Below header

୨୫ ବର୍ଷ ପୂର୍ତ୍ତି ଅବସରରେ ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ ଆଣିଲା ସ୍ପେଶାଲ ଏଡିସନ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟି ମଧ୍ୟରେ ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ ଅନ୍ୟତମ। ଏହି ସ୍କୁଟି ପେପ୍‌ ପ୍ଲସ୍‌ ଆଜି ଭାରତରେ ୨୫ ବର୍ଷ ପୂରା କରିଛି। ସ୍କୁଟି ପେପ୍‌ ଏକ ବଡ଼ ବ୍ରାଣ୍ଡ ଯାହା କେବଳ ମହିଳାଙ୍କ ପାଇଁ ନିର୍ମିତ ହୋଇଛି। ୨୫ ବର୍ଷ ପୂର୍ଣ୍ଣ ହେବା ଖୁସିରେ ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ର ନୂଆ ଏଡିସନ୍‌ ଲଞ୍ଚ କରିଛି। ଆସନ୍ତୁ ଜାଣିବା ଏହାର ଫିଚର ଓ ଦାମ୍‌ ବିଷୟରେ…

ଏହାସହ ପଢନ୍ତୁ: କାର କିଣିଲେ ମାଗଣାରେ ମିଳୁଛି ସ୍କୁଟର, ତୁରନ୍ତ କିଣନ୍ତୁ ଏହି କମ୍ପାନୀର କାର

ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ ଦୁଇଟି ନୂଆ ଆକର୍ଷଣୀୟ ରଙ୍ଗ କୋରଲ ମେଟ୍‌ ଏବଂ ଆକ୍ୱା ମେଟ୍‌ରେ ଆସୁଛି। ଏଥିରେ ୩ଡି ଏମ୍ବଲେମ, ନୂଆ ଗ୍ରାଫିକ୍ସ ଏବଂ ପ୍ରିମିୟମ ଟେକ୍ସଚର ସିଟ୍‌ ଭଳି ଫିଚର ଥିବା ଦେଖିବାକୁ ମିଳିଛି। ଝିଅମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଥିବାରୁ ଏଥିରେ ଅଧିକ ଆରାମ ଓ ସ୍ଥାନ ଦିଆଯାଇଛି। ସ୍କୁଟି ପେପ୍‌ ମେଟ୍‌ ଏଡିସନ୍‌ର ଦାମ୍‌ ୪୪,୭୬୪ ଟଙ୍କା ରହିଛି। ଷ୍ଟାଣ୍ଡାର୍ଡ ଭର୍ସନ ଠାରୁ ଏହାର ମୂଲ୍ୟ ୧୫୦୦ ଟଙ୍କା ଅଧିକ ରଖାଯାଇଛି।

ତେବେ ଟିଭିଏସ୍‌ ସ୍କୁଟି ପେପ୍‌ ପ୍ଲସ୍‌ ଏହି ନୂଆ ଏଡିସନ୍‌ରେ କୌଣସି ମେକାନିକାଲ ପରିବର୍ତ୍ତନ କରିନାହିଁ। ଏଥିରେ ୮୭.୮ ସିସି, ଏୟାର କୁଲର, ସିଙ୍ଗଲ ସିଲିଣ୍ଡର ଇକୋ ଥ୍ରଷ୍ଟ ଇଞ୍ଜିନ୍‌ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ଯାହା ୪.୮ ବିଏଚ୍‌ପିର ପାଓ୍ଵାର ଏବଂ ୫.୮ ଏନ୍‌ଏମ୍‌ର ଟର୍କ ଜେନେରେଟ କରିଥାଏ। ସ୍କୁଟରରେ ଏକ ଟେଲିସ୍କୋପିକ ଏବଂ ରିଅରରେ ଏକ ସିଙ୍ଗଲ ଶକ୍‌ ଅବଜରଭର ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.