Below header

ଏହି ସହରରେ ପ୍ରତିଦିନ ବାଜେ ରାଷ୍ଟ୍ରଗୀତ, ୫୨ସେକେଣ୍ଡ ପାଇଁ ନିସ୍ତବ୍ଧ ହୋଇଯାଏ ପୁରା ସହର

ବିଶ୍ବରେ ପ୍ରତିଟି ଦେଶର ଭିନ୍ନ ଭିନ୍ନ ରାଷ୍ଟ୍ରଗୀତ ଅଛି । ଠିକ ସେମିତି ହିଁ ଆମ ଦେଶ ଭାରତର ରାଷ୍ଟ୍ରଗୀତ ହେଉଛି “ଜନ ଗଣ ମନ” । କେବେ ଅନୁଭବ କରିଛନ୍ତି ରାଷ୍ଟ୍ରଗୀତ ଯେବେ ଯେବେ ବାଜିଥାଏ ଜଣେ ଭାରତୀୟ ହେବାର ଗର୍ବ ଓ ଗୌରବ ଅନେକ ଗୁଣା ବଢିଯାଏ । ରାଷ୍ଟ୍ରଗୀତ ଗାଇବାକୁ ସମୁଦାୟ ୫୨ ସେକେଣ୍ଡ ସମୟ ଲାଗିଥାଏ । ଭାରତର ପ୍ରତିଟି ରାଜ୍ୟ, ପ୍ରତିଟି ସହରରେ ଯେବେ ଯେବେ ରାଷ୍ଟ୍ରଗୀତ ବାଜିଥାଏ ତାହାର ସମ୍ମାନରେ ଲୋକେ ନିଜ ନିଜ ସ୍ଥାନରୁ ଛିଡା ହୋଇଯାନ୍ତି । ଖାଲି ସେତିକି ନୁହେଁ ସାବଧାନ ସ୍ଥିତିରେ ଛିଡା ହୋଇଯାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ସହର ବିଷୟରେ କହିବାକୁ ଯାଉଛୁ ଯେଉଁଠି ରାଷ୍ଟ୍ରଗୀତ ବାଜିବା କ୍ଷଣି ସମ୍ପୂର୍ଣ୍ଣ ସହରର ଲୋକେ ଯେଉଁଠି ବି ଥାଆନ୍ତୁ ନା କାହିଁକି ନିଜ ନିଜ ସ୍ଥାନରେ ଛିଡା ହୋଇଯାନ୍ତି । ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ, ମହିଳାଙ୍କ ଠାରୁ ନେଇ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ୫୨ ସେକେଣ୍ଡ ପାଇଁ ନିଜ ସ୍ଥାନରେ ଛିଡା ହୋଇପଡନ୍ତି । ତାହା ପୁଣି ସାବଧାନ ମୁଦ୍ରାରେ । ଏହି ସହରରେ ଏକ ନିର୍ଦ୍ଦିଷ୍ଟ ସମୟରେ ରାଷ୍ଟ୍ରଗୀତ ବାଜିଥାଏ ଆଉ ସେହି ସମାନ ସମୟରେ ସମସ୍ତେ ନିଜ ନିଜ ସ୍ଥାନରେ ସାବଧାନ ମୁଦ୍ରାରେ ଠିଆହୋଇଯାନ୍ତି । ଆଉ ରାଷ୍ଟ୍ରଗୀତ ବାଜିବା ପରେ ହିଁ କୌଣସି କାମ ଆରମ୍ଭ ହୋଇଥାଏ ।

telengana
image credit: dailyhunt india

ତେଲେଙ୍ଗାନାର “ନାଲକୋଣ୍ଡା” ହେଉଛି ଏମିତି ଏକ ସହର ଯେଉଁଠି ପ୍ରତିଦିନ ସକାଳ ୮ ଟା ସମୟରେ ଲାଉଡ଼ସ୍ପିକରରେ ରାଷ୍ଟ୍ରଗୀତ ବାଜିଥାଏ । ଆଉ ଯେବେ ରାଷ୍ଟ୍ରଗୀତ ବାଜେ ସେହି ସମୟରେ ପୁରା ସହର ୫୨ ସେକେଣ୍ଡ ପାଇଁ ସ୍ଥିର ହୋଇଯାଏ । ଜାଣି ଆଶ୍ଚର୍ଯ୍ୟ ହେବେକି ସହରର ୧୨ଟି ବଡ ବଡ ସ୍ଥାନ ମାନଙ୍କରେ ଲାଉଡ଼ସ୍ପିକର ଲଗାଯାଇଥାଏ । ଯାହାଦ୍ୱାରା ଆଖପାଖର ଲୋକେ ରାଷ୍ଟ୍ରଗୀତ ଶୁଣି ନିଜ ନିଜ କାମ ଛାଡି ସାବଧାନ ମୁଦ୍ରାରେ ଛିଡା ହୋଇ ରାଷ୍ଟ୍ରଗୀତ ଗାଇବା ଆରମ୍ଭ କରିଦିଅନ୍ତି । ଆଗକୁ ସହରର ଅନ୍ୟ ସ୍ଥାନ ମାନଙ୍କରେ ବି ଲାଉଡ଼ ସ୍ପିକର ଲଗାଇବା ନେଇ ପ୍ରସ୍ତୁତି ଆରମ୍ଭ ଜାରିକରିଛି ନଗର ନିଗମ ।

ଯେଉଁମାନେ ଏହି ଭଳି ଏକ ପ୍ରଥାର ଆରମ୍ଭ କରିଛନ୍ତି ସେମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲାକି ପ୍ରତିଦିନ ରାଷ୍ଟ୍ରଗୀତକୁ ସମାନ ମିଳୁ । ସେନେଇ ତାଙ୍କୁ ପ୍ରେରଣା ଅନ୍ୟ ଏକ ସ୍ଥାନରୁ ମିଲିଥିଲା । ଏହି ପ୍ରୟୋଗକୁ ପ୍ରଥମ ଥର ପାଇଁ ୨୦୨୧ମସିହା ଜାନୁଆରୀ ୨୩ ତାରିଖରେ କରାଯାଇଥିଲା । ଯେବେ ସ୍ଥାନୀୟ ଅଧିକାରୀଙ୍କୁ ଏବିଷୟରେ ଜଣା ପଡିଥିଲା ସେମାନେ ଖୁବ ପ୍ରଶଂସା କରିଥିଲେ । ରାଷ୍ଟ୍ରଗୀତ ବାଜିବା କ୍ଷଣି ସହରର ପ୍ରତିଟି ସଦସ୍ୟ ହାତରେ ତ୍ରିରଙ୍ଗା ଧରି ଛିଡା ହୋଇଯାନ୍ତି । ଯେବେ ରାଷ୍ଟ୍ରଗୀତ ବାଜେ ସହରବାସି ଖୁବ ରୋମାଞ୍ଚଭରା ଅନୁଭବ କରିଥାନ୍ତି । ଏମିତିରେ ରାଷ୍ଟ୍ରଗୀତ ଗଣତନ୍ତ୍ର ଦିବସ କିମ୍ବା ସ୍ୱତନ୍ତ୍ରତା ଦିବସରେ ବଜେଇବାର ବିଧି ରହିଛି । କିନ୍ତୁ ତେଲେଙ୍ଗାନାର ନାଲକୋଣ୍ଡା ଗାଁ ଏମାନଙ୍କ ଠାରୁ କିଛିଟା ଭିନ୍ନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.