Below header

ଖରା ଦିନେ ତ୍ୱଚା ଟ୍ୟାନ ପଡିଯାଉଛିକି, ତେବେ ନିଶ୍ଚିତ ବ୍ୟବହାର କରନ୍ତୁ ଏହି ତିନୋଟି ଜିନିଷ

ଗ୍ରୀଷ୍ମ ଋତୁ ପିଲାଠାରୁ ବୁଢା ସମସ୍ତଙ୍କ ପାଇଁ କଷ୍ଟକର ହୋଇଥାଏ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ପ୍ରବାହ ଯୋଗୁଁ ସାଧାରଣ ମଣିଷର ସ୍ୱାସ୍ଥ୍ୟ ପ୍ରତି ଅନେକ କ୍ଷତି ହୋଇଥାଏ । ଏହା ଛଡ଼ା ଖରାରେ ଟିକେ ବୁଲି ଆସିଲେ ବି ସ୍କିନ୍‌ କଲର ମଧ୍ୟ ବଦଳି ଯାଏ । ଯାହା ଫଳରେ ସାଧାରଣତଃ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ । ଏଥିପାଇଁ ବାହାରକୁ ଯିବା ପୂର୍ବରୁ ମୁହଁରେ ଯେତେ ସନ୍‌ସ୍‌କ୍ରିମ୍‌ ଲଗାଇଥାଉ ନା କାହିଁକି ତ୍ୱଚା କଳା ପଡିବ ହିଁ ପଡିବ । ଏହାର ସବୁଠାରୁ ବଡ କାରଣ ହେଉଛି ସନ୍‌ସ୍‌କ୍ରିମ୍‌ । ଯାହା ଆପଣଙ୍କ ଦେହରୁ ଅଧିକ ଝାଳ ବାହାର କରିଥାଏ । ଆଉ ସବୁ ଧୋଇ ହୋଇଯାଏ । ଏହା ଦ୍ୱାରା ଟ୍ୟାନିଂ ହେବା ନିଶ୍ଚିତ । କିନ୍ତୁ ଟ୍ୟାନିଂ ଦୂର କରିବାର ସବୁଠୁ ସହଜ ଓ ସରଳ ମାଧ୍ୟମ ହେଉଛି ଫେସ ମାସ୍କର ବ୍ୟବହାର |

ପଇଡ ପାଣି –ହାତ ଏବଂ ମୁହଁରେ ସତେଜ ପଇଡ ପାଣି ବ୍ୟବହାର କରିବା ସହ ମାଲିସ୍‌ କଲେ ଟ୍ୟାନିଂରୁ ମୁକ୍ତି ମିଳିଥାଏ । ଶରୀରର ଯେଉଁ ଯେଉଁ ସ୍ଥାନରେ କଳା ଦାଗ ପଡୁଛି ଆପଣ ସେଠି ସତେଜ ପଇଡ଼ ପାଣି ମାଲିସ କରିପାରିବେ । ଏହା ବ୍ୟତୀତ ପ୍ରତିଦିନ ନଡ଼ିଆ ବା ପଇଡ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

ଟମାଟୋ ରସ –ଟମାଟୋ ରସ ତ୍ବଚା ତଥା ଚର୍ମ ପାଇଁ ଭଲ କାମ କରେ ଏବଂ ତ୍ବଚାରୁ ଟାନ୍ ବାହାର କରିବାରେ ସାହାଯ୍ୟ କରେ । ଏହା କେବଳ ଟ୍ୟାନିଂକୁ ଦୂର କରେ ନାହିଁ ବରଂ ତ୍ବଚାକୁ ଚମକାଇଥାଏ । ଆଉ ତ୍ୱଚାକୁ ଭିଟାମିନ ସି ଯୋଗାଇଥାଏ ।

ମହୁ- ଏକ ଚାମଚ ହଳଦୀ ଏବଂ ଏକ ଚାମଚ କ୍ଷୀର ,ଦୁଇ ଚାମଚ ମହୁ ଏବଂ ଅଧା ଚାମଚ ଲେମ୍ବୁ ରସରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତୁମ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅନ୍ତୁ । ଏହା ଶୁଖି ସାରିବା ପରେ ମୁହଁକୁ ଧୋଇ ଦିଅନ୍ତୁ । ପ୍ରଥମ ବ୍ୟବହାରରୁ ଆପଣ ନିଶ୍ଚୟ ପାର୍ଥକ୍ୟ ଅନୁଭବ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.