ଆପଣଙ୍କୁ ଅସୁବିଧା କରୁଛି କି ଭୟଙ୍କର ସ୍ୱପ୍ନ, ଏହି ଜ୍ୟୋତିଷ ଉପାୟରେ ମିଳିବ ଆରାମ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ ।

ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଖରାପ ସ୍ୱପ୍ନ ଦେଖିବାରୁ କିପରି ପାଇବେ ମୁକ୍ତି ।

ଖରାପ ସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଏହି ଜ୍ୟୋତିଷ ଉପାୟ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଆଖପାଖରେ ଯଦି ନକରାତ୍ମକ ଶକ୍ତି ରହିଥାଏ,ତେବେ ଭୟଙ୍କର ସ୍ୱପ୍ନ ଦେଖି ପାରନ୍ତି । ଏମିତିରେ ରାତିରେ ଶୋଇବା ସମୟରେ ଘରେ କର୍ପୁର ଜଳାଇ ତାର ଧୂଆଁ ଦିଅନ୍ତୁ ।

ଯଦି ଆପଣଙ୍କ ସନ୍ତାନ ରାତିରେ ଭୟଭୀତ ହୋଇ ନିଦରୁ ଅଚାନକ ଉଠି ପଡ଼ନ୍ତି, ତେବେ ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ଫିଟିକିରିର ଏକ ଖଣ୍ଡ ଶୋଇବା ବେଳେ ପିଲାର ମୁଣ୍ଡ ତଳେ ରଖି ଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।

ଏହାଛଡ଼ା ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ନିଜର ବିଛଣା ତଳେ ଏକ କଳା ରଂଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରଖନ୍ତୁ । ଏଥିରୁ ମୁକ୍ତି ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.