ଡଟର୍ସ ଡେ଼ରେ ଝିଅ ମାଳତୀ ସହ ପ୍ରିୟଙ୍କା ସେୟାର କଲେ କିଛି ସୁନ୍ଦର ଫଟୋ, ଫ୍ୟାନ୍ସ ଦେଖି କରୁଛନ୍ତି ପ୍ରସଂଶା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ବଲିଉଡରେ କମ୍ ଆକ୍ଟିଭ ଏବଂ ଓଲିଉଡରେ ଅଧିକ ଆକ୍ଟିଭ ରୁହନ୍ତି । କିନ୍ତୁ ଆଜିକାଲି ପ୍ରିୟଙ୍କା ତାଙ୍କ ଅପ୍‌କମିଂ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଅଭିନେତ୍ରୀ ଅଷ୍ଟ୍ରେଲିଆରେ ‘ବ୍ଲଫ’ ନାମକ ଏକ ଫିଲ୍ମର ସୁଟିଂ କରୁଛନ୍ତି । ପ୍ରିୟଙ୍କା କେବଳ ନିଜର ପ୍ରଫେସନ୍‌ାଲ ଲାଇଫ୍‌ରେ ବ୍ୟସ୍ତ ରହୁନ୍ତି ନାହିଁ, ବରଂ ସେ ତାଙ୍କ ପର୍ସନାଲ ଲାଇଫ୍‌ରେ ମଧ୍ୟ ବହୁତ ବ୍ୟସ୍ତ ରହୁନ୍ତି । ତେବେ ଅଭିନେତ୍ରୀ ଯେଉଁଆଡେ ଯାଆନ୍ତି, ସେ ସବୁବେଳେ ନିଜ ଝିଅକୁ ସାଙ୍ଗରେ ନେଇଯାଆନ୍ତି ଯାହା ଦ୍ୱାରା ସେ ତାଙ୍କର ଯତ୍ନ ନେଇ ପାରିବେ । ଯେତେବେଳେ ପ୍ରିୟଙ୍କା ସୁଟିଂ କରୁନଥାନ୍ତି, ସେ ନିଜ ଝିଅ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି । ଏହି ସମୟରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଝିଅ ମାଳତୀ ମାରିୟମଙ୍କ କିଛି ଫଟୋ ସେୟାର କରିଥିଲେ, ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ପ୍ରିୟଙ୍କା ତାଙ୍କ ଝିଅ ମାଳତୀ ମାରିୟମଙ୍କ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ମାଳତୀ ତାଙ୍କ ମାମା ପ୍ରିୟଙ୍କାଙ୍କ କେଶ ସଜାଉଛନ୍ତି । ତେବେ ଡଟର୍ସ ଡେ ଅବସରରେ ପ୍ରିୟଙ୍କା ଏହି ଫଟୋଗୁଡ଼ିକୁ ସେୟାର କରିଛନ୍ତି । ଏହାପୂର୍ବରୁ ମଧ୍ୟ ପ୍ରିୟଙ୍କା ମାଳତୀଙ୍କର କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ମାଳତୀ ମାରିୟମ ଜୋନାସ୍ ମେକଅପ୍ ରୁମରେ ଦେଖିବାକୁ ମିଳିଥିଲେ । ଏହା ସହ ପ୍ରିୟଙ୍କା ତାଙ୍କ ମେକଅପ୍‌ରେ ବ୍ୟସ୍ତ ଥିବାବେଳେ ମାଳତୀ ମାରିୟମ ମେକ୍ଅପ୍ କରିବାରେ ବ୍ୟସ୍ତ ଥିଲେ । ଫଟୋରେ ପ୍ରିୟଙ୍କା ପ୍ରଶଂସକମାନଙ୍କୁ ମାଳତୀ ମାରିୟମଙ୍କ ମେକଅପ୍ ଷ୍ଟାଇଲ୍‌ ସହିତ ପରିଚିତ କରାଇଥିଲେ । ଫଟୋରେ ଏହା ଦେଖିବାକୁ ମିଳେ ଯେ ମାଳତୀ ମେକ୍‌ଅପ୍‌ ରୁମରେ ଥିବା ମାନ୍ନାକ୍ଇନ୍ କୁ ମେକ୍‌ଅପ୍‌ କରୁଥିବାର ନଜର ଆସୁଛନ୍ତି । ତେବେ ଗୋଟିଏ ଫଟୋରେ ସେ ମାନ୍ନାକ୍ଇନ୍‌ର କେଶକୁ ଷ୍ଟାଇଲ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ପ୍ରିୟଙ୍କା ସୋସିଆଲ ମିଡିଆରେ ମାଳତୀ ମାରିୟମଙ୍କ ୪ଟି ଫଟୋ ସେୟାର କରିଥିଲେ, ସେଥିମଧ୍ୟରୁ ମାଳତୀ ମାନ୍ନାକ୍ଇନ୍‌କୁ ମେକଅପ୍ କରୁଥିବା ଦେଖିବାକୁ ମିଳିଥିଲା ଏବଂ ଅନ୍ୟଟିରେ ସେ ପ୍ରିୟଙ୍କାଙ୍କ କେଶକୁ ସଜାଡୁଥିବା ଦେଖିବାକୁ ମିଳିଥିଲା । ଏହା ସହ ତୃତୀୟଟିରେ ମାଳତୀ ହାତରେ ହେୟାର ବ୍ରଶ୍ ଧରି ଖେଳୁଥିବା ବେଳେ ଚତୁର୍ଥରେ ମାଳତୀ ଏକ ମୋଟା ଦଉଡିରେ ଗଣ୍ଠି ବାନ୍ଧିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଏହା ସହ ଗୋଟିଏ ଫଟୋରେ ପ୍ରିୟଙ୍କା ମଧ୍ୟ ତାଙ୍କ ପ୍ରିୟ ଝିଅ ସହିତ ଠିଆ ହୋଇଥିବା ନଜର ଆସିଛନ୍ତି ।

ଏହି ସବୁ ଫଟୋ ସେୟାର କରିବା ସମୟରେ ପ୍ରିୟଙ୍କା କ୍ୟାପ୍‌ସନ୍‌ରେ ବହୁତ କିଛି କଥା ଲେଖିଛନ୍ତି । ତେବେ ଫଟୋରେ ମାଳତୀ ଏକ କଳା ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ ମୁଣ୍ଡରେ ଗୋଲାପି ରଙ୍ଗର ଗ୍ଲାସ୍ ପିନ୍ଧିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଫଟୋ ସେୟାର କରିବାବେଳେ ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, ‘ମୁଁ ଭାବୁଛି ଡିଆନେ ଆମ ସହ ଘରକୁ ଆସିବେ । ତେବେ ପ୍ରିୟଙ୍କା ଏପରି ଅନେକ କଥା ଲେଖିଛନ୍ତି, ଏହା ସହ ଫ୍ୟାନ୍ସ ମଧ୍ୟ ମାଳତୀଙ୍କ ଏହି ଫଟୋ ଗୁଡିକକୁ ବହୁତ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.