ଶ୍ରୀ ଜଗନ୍ନାଥଙ୍କ ପାଇଁ ତୁଳସୀ ଏବଂ ପଦ୍ମଫୁଲ ପଠାଇଲା ଓୟୁଏଟି

ପିପିଲି(କେନ୍ୟୁଜ): ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ । ଦିନେ ଘାସ ବୁଦାରେ ପରିପୂର୍ଣ୍ଣ ହୋଇଥିବା ସ୍ଥାନଟି ଆଜି କଳା ଏବଂ ଧଳା ତୁଳସୀ ଉଦ୍ୟାନରେ ପରିଣତ ହୋଇଛି । ଏହା କେବଳ ସମ୍ଭବ ହୋଇପାରିଛି ଓଡ଼ିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟ ସହଯୋଗରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ । ଖାଲି ଯେ ତୁଳସୀ ଉଦ୍ୟାନରେ ପରିଣତ ହୋଇଛି ତାହା ନୁହେଁ ପଦ୍ମ ଫୁଲରେ ମଧ୍ୟ ପରିପୂର୍ଣ୍ଣ ହୋଇଛି ପୁଷ୍କରିଣୀ ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ଏଠାରେ ଆରମ୍ଭ ହୋଇଥିଲା ତୁଳସୀ ଏବଂ ପଦ୍ମ ଫୁଲ ଚାଷ । କର୍ମଚାରୀମାନେ ଦିନ ରାତି ଏକ କରି ଆଜି ତୁଳସୀ ଉଦ୍ୟାନରେ ପରିଣତ କରିଛନ୍ତି । ଉଦ୍ୟାନଟିରେ ପୂର୍ଣ୍ଣାଙ୍ଗରେ ପରିଣତ ହେବା ପରେ ଏହାକୁ ଶ୍ରୀକ୍ଷେତ୍ରକୁ ପଠାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୨୦ ଡ଼ିସିମିଲି ଜମିରେ ସିମ୍ ଅଙ୍ଗନା ଏବଂ ସିମ୍ ଆୟୁ ଉନ୍ନତ କିସମର ୭ ପଟାଳୀ କଳା ଏବଂ ୭ ପଟାଳି ଧଳା ତୁଳସୀ ଚାଷ ତୁଳସୀ କରାଯାଇଥିବାବେଳେ ୫୦ ଡ଼ିସିମିଲ ଜମିରେ ଥିବା ପୁଷ୍ପରିଣୀରେ ଗୋଲାପୀ ଏବଂ ଧଳା ରଙ୍ଗର ପଦ୍ମ ଫୁଲ ଚାଷ କରାଯାଇଛି । ତେବେ ଏଥିରେ ନିୟୋଜିତ କର୍ମଚାରୀମାନେ ଏଭଳି କାଯର୍୍ୟ କରି ନିଜକୁ ଗର୍ବ ଅନୁଭବ କରୁଛନ୍ତି ।

ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ନୀତି ଲାଗି ଓୟୁଏଟିର ସାକ୍ଷୀଗୋପାଳ ସ୍ଥିତ ପୁରୀ କୃଷି ବିଜ୍ଞାନକେନ୍ଦ୍ର ରେ ଚାଷ କରାଯାଇଥିବା ତୁଳସୀ କ୍ଷେତ୍ରକୁ ଯିବା ପରେ ତୁଳସୀ ଠାକୁରଙ୍କ ଆରାଧନା କରାଯାଇଥିଲା । ମା’ଙ୍କୁ ଧୂପ ଏବଂ ଝୁଣା ଲାଗି କରାଯାଇଥିଲା । ମୁଣ୍ଡ ନୁଆଁଇ ମା’ ବୃନ୍ଦାବତୀଙ୍କୁ ତୁଳସୀ ପତ୍ର ଛିଣ୍ଡାଇବା ପାଇଁ ନଡ଼ିଆ ବାଡ଼େଇ ଅନୁମତି ମାଗିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ । ଆଉ ଏହା ପରେ ତୋଳା ହୋଇଥିଲା ତୁଳସୀ । ଶୁଦ୍ଧ ପୂତ ଭାବରେ ଗୋଟିଏ ପରେ ଗୋଟିଏ ତୁଳସୀ ପତ୍ର ତୋଳିବାରେ ଲାଗି ପଡ଼ିଥିଲେ କୃଷଇ ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ । ମନରେ ଥିଲା ଅହେତୁକ ଭକ୍ତି ଭାବନା ।

tulsi

ଖାଲି ତୁଳସୀ ପତ୍ର ନୁହେଁ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଥିବା ପୋଖରୀରୁ ପଦ୍ମ ଫୁଲ ତୋଳା ହୋଇଥିଲା କାଳିଆ ଠାକୁରଙ୍କ ପାଇଁ । ପ୍ରଭୁଙ୍କ ଦୟଣା ମାଳ ହେଉ କି ହୃଦ ପଦ୍ମ ଜଗନ୍ନାଥଙ୍କ ପୂଜାରେ ତୁଳସୀର ରହିଛି ମହତ୍ଵପୂର୍ଣ୍ଣ ଭୂମିକା । ଶାସ୍ତ୍ରରେ କୁହା ଯାଇଛି ତୁଳସୀ ଗଛର ବିଭିନ୍ନ ଅଂଶରେ ଦେବାଦେବୀଙ୍କର ବାସ ଥାଏ । ତେବେ ପ୍ରତି ଗୁରୁବାର ୨୫ ରୁ ୩୦ କେଜି ତୁଳସୀ ସାଙ୍ଗକୁ ୫୦ ଗୋଟି ପଦ୍ମ ଫୁଲ ପଠାଯିବ ବୋଲି କୃଷି ବିଜ୍ଞାନ କେନ୍ଦ୍ର ପୁରୀର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟନାରାୟଣ ମିଶ୍ର କହିଥିବାବେଳେ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ଵ ବିଦ୍ୟାଳୟ ମହହାପ୍ରଭୁଙ୍କସେବାରେ ଲାଗି ହେବା ପାଇଁ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।

ଫାଭିଓ : ତୁଳସୀ ବାସ୍ନାରେ ମହକି ଉଠିଥାଏ ସମଗ୍ର ପରିବେଶ । ସୃଷ୍ଟି ହୋଇଥାଏ ଏକ ଆଧ୍ୟାତ୍ମିକ ଭରା ପରିବେଶ । ବୈଷ୍ଣବ ଧର୍ମରେ ତୁଳସୀ ମହାତ୍ମ୍ୟକୁ ନେଇ ରହିଛି ଅନେକ ପୈାରାଣିକ ଗାଥା । ଆଉ ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ପୂଜା ପାଇଁ ଖୋଜା ପଡ଼ିଥାଏ ତୁଳସୀ ଦୟଣା ।

 

 

Leave A Reply

Your email address will not be published.