ଗ୍ରାହକ ସାବଧାନ୍, ଛେପ ଲଗାଇ ତନ୍ଦୁରୀ ରୁଟି ବନାଉଛନ୍ତି ଏହି ଦୋକାନୀ

ପୁଣି ସାମ୍ନାକୁ ଆସିଲା ଏକ ଜଘନ୍ୟ ଛବି। ଭାଇରାଲ ହେଉଛି ଛେପ ଲଗା ତନ୍ଦୁରୀ ରୁଟି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଆପଣ ଦେଖି ଏକଦମ୍ ଚକିତ ହୋଇଯିବେ। ରାଜଧାନୀ ଦିଲ୍ଲୀରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ତନ୍ଦୁରୀ ରୁଟି ପ୍ରସ୍ତୁତ କରୁଥିବାବେଳେ ସେଥିରେ ଛେପ ପକାଉଥିବା କଥା ଦେଖିବାକୁ ମିଳିଛି।
ଭିଡିଓ ମିଳିବା ପରେ ଦିଲ୍ଲୀ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଛାନଭିନ୍ କରିଥିଲା। କେହି ଜଣେ ଏହି ଭିଡିଓ ପୋଷ୍ଟ କରିବା ସହ ଡିସିପିଙ୍କୁ ଟ୍ୟାଗ୍ କରିଥିଲେ। ଭାଇରାଲ ଭିଡିଓ ଆଧାରରେ ପୋଲିସ ଛାନଭିନ୍ କରିବା ପରେ ଜାଣିବାକୁ ପାଇଥିଲା ଏହା ପଶ୍ଚିମ ଦିଲ୍ଲୀର ଖ୍ୟାଲା ଅଞ୍ଚଳରେ ଥିବା ଚାନ୍ଦ ହୋଟେଲରୁ ଆସିଛି।
ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ଆଇପିସି ୨୬୯,୨୭୦, ୨୭୩ ଅଧିନରେ ମାମଲା ରୁଜୁ କରିଛି। ଅଭିଯୁକ୍ତ ମହମ୍ମଦ ଇବ୍ରାହିମ୍ (୪୦) ଏବଂ ସାବୀ ଅନଓ୍ବାର (୨୨)ଙ୍କୁ ଗିରଫ କରିଛି ପୋଲିସ। ତେବେ ଏହା ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ମେରଠରୁ ରୁଟିରେ ଛେପ ପକାଇବାର ଭିଡିଓ ଭାଇରାଲ୍ ହୋଇଥିଲା। ସୂଚନା ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପରେ ଉଭୟଙ୍କୁ ବେଲ୍ ମିଳିଯାଇଛି।
अब दिल्ली में तंदूरी रोटी में थूकने का वीडियो हुआ वायरल @DelhiPolice ने रोटी में थूकने वाले इब्राहिम और साबी को किया गिरफ्तार..चांद ढाबे के मालिक आमिर का किया चालान..ढाबे का नहीं था लाइसेंस..@DCPWestDelhi pic.twitter.com/q26K45omFU
— arvind ojha (@arvindojha) March 18, 2021