Below header

ରହସ୍ୟମୟ ଏହି ଗରମ ପାଣି ଝରଣା, ଗାଧୋଇବା ଦ୍ୱାରା ଦୂର ହୋଇଥାଏ ଶରୀରର ଅନେକ ରୋଗ

ଦୁନିଆରେ ଏପରି କେତେକ ରହସ୍ୟ ରହିଛି, ଯାହା ଲୋକଙ୍କୁ ଆଚମ୍ବିତ କରିଥାଏ। ଏପରି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ରହିଛି। ଏଠାରେ ପ୍ରାକୃତିକ ଭାବେ କେତେକ ସୁଇମିଂ ପୁଲ ପ୍ରସ୍ତୁତ ହୋଇଛି, ଯାହାର ସୁନ୍ଦରତା ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ। ସବୁଠାରୁ କୌତୁହଳର ବିଷୟ, ଏହି ଝରଣାର ପାଣି ଆପଣାଛାଏଁ ଗରମ ହୋଇଯାଏ। ଏହାର ପ୍ରକୃତ କାରଣ ବୈଜ୍ଞାନିକମାନଙ୍କ ମଧ୍ୟ ଖୋଜି ପାଇନାହାନ୍ତି।

08h

କୁହାଯାଏ ଏହି ଗରମ ପାଣିର ଝରଣା ହଜାର ବର୍ଷ ପୂର୍ବରୁ ରହିଛି। ଏହି ପାଣିର ତାପମାତ୍ରା ୩୭ ଡିଗ୍ରୀ ରୁ ୧୦୦ ଡିଗ୍ରୀ ମଧ୍ୟରେ ରହିଥାଏ। ଏହି ଗରମ ପାଣିର ଝରଣାରେ ଗାଧୋଇବା ଦ୍ୱାରା ତ୍ୱଚା ଏବଂ ଶରୀରର ଅନେକ ରୋଗ ଭଲ ହୋଇଥାଏ ବୋଲି କୁହାଯାଏ। ଏହି ଗରମ ପାଣି ଝରଣା ଦେଖିବାକୁ ସମଗ୍ର ବିଶ୍ୱରୁ ଲୋକମାନେ ଏଠାକୁ ଆସନ୍ତି। ଏହି ଝରଣାର ପାଣି ଗରମ କୃତ୍ରିମ କି ପ୍ରାକୃତିକ ଉପାୟରେ ହୋଇଛି, ତାହା ଆଜିପର୍ଯ୍ୟନ୍ତ କେହି ଜାଣିପାରିନାହାନ୍ତି।

ଏହାସହ ପଢ଼ନ୍ତୁ ; ଦୁନିଆର ଏଭଳି କେତେକ ରହସ୍ୟମୟୀ ସ୍ଥାନ, ଯାହାର ସତ୍ୟତା ଏପର୍ଯ୍ୟନ୍ତ ପରଖି ପାରିନାହାନ୍ତି ବୈଜ୍ଞାନିକ

321

ଏହି ଝରଣା ପାଣିକୁ ନେଇ ବୈଜ୍ଞାନିକମାନେ ଅନେକ ଅଧ୍ୟୟନ କରିସାରିଛନ୍ତି। ଏହି ଅଧ୍ୟୟନ ମୁତାବକ, ଏହି ପାଣିରେ ଥିବା ଖଣିଜ ବାୟୁମଣ୍ଡଳ ସମ୍ପର୍କରେ ଆସିବା ମାତ୍ରେ କ୍ୟାଲିସିୟମ କାର୍ବୋନେଟ ପ୍ରସ୍ତୁତ କରିଥାଏ। ଯାହା କାହିଁ କେଉଁ ହଜାର ବର୍ଷ କାଳରୁ ଏହି ଝରଣା କୂଳରେ ରହିଛି। ଏହି କାରଣରୁ ଏହି ଝରଣା ଏକ ପୋଖରୀର ଆକାର ମଧ୍ୟ ନେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.