Below header

ଦେଶରେ ରହିଛି କେତୁଙ୍କର ଏପରି ଏକ ମନ୍ଦିର, ଯେଉଁଠି କ୍ଷୀର ଢାଳିଲେ ତାହାର ବଦଳିଯାଏ ରଙ୍ଗ

ଏଠାରେ କ୍ଷୀରର ରଙ୍ଗ ହୋଇଯାଏ ନୀଳ । ଦେଶରେ ରହିଛି କେତୁଙ୍କର ଏପରି ଏକ ମନ୍ଦିର , କୁହାଯାଏ କି ଯେଉଁ କ୍ଷୀର ତାଙ୍କ ପ୍ରତିମା ଉପରେ ଅର୍ପଣ କରନ୍ତି, ସେହି କ୍ଷୀର ମଧ୍ୟ ନୀଳ ହୋଇଯାଏ। ଏଠାରେ ରାହୁଙ୍କ ଉପରେ କ୍ଷୀର ଅର୍ପଣ କରିବା ଦ୍ୱାରା କେତୁ ଦୋଷ ଥିବା ଲୋକଙ୍କ କ୍ଷୀରର ରଙ୍ଗ ମଧ୍ୟ ବଦଳିଯାଏ।

ଆପଣ ଦେବଦେବୀ ଙ୍କ ମନ୍ଦିର ସମ୍ପର୍କ ରେ ଅନେକ ବାର ଶୁଣିଥିବେ। ତେବେ ଆଜି ଆମେ ଯେଉଁ ମନ୍ଦିର ବିଷୟରେ କହିବୁ ତାହା କୌଣସି ଦେବଦେବୀ ଙ୍କ ମନ୍ଦିର ନୁହେଁ। ବରଂ ମନ୍ଦିର ଟି କେତୁ ଙ୍କ ନାମରେ ନାମିତ ହୋଇଛି। ଆଜ୍ଞା ହଁ, କେତୁ ରାକ୍ଷସ ଗଣ ଙ୍କ ମଧ୍ୟରୁ ଏକ। କିନ୍ତୁ ଅମୃତ ସେବନ କାରଣରୁ ଉଭୟ ରାହୁ ଓ କେତୁ ଆମର ହୋଇ ଯାଇଥିଲେ।

ଆପଣ ଅନେକ ବାର ନବଗ୍ରହ ଙ୍କ ମନ୍ଦିର ରେ ୯ଟି ଗ୍ରହଙ୍କ ସହ ରହିଥିବାର ଦେଖିବାକୁ ପାଇବେ। କିନ୍ତୁ ଏବେ ଆମେ ଯେଉଁ ମନ୍ଦିର ବିଷୟରେ କହିବୁ ତାହା କେତୁ ଙ୍କ ମନ୍ଦିର।

ଆମ ଦେଶ ଭାରତରେ ହଜାର ହଜାର ମନ୍ଦିର ରହିଛି। ଆଉ ଏହି ସବୁ ମନ୍ଦିରର ସ୍ୱତନ୍ତ୍ରତା ମଧ୍ୟ ଭିନ୍ନ ରହିଛି। ସବୁ ମନ୍ଦିରର ପୌରାଣିକ କଥା ମଧ୍ୟ ଅଲଗା ରହିଛି। ହଜାର ହଜାର ବର୍ଷ କାଳର ଏହିସବୁ ମନ୍ଦିରର ବର୍ଣ୍ଣନା, ସ୍ଥାପନା ବିଷୟରେ ଜାଣିବା ପାଇଁ ଆମର ବହୁତ ଇଚ୍ଛା ରହିଛନ୍ତି। ଆଉ ଏମିତି କିଛି ମନ୍ଦିର ରହିଛି, ଯାହା ରହସ୍ୟ ମଧ୍ୟରେ ଭରି ରହିଛି। ଆଉ ବେଳେ ବେଳେ ଏହିସବୁ ମନ୍ଦିରର ରହସ୍ୟ ଜାଣିବା ଆମ ପକ୍ଷେ ସମ୍ଭବ ହୋଇପାରିନାହିଁ। ଏମିତି ଏକ ମନ୍ଦିର କେରଳର କିଜାପେରୁମପଲ୍ଲମ ଗାଁରେ ରହିଛି। ଏଠାରେ ରହିଛି କେତୁ ମନ୍ଦିର। ଏହା ଏକ ଶିବ ମନ୍ଦିର। କିନ୍ତୁ ଏଠାରେ ରହିଛି ରାହୁ ଏବଂ କେତୁଙ୍କ ପ୍ରତିମା ସ୍ଥାପିତ ରହିଛି। ତେବେ ଏଠାରେ କ’ଣ ରହସ୍ୟ ରହିଛି ଜାଣିବା….

ନାଗନାଥ ସ୍ୱାମୀ ମନ୍ଦିର:

କେରଳରେ ଏହି ଶିବ ମନ୍ଦିର ସ୍ୱତନ୍ତ୍ର ଭାବେ ରାହୁ କେତୁ ମନ୍ଦିର ନାମରେ ଜଣାଶୁଣା। ଲୋକେ ଏହାକୁ କେତୁ ମନ୍ଦିର ବୋଲି କହନ୍ତି। କାରଣ ଏଠାରେ କେତୁଙ୍କ ସମ୍ବନ୍ଧୀୟ ପୀଡାକୁ ସମାଧାନ କରିବା ପାଇଁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। କେତୁଙ୍କୁ ସାପର ଦେବତା ବୋଲି କୁହାଯାଏ। କେତୁଙ୍କ ମୁଣ୍ଡ ମଣିଷ ଏବଂ ଗଣ୍ଡି ସାପ ଭଳି ହୋଇଥାଏ ବୋଲି ଏହାକୁ ନାଗନାଥ ସ୍ୱାମୀ ମନ୍ଦିର କୁହାଯାଏ।

ସ୍ଥାନୀୟ ମାନ୍ୟତା ଅନୁଯାୟୀ, ଜଣେ ଋଷି ଅଭିଶାପରୁ ମୁକ୍ତି ପାଇବା ପାଇଁ କେତୁ ଏହି ସ୍ଥାନରେ ଶିବଙ୍କ ଆରାଧନା କରୁଥିଲେ। କେତୁଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଭଗବାନ ଶିବ ଜାଗର ରାତିରେ କେତୁଙ୍କୁ ଦର୍ଶନ ଦେଇ ଅଭିଶାପରୁ ମୁକ୍ତ କରିଥିଲେ। ତେଣୁ ଏହି ସ୍ଥାନକୁ କେତୁ ତପ ସ୍ଥଳ ବୋଲି କୁହାଯାଏ।

ସମୁଦ୍ର ମନ୍ଥନ ସମୟରେ ରାହୁ ନାମକ ଅସୁର ଦେବତାଙ୍କ ବେଶ ଧାରଣ କରି ଅମୃତ ଚାଖିବା ପାଇଁ ଦେବତାଙ୍କ ଭିତରେ ବସିପଡିଥିଲେ। ଏହା ଭିତରେ ବସି ଅମୃତ ପାନ କରିଥିଲେ କେତୁ। ତେବେ ଏହି କଥା ବିଷ୍ଣୁ ଜାଣିବା ପରେ ସୁଦର୍ଶନ ଚକ୍ରରେ ରାହୁଙ୍କ ବେକ କାଟିଦେଇଥିଲେ। ଏହାପରେ ସେ ଅସୁର ରାହୁ ଓ କେତୁ ହୋଇଯାଇଥିଲେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୯ ଗ୍ରହ ମଧ୍ୟରେ ରାହୁ ଏବଂ କେତୁଙ୍କ ସ୍ଥାନ ମଧ୍ୟ ରହିଛି। ଏହି ଦୁଇଟି ଯାକ ଛାୟାଗ୍ରହ।

ଏଠାରେ ଥିବା ରାହୁ ଓ କେତୁଙ୍କ ପ୍ରତିମା ଉପରେ ଲୋକେ କ୍ଷୀର ଅର୍ପଣ କରନ୍ତୁ। କୁହାଯାଏ କି ଯେଉଁ କ୍ଷୀର ତାଙ୍କ ପ୍ରତିମା ଉପରେ ଅର୍ପଣ କରନ୍ତି, ସେହି କ୍ଷୀର ମଧ୍ୟ ନୀଳ ହୋଇଯାଏ। ଏଠାରେ ରାହୁଙ୍କ ଉପରେ କ୍ଷୀର ଅର୍ପଣ କରିବା ଦ୍ୱାରା କେତୁ ଦୋଷ ଥିବା ଲୋକଙ୍କ କ୍ଷୀରର ରଙ୍ଗ ମଧ୍ୟ ବଦଳିଯାଏ। କିନ୍ତୁ ଏହା କିପରି ହୁଏ, ତେବେ ତାହାର ରହସ୍ୟ ଏପର୍ଯ୍ୟନ୍ତ ମଧ୍ୟ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.