Below header

ଜାଣି ଜାଣି ବିଷାକ୍ତ ସାପଦ୍ୱାରା ନିଜକୁ ୧୬୦ ଥର ଦଂଶନ କରାଇଲେ ବ୍ୟକ୍ତି, ସତ ଜାଣିଲେ ଆପଣ ବି କରିବେ ପ୍ରଶଂସା

ବିଷାକ୍ତ ଓ ଭୟଙ୍କର ସାପ ଦେଖିବା ମାତ୍ରେ ହିଁ ଡର ଲାଗିଥାଏ କିନ୍ତୁ ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ନିଜକୁ ୧୬୦ ଥର ସାପଦ୍ୱାରା ଆକ୍ରମଣ କରାଇଛନ୍ତି । ଏହା ଶୁଣିବା ପରେ ଆପଣ ଡରି ଯାଇଥିବେ ନିଶ୍ଚୟ ଏବଂ ମନକୁ ପ୍ରଶ୍ନ ଆସୁଥିବ ସେ ଏପରି କାନହକି କରୁଥିଲେ ? ସୂଚନା ଅନୁଯାୟୀ ଏହି ବ୍ୟକ୍ତି ଜଣଙ୍କ ଜଣେ ବୈଜ୍ଞାନିକ ଅଟନ୍ତି ଯାହାଙ୍କର ନାମ ହେଉଛି ଟିମ ଫ୍ରୀଡେ । ସେ ବିଷାକ୍ତ ସାପର ବିଷରୁ ହ୍ୟୁମ୍ୟାନ ଆଣ୍ଟିଡଟ ପ୍ରସ୍ତୁତ କରିବାକୁ ଚାଁହୁଛନ୍ତି । ଟିମଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ଲୋକ ବିଷାକ୍ତ ସାପ କାମୁଡିବା କାରଣରୁ ମରିଯାଇଥାନ୍ତି । ତେଣୁ ସେ କୁହନ୍ତି ଯେପର୍ଯ୍ୟନ୍ତ ମୁଁ ଏହାର ଭ୍ୟାକ୍ସିନ ନ ବାହାର କରିଛି ସେପର୍ଯ୍ୟନ୍ତ ଚୁପ ହୋଇ ବସିବି ନାହିଁ । ଏହି କାରଣରୁ ସେ ଅନେକ ଥର ନିଜକୁ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି । ନିକଟରେ ହିଁ ଟିମକୁ ଦୁଇଟି ଘାତକ ତାଇପାନ ଏବଂ ବ୍ଲାକ ମାମ୍ବା ସାପ କାମୁଡି ଦେଇଥିଲେ ।

ajabgajab man makes deadly snakes bite him  times in hunt for human antidote - OMG News in Hindi

ସୂଚନା ଅନୁଯାୟୀ ୨୦୧୧ ମସିହାରେ ଟିମଙ୍କୁ ଏକ କୋବ୍ରା ସାପ ବାରମ୍ବାର କାମୁଡିଥିଲା ଯେଉଁ କାରଣରୁ ସେ କୋମାକୁ ଚାଲିଯାଇଥିଲେ । ଏହି ଘଟଣାରେ ଟିମ ମରୁ ମରୁ ବଂଚି ଯାଇଥିଲେ । ଟିମ କୁହନ୍ତି ଯେ ଏହି ସବୁ ପରିସ୍ଥିତି ଗତିକରି ଆସିବା ପରେ ଏବେ ମୁଁ ସେଇଠି ପହଂଚିବାକୁ ଚାଁହୁଛି ଯେଉଁଠି ସାପ କାମୁଡିବା ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ସେ ଏସବୁ ଆରମ୍ଭ କରିବା ପଛରେ କାରଣ ହେଉଛି ନିଜପାଇଁ ସେ ଏକ ପ୍ରତିରକ୍ଷକ ପ୍ରସ୍ତୁତ କରିବାକୁ ଚାଁହାନ୍ତି କିନ୍ତୁ ଏହାର ଫଳାଫଳ ଦେଖିବାପରେ ସେ ଭାବିଲେ ଯେ ଏହା ପୁରା ମାନବଜାତିକୁ ଲାଭ ପହଞ୍ଚାଇପାରେ ।

Image result for man-makes-deadly-snakes-bite-him-160-times-in-hunt-for-human-antidote

ଟିମଙ୍କ ମତରେ ଯେଉଁଦିନ ସେ ଏହି vaccineକୁ ସମ୍ପୂର୍ଣ୍ଣ ଭାବେ ବିକଶିତ କରାଇବେ ସେଦିନ ଏହିସବୁ ସମସ୍ୟାରୁ ସେ ମଣିଷ ଜାତିକୁ ରକ୍ଷା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.