କୋଇଲା ବୋଝେଇ ଟ୍ରେନ ବଗିରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଆୟତ୍ତ

ଯାଜପୁର (କେନ୍ୟୁଜ): କୋଇଲା ବୋଝେଇ ଟ୍ରେନ ବଗିରେ ଲାଗିଲା ନିଆଁ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ। ଆଜି ଅପରାହ୍ନ ସମୟରେ ହରିଦାସପୁର ଷ୍ଟେସନରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ଲୋକେ ଷ୍ଟେସନ ମାଷ୍ଟରକୁ ଜଣାଇଥିଲେ।

ଷ୍ଟେସନ ମାଷ୍ଟର ଏ ସମ୍ପର୍କରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କୋଇଲା ବୋଝେଇ ଟ୍ରେନଟି ଖୋର୍ଦ୍ଧାରୁ ଯଖପୁରା ଯାଉଥିବା ସୂଚନା ମିଳିଛି। ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁ କୋଇଲା ବୋଝେଇ ୱାଗନରେ ନିଆଁ ଲାଗି ଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.