାଶ ଯେ ଆନିମଲରେ ଅନୀଲ ଓ ରଣବୀରଙ୍କ ବ୍ୟତୀତ ବବି ଦେଓଲ ଓ ରଶ୍ମିକା ମନ୍ଦାନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

Also Read: ଗୁଗଲ କୋ-ଫାଉଣ୍ଡରଙ୍କ ପତ୍ନୀଙ୍କ ସହ ଆଫେୟାର୍ସକୁ ଗୁଜବ କହିଲେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.