ଘରେ ବସି ବସି ଟଙ୍କା ରୋଜଗାର କରିବାର ବହୁତ ମଉକା, ବାସ୍ ଗୋଟେ ପ୍ରବନ୍ଧ ଲେଖନ୍ତୁ ୩୦ହଜାର ଜିତନ୍ତୁ

ମାଗଣା ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ।

ମାଗଣା ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ବଢ଼ିଆ ସୁଯୋଗ। ଘରେ ବସି ବସି ଟଙ୍କା ରୋଜଗାର କରିବାର ବହୁତ ବଢ଼ିଆ ତରିକା ରହିଛି ଆପଣଙ୍କ ପାଖାରେ। ବିନା ଗୋଟିଏ ଟଙ୍କା ଖର୍ଚ୍ଚ କରି ଆପଣ ପାଇପାରିବେ ୩୦ ହଜାର ଟଙ୍କା।

ହଁ ଆଜ୍ଞା କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ଯଦି ଆପଣ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ବିଜେତା ହୁଅନ୍ତି, ତେବେ ହାତକୁ ଆସିବ ୩୦ ହଜାର ଟଙ୍କା । ତେବେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏଥିରେ ଆପଣ କେମିତି ଅଂଶଗ୍ରହଣ କରିବେ ଏବଂ ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କେନ୍ଦ୍ର ସରକାର ଜାତୀୟ ଅନଲାଇନ୍ ପ୍ରବନ୍ଧ ପ୍ରତିଯୋଗିତା କରୁଛନ୍ତି। ଯଦି ଆପଣ ଏଥିରେ ଅଂଶଗ୍ରହଣ କରନ୍ତି ଏବଂ ବିଜେତା ହୁଅନ୍ତି। ତେବେ ଜିତିପାରିବେ ନଗଦ ୩୦ ହଜାର ଟଙ୍କା। My Gov ୱେବସାଇଟରେ ଆପଣ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (CAG) ଏହି ଜାତୀୟ ଅନଲାଇନ୍ ପ୍ରବନ୍ଧ ଲେଖା ପ୍ରତିଯୋଗିତା ଆୟୋଜନ କରୁଛି। ଅଡ଼ିଟ୍ ଦିବସ ପାଳନ ଅବସରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ‘ଭାରତୀୟ ଗଣତନ୍ତ୍ରରେ CAGର ଭୂମିକା’ ପ୍ରସଙ୍ଗରେ ଏକ ପ୍ରବନ୍ଧ ଲେଖିବାକୁ ପଡ଼ିବ।

ଏହି ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଯୁବକମାନଙ୍କ ମଧ୍ୟରେ CAGର ସଂଗଠନ ବିଷୟରେ ସଚେତନତା ସୃଷ୍ଟି କରିବା। ଉତ୍ତରଦାୟିତ୍ୱ ଏବଂ ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବାରେ CAGର ଗୁରୁତ୍ୱକୁ ଆଲୋକିତ କରିବାକୁ ଏହି ପ୍ରବନ୍ଧ ଲେଖା ପ୍ରତିଯୋଗିତା ଆୟୋଜିତ ହେବ। ତେଣୁ ଯେଉଁମାନେ ଆଗ୍ରହୀ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଏହି ପ୍ରତିଯୋଗିତା କେବଳ ସୀମିତ ସମୟ ପାଇଁ ଉପଲବ୍ଧ ହେବ। ତେଣୁ ଆପଣ ତୁରନ୍ତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ।

ଏହି ପ୍ରତିଯୋଗିତାର ଅଂଶଗ୍ରହଣକାରୀମାନେ ୩୦ ହଜାର ଟଙ୍କା ମିଳିପାରିବ। ଏହା ପ୍ରଥମ ବିଜେତା ଭାବରେ ପ୍ରଯୁଜ୍ୟ। ଏଥିସହ ଦ୍ୱିତୀୟ ପୁରସ୍କାର ଅଧୀନରେ ୨୦ ହଜାର ଟଙ୍କା ରହିଛି। ସେହିପରି ତୃତୀୟ ପୁରସ୍କାର ଅଧୀନରେ ୧୫ ହଜାରର ଟଙ୍କା ପାଇବେ। ଏହିପରି ତିନି ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ କୌଣସି ଦେୟ ନାହିଁ। ଏଥିରେ ପଞ୍ଜୀକରଣ ପାଇଁ ଆପଣଙ୍କୁ କୌଣସି ଦେୟ ବି ଦେବାକୁ ପଡିବନାହିଁ। ତେଣୁ ଆପଣ ଏହି ପ୍ରତିଯୋଗିତାରେ ସହଜରେ ଅଂଶଗ୍ରହଣ କରିପାରିବେ।

୨୫ ବର୍ଷରୁ ଅଧିକ ବୟସ୍କମାନେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ନୁହଁନ୍ତି। ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ଜରୁରୀ। ଭାରତୀୟ ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ନୁହଁନ୍ତି। କେବଳ ଗୋଟିଏ ପ୍ରବନ୍ଧ ଲେଖିବାକୁ ହେବ। ଯଦି ସେମାନେ ଏକରୁ ଅଧିକ ପଠାନ୍ତି ତେବେ ଏହି ପ୍ରତିଯୋଗିତାରୁ ଆପଣ ବାଦ୍ ପଡ଼ିବେ।

ତେବେ କହିରଖିବାକୁ ଚାହିଁବୁ ଯେ ଏହି ପ୍ରବନ୍ଧକୁ ୧୫୦୦ ରୁ ଅଧିକ ଶବ୍ଦରେ ଲେଖିବାକୁ ହେବ। ଆପଣଙ୍କୁ ପ୍ରବନ୍ଧଟି ଇଂରାଜୀ କିମ୍ବା ହିନ୍ଦୀରେ ଲେଖିପାରିବେ। ଆପଣ ଆପଣଙ୍କର ପ୍ରବନ୍ଧକୁ [email protected] କୁ ପଠାଇ ପାରିବେ। ଏହି ପ୍ରବନ୍ଧ ପ୍ରତିଯୋଗିତା ୨୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ତେଣୁ ଯଦି ଆପଣ ଏଥିରେ ବିଜେତା ହେବାକୁ ଚାହୁଁଛନ୍ତି ତାହେଲେ ଏହି ତାରିଖ ଅଗଷ୍ଟ ୨୦ ତାରିଖ ସୁଦ୍ଧା ଆପଣଙ୍କର ପ୍ରବନ୍ଧ ପଠାନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.