ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ୨୩ ଥର ନିଜ ଭିତରେ କଲେ ବିବାହ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଚୀନରେ ବିବାହ ଏବଂ ଛାଡପତ୍ରକୁ ନେଇ ଏକ ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଶୁଣିବା ମାତ୍ରେ ଆପଣ ଆଶ୍ଚର‌୍ୟ୍ୟ ହୋଇଯିବେ। ନିକଟରେ ଏଠାରେ ଏକ ପରିବାରର ୧୧ ଜଣ ଲୋକ ନିଜ ମଧ୍ୟରେ ୨୩ ଥର ବିବାହ କରିଛନ୍ତି ଏବଂ ଦୁଇ ସପ୍ତାହ ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ଛାଡ଼ପତ୍ର ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ସରକାରୀ ଯୋଜନା ପାଇବା ପାଇଁ ପରିବାରର ଲୋକମାନେ ଜଣେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ଏହାର ଆରମ୍ଭ ସେତେବେଳେ ହୋଇଥିଲା, ଯେତେବେଳେ ଝେଜିଆଙ୍ଗ ପ୍ରାନ୍ତର ଏକ ଛୋଟ ସହରରରେ ରହୁଥିବା ପ୍ୟାନ ନାମକ ଜଣେ ବ୍ୟକ୍ତିଙ୍କୁ ସରକାରଙ୍କ ସହର ନବୀକରଣ କ୍ଷତିପୂରଣ ଯୋଜନା ବିଷୟରେ ଜଣା ପଡିଥିଲା । ଏହି ଯୋଜନା ଅନୁସାରେ ସ୍ଥାନୀୟ ନିବାସୀ ମାନଙ୍କୁ ଅତିକମରେ ୪୦ ବର୍ଗମିଟରର ଏକ ଆପାର୍ଟମେଣ୍ଟ ଦିଆଯିବାର ବ୍ୟବସ୍ଥା ରହିଥିଲା । ତାପୁଣି ସେମାନଙ୍କ ପାଖରେ କିଛି ସମ୍ପତ୍ତି ଥାଉ କିମ୍ବା ନଥାଉ ।

प्रतीकात्मक तस्वीर

ପ୍ୟାନ ଏହି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏକ ଯୋଜନା ବନାଇଥିଲେ ଓ ନିଜ ପୂର୍ବ ପତ୍ନୀଙ୍କୁ ପୁଣିଥରେ ବିବାହ କରିଥିଲେ । ଯାହାଙ୍କୁ ସେ ୨୦୧୧ ମସିହାରେ ଛାଡପତ୍ର ଦେଇଥିଲେ । ଏହାପରେ ସରକାରୀ ଯୋଜନା ଅନୁଯାୟୀ ତାଙ୍କୁ ଆପାର୍ଟମେଣ୍ଟ ମଧ୍ୟ ମିଳିଯାଇଥିଲା । ତାପରେ ଛଅ ଦିନ ପରେ ସେ ନିଜର ପୂର୍ବପତ୍ନୀଙ୍କୁ ପୁଣିଥରେ ଛାଡପତ୍ର ଦେଇଥିଲେ । ସେତେବେଳେ ପ୍ୟାନଙ୍କୁ ଏହି ସରକାରୀ ଯୋଜନାର ଲୋଭ ଲାଗିଯାଇଥିଲା ଓ ସେ ଏହାର ଲାଭ ଉଠାଇବା ପାଇଁ ସେ ନିଜର ଶାଳୀ ଓ ଏମିତିକି ନିଜର ଭଉଣୀଙ୍କୁ ମଧ୍ୟ ବିବାହ କରି ନେଇଥିଲେ ।

ଏହାସହ ପଢନ୍ତୁ ୧୦ ବର୍ଷ ଲାଗି ପ୍ରସ୍ତୁତ କରାଗଲା ୨୦୦୦ ବର୍ଷ ତଳର ପୁରୁଣା ଅତର, ଯାହାଥିଲା ମିଶରର ରାଣୀ କ୍ଲିୟୋପେଟ୍ରାଙ୍କ ପସନ୍ଦ

ସୂଚନା ଅନୁଯାୟୀ ତାପରେ ପ୍ୟାନଙ୍କର ସମ୍ପର୍କୀୟ ମାନେ ମଧ୍ୟ ଏହି ଠକାମିରେ ସାମିଲ ହୋଇଯାଇଥିଲେ । ଏପରିକି ସେ ନିଜର ବାପା ମା’ଙ୍କର ମଧ୍ୟ ପୁଣିଥରେ ବିବାହ କରାଇଥିଲେ । ଏପରି କରି ସେ ଗ୍ରାମର ବାସିନ୍ଦା ଭାବରେ ପଞ୍ଜିକରଣ କରାଇଥିଲେ ଆଉ ତାପରେ ଛାଡପତ୍ର ଦେଇଥିଲେ କିନ୍ତୁ ଆବାସ ଯୋଜନାର କର୍ମଚାରୀ ମାନଙ୍କୁ କୌଣସି ପ୍ରକାରେ ଏହି ଠକାମିର ସୂଚନା ମିଳିଯାଇଥିଲା । ଆଉ ତାପରେ ସେମାନେ ତଦନ୍ତ ଆରମ୍ଭ କରିଦେଇଥିଲେ ।

ତଦନ୍ତରୁ ଜଣାପଡିଥିଲା ଯେ ଯେଉଁ ଲୋକମାନେ ବିବାହ କରିଥିଲେ ସେମାନେ ସମସ୍ତେ ଗୋଟିଏ ପରିବାରରୁ ଅଟନ୍ତି । ପରେ ସେମାନଙ୍କ ସମ୍ପର୍କ ଓ ସମ୍ପର୍କୀୟମାନଙ୍କ ବିଷୟରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା ଆଉ ତାପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ୪ ଜଣକୁ ହାଜତରେ ରଖାଯାଇ ବାକି ସମସ୍ତଙ୍କୁ ଜାମିନରେ ଛାଡି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.