ଆର୍ଥିକ ସମସ୍ୟାକୁ ସାମ୍ନା କରିବାକୁ ଚାହୁଁ ନଥିଲେ, ମନେ ରଖନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା

ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ଗ୍ରନ୍ଥରେ ସାଧାରଣ ଜୀବନ ସହ ଜଡିତ ସମସ୍ୟା ମାନଙ୍କର ନିବାରଣ ବାବଦରେ ଉଲ୍ଲେଖ ରହିଛି । ବିଶ୍ୱାସ କରାଯାଏ ଯଦି ଚାଣକ୍ୟଙ୍କର ଏହି ନୀତି ଗୁଡିକୁ ଜୀବନରେ ଗ୍ରହଣ କରାଯାଏ ତେବେ ବ୍ୟକ୍ତି ନିଜ ଜୀବନରେ କେବେ ବି ଅସଫଳ ହୁଏନାହିଁ । ଚାଣକ୍ୟ ନୀତିରେ ଧନ ବାବଦରେ ମଧ୍ୟ କିଛି ବର୍ଣ୍ଣନା କରାଯାଇଛି ।

1. ଚାଣକ୍ୟ ନୀତି ଅନୁସାରେ ଧନର ଦେବୀ ହେଉଛନ୍ତି ମା’ ଲକ୍ଷ୍ମୀ । ଆଉ ଲକ୍ଷ୍ମୀଙ୍କ ସ୍ୱଭାବ ଖୁବ ଚଞ୍ଚଳ । ସେ କେବେ ବି ଗୋଟିଏ ସ୍ଥାନରେ ସ୍ଥାୟୀ ହୋଇ ରହନ୍ତି ନାହିଁ । ଆଉ ଏହା ମଧ୍ୟ ଲେଖାଯାଇଛିକି, ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଧନ ପ୍ରାପ୍ତ ହୁଏ ସେହି ଧନ କେବେ ବି ବ୍ୟର୍ଥ ଯାଏ ନାହିଁ । କୌଣସି ଧନକୁ ଭୁଲ ବାଟରେ ଅର୍ଜନ କଲେ ତାହାର ଅସ୍ଥିତ୍ୱ କେବେ ବି ଲୋପ ପାଏ ନାହିଁ । ବରଂ ତାହାର ଗୁଣ ବଢେ ।

chanakya

2. ଚାଣକ୍ୟଙ୍କ ଅନୁସାରେ, ଯେଉଁ ମାନେ ଅନାବଶ୍ୟକ ଜିନିଷ ଗୁଡିକରେ ଧନ ଅପବ୍ୟୟ କରନ୍ତି ନାହିଁ ସେମାନେ ଅଧିକ ସଂଚୟ କରିପାରନ୍ତି । ଲକ୍ଷ୍ମୀ ନିଜ ଆଶୀର୍ବାଦ ସେମାନଙ୍କୁ ଦେଇଥାନ୍ତି । ଚାଣକ୍ୟଙ୍କ ଅନୁଯାୟୀ ପ୍ରତିଟି ମଣିଷ କିଛି କିଛି ଧନ ନିଜ ପାଇଁ ସଂଚୟ କରିବା ଉଚିତ । ଯାହାକି ଦରକାର ସମୟରେ କାମରେ ଆସିଥାଏ । କାରଣ ଖରାପ ସମୟ ପଡିଲେ ନିଜ ପାଖ ଲୋକ ହିଁ ପ୍ରଥମେ ହାତ ଛାଡି ଦିଅନ୍ତି । ଆଉ ସେହି ସମୟରେ ସଂଚିତ ଧନ ହିଁ କାମରେ ଆସିଥାଏ । ତେଣୁ ଧନର ମୂଲ୍ୟ ବୁଝିବା ଉଚିତ ।

3. ଏସବୁ ବ୍ୟତୀତ ଧନର ପ୍ରୟୋଗ ସବୁବେଳେ ଶୁଭ କାର୍ଯ୍ୟ ମାନଙ୍କରେ କରିବା ଉଚିତ । କେବେ କାହାର ଅହିତ କରିବା ପାଇଁ ଧନର ପ୍ରୟୋଗ କରିବା ଉଚିତ ନୁହେଁ । ଏମାନଙ୍କ ଉପରେ ମା’ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ସେମାନଙ୍କୁ ଜୀବନରେ ଅନେକ କଷ୍ଟର ସାମ୍ନା କରିବାକୁ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.