୮୦ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ଷେତ୍ରରେ ନାଁ କମେଇଲେ ଏହି ମହିଳା

ତାଙ୍କ ନାଁ ଜୋଧାଇୟା ଆଇ ବାଇଗା । ବୟସ ୮୦ ବର୍ଷ । ଶିକ୍ଷା ଗତ ଯୋଗ୍ୟତା ଶୂନ । ମଧ୍ୟ ପ୍ରଦେଶର ଏକ ଆଦିବାସୀ ବହୁଳ ଊମାରିଆ ଜିଲ୍ଲାର ଏକ ଛୋଟିଆ ଗାଁ ରେ ସେ ରୁହନ୍ତି । କିନ୍ତୁ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସ୍ଥିର କରି ସାରିଲେଣି । ତାଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ର ଇଟାଲୀର ମିଲାନ ସହରରେ ପ୍ରଦର୍ଶିତ ହେଉଛି | ଏହା ଆସନ୍ତା ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଏଥିପାଇଁ ଯୋଦ୍ଧା ବାଇ ନିଜ ତରଫରୁ କିଛି ହେଲେ ଚେଷ୍ଟା କରିନାହାନ୍ତି । କିନ୍ତୁ ତାଙ୍କ କଳା କୃତି ଏମିତି ଥିଲା ଯାହା ଦ୍ୱାରା ପ୍ରଭାବିତ ହୋଇ ଅନ୍ୟ ଲୋକ ମାନେ ତାଙ୍କୁ ମଧ୍ୟ ପ୍ରଦେଶର ଏକ ଛୋଟ ଗାଁରୁ ଇଟାଲୀ ପର୍ଯ୍ୟନ୍ତ ନେଇ ଯାଇଛି । ତାଙ୍କର ଏହି ଚିତ୍ର ଗୁଡିକ ଉପରେ ପ୍ରଥମ ନଜର କଳାପ୍ରେମୀ ଆଶିଷ ସ୍ୱାମୀଙ୍କର ପଡିଥିଲା ।

ଏହା ପରେ ସେ ଭୋପାଲ ସ୍ଥିତ ଏକ ଟ୍ରାଇବଲ ଆର୍ଟିଷ୍ଟଙ୍କୁ ଏ ବିଷୟରେ କହିଥିଲେ ।  ସମସ୍ତେ ଯୋଦ୍ଧାଙ୍କର ଏହି ଚିତ୍ର ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇ ଅନ୍ତର୍ଜାତୀୟ ସ୍ତରରେ କିପରି ଏହି ଚିତ୍ର ଗୁଡିକୁ ପହଞ୍ଚାଇ ପାରିବେ ସେ ନେଇ ଏକ ଯୋଜନା ପ୍ରସ୍ତୁତ କଲେ । ଏଥିପାଇଁ ଇଟାଲୀର ଏକ ‘ଗ୍ୟାଳିରୀୟ ଫ୍ରାନସିସ୍କୋ ଜାଣୁସ ସଂସ୍ଥା’ ସହ ସମ୍ପର୍କ କରାଯାଇଥିଲା । ସେହି ସଂସ୍ଥା ଜୋଧାଙ୍କ କଳାକୁ ଇଟାଲୀରେ ପ୍ରଦର୍ଶିତ କରିବାକୁ ଅନୁମତି ଦେଇଦେଲେ । ଏହି ପରି ଯୋଦ୍ଧାଙ୍କ କଳା କୃତି ଦେଶର ସୀମା ଲଂଘି ସୁଦୂର ଇଟାଲୀ ପର୍ଯ୍ୟନ୍ତ ଯାଇପାରିଥିଲା ।
ଖାଲି ଏତିକି ନୁହେଁ ମିଳନ ଆର୍ଟ ଗ୍ୟାଲେରୀରେ ଯୋଦ୍ଧାଙ୍କ ଚିତ୍ର ପ୍ରଦର୍ଶନ ପୂର୍ବରୁ ଏକ କାର୍ଡ ମଧ୍ୟ ଛପା ଯାଇ ସେଠାକାର ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା । ଏଥିରେ ଯୋଦ୍ଧାବାଇ ଙ୍କ ଦ୍ୱାରା କରାଯାଇଥିବା ଭଗବାନ ଶିବଙ୍କର ଏକ ଫୋଟୋ ମଧ୍ୟ ଛପା ଯାଇଥିଲା । ଏହି ଚିତ୍ର ତଳେ ଯୋଦ୍ଧା ବାଇଙ୍କର ଦସ୍ତଖତ ମଧ୍ୟ ଥିଲା ।

ଏହା ସହ ପଢନ୍ତୁ: ଏପରି ଏକ ଆଇଲ୍ୟାଣ୍ଡ, ଯେଉଁଠିକୁ କେବଳ ଯାଇପାରିବେ ବୈଜ୍ଞାନିକ

ଯେତେ ବେଳେ ଯୋଦ୍ଧାଙ୍କୁ ତାଙ୍କ ଜୀବନ ବିଷୟରେ ପଚରା ଯାଇଥିଲା ସେ ନିଜର ଦୁଃଖଭରା କାହାଣୀ କହିଥିଲେ ।ମାତ୍ର ୩୦ ବର୍ଷ ବୟସରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ନିଜ ପିଲା ମାନଙ୍କୁ ପାଳିବା ପାଇଁ ତାଙ୍କୁ ପ୍ରଥମେ ମାଟି ଖୋଲିବାକୁ ମଧ୍ୟ ପଡିଥିଲା ।  ଏମିତିକି ଲୋକଙ୍କ କ୍ଷେତରେ ମଜୁରିଆ ଭାବେ ସେ କାମ ମଧ୍ୟ କରିଛନ୍ତି ।  ଶିକ୍ଷାଗତ ଯୋଗ୍ୟତା କିଛି ନଥିବାରୁ ବାଧ୍ୟ ହୋଇ ନିଜ ପିଲା ମାନଙ୍କ ପେଟ ପୋଷିବା ପାଇଁ ତାଙ୍କୁ ଏହି ରାସ୍ତା ଆପଣେଇବାକୁ ପଡିଥିଲା । ଯୋଦ୍ଧାଙ୍କ କହିବା ଅନୁଯାୟୀ ସେ କେବେ ମଧ୍ୟ ଭାବିନଥିଲେ ନିଜର ଆଦିବାସୀ ସଂସ୍କୃତି ତାଙ୍କୁ ଏତେ ବାଟରେ ପହଞ୍ଚାଇବ । ଆଜି ଜୋଧାଙ୍କୁ ୮୦ ବର୍ଷ ହେଲାଣି ସତ, ବିଗତ ୧୫ ବର୍ଷ ଭିତରେ ସେ ନିଜ ପୈତୃକ ସଂସ୍କୃତିକୁ ଏକ ନୂଆ ପରିଚୟ ଦେଇପାରିଛନ୍ତି । ତାହାହିଁ ତାଙ୍କୁ ଆଜି ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.