Below header

ଜନସେବା କରିବାର ଇଛା ଆଗରେ ହାର ମାନିଛି ବୟସ, ୭୫ ବର୍ଷରେ ବି ଥକିନି ତାଙ୍କ ପାଦ

ରାୟଗଡା ଜିଲ୍ଲାର ସଦର ରାୟଗଡା ବ୍ଳକର ହାଲୁଆ ଗାଁ। ଯାହା ସମଗ୍ର ରାୟଗଡା ବ୍ଳକରେ ଏକ ପରିଚିତ ନାଁ ଟିଏ। ଏହି ଗାଁରେ ରୁହନ୍ତି ୭୫ ବର୍ଷିୟା ବୃଦ୍ଧା ମହିଳା ରୁପାଲି ଜାକକା। ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ସତ କହିବାକୁ ଗଲେ ଜନସେବା କରିବାର ଇଛା ଆଗରେ ହାର ମାନିଛି ତାଙ୍କ ବୟସ। ସବୁଠୁ ବଡ କଥା ତାଙ୍କ ସେବା ମନୋଭାବ ଯୋଗୁଁ ରାଜ୍ଯ ମୁଖ୍ଯମନ୍ତ୍ରୀ ମଧ୍ଯ ତାଙ୍କୁ ଟୁଇଟ ଯୋଗେ କରିଛନ୍ତି ପ୍ରଶଂସା।

ରାୟଗଡା(କେନ୍ୟୁଜ୍): ଥକିନି ପାଦ, ଭାଙ୍ଗିନି ମନବଳ। ନିଜେ ସେବା ପାଇବା ବୟସରେ ଆଜି ସେ କରୁଛନ୍ତି ଜନସେବା। ରାୟଗଡା ଜିଲ୍ଲାର ସଦର ରାୟଗଡା ବ୍ଳକର ହାଲୁଆ ଗାଁ। ଯାହା ସମଗ୍ର ରାୟଗଡା ବ୍ଳକରେ ଏକ ପରିଚିତ ନାଁ ଟିଏ। ଏହି ଗାଁରେ ରୁହନ୍ତି ୭୫ ବର୍ଷିୟା ବୃଦ୍ଧା ମହିଳା ରୁପାଲି ଜାକକା। ଯାହାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ସତ କହିବାକୁ ଗଲେ ଜନସେବା କରିବାର ଇଛା ଆଗରେ ହାର ମାନିଛି ତାଙ୍କ ବୟସ। ସବୁଠୁ ବଡ କଥା ତାଙ୍କ ସେବା ମନୋଭାବ ଯୋଗୁଁ ରାଜ୍ଯ ମୁଖ୍ଯମନ୍ତ୍ରୀ ମଧ୍ଯ ତାଙ୍କୁ ଟୁଇଟ ଯୋଗେ କରିଛନ୍ତି ପ୍ରଶଂସା।

ରୁପାଲି ଜଣେ ନିପଟ ମଫସଲରେ ରହୁଥିବା ବୃଦ୍ଧା ମହିଳା। ଯିଏ ପାଠସାଠ କିଛି ପଢିନାହାନ୍ତି । କିନ୍ତୁ ଲୋକଙ୍କ ସେବା କରି କରି ଏହି ଆଦିବାସୀ ମହିଳା କେଉଁ ପଦ ପଦବୀରେ କେଉଁ ଅଫିସର କାମ କରୁଛନ୍ତି ସେ ବେଶ ପରିଚିତ । ସ୍ୱାମୀ ଅନେକ ବର୍ଷ ହେଲା ପର କରି ଚାଲିଯାଇଥିବାବେଳେ, ନିଜ ଝିଅ ସହିତ ହାଲୁଆ ଗାଁରେ ରହୁଛନ୍ତି ରୁପାଲି। ସମାଜ ସେବାକୁ ଯେମିତି ନିଜ ଜୀବନର ପଣ କରିଛନ୍ତି । ରାତି ପାହିଲେ କେବଳ ଗୋଟିଏ ଚିନ୍ତା ,କାହାର କେଉଁ କାମ ବକେୟା ଅଛି ଆଉ କହାପାଖକୁ ଗଲେ ସେକାମ ସୂଚାରୁ ରୂପେ ସମ୍ପାଦନ ହେବ।

raydaga

ଆଜକୁ ୨୪ ବର୍ଷ ତଳେ ସେ ପାଇଥିବା ଇନ୍ଦିରା ଆବାସ ଭାଙ୍ଗି ଗଲାଣି । ଭଙ୍ଗା ଦଦରା ଘରେ ରହିବି କାହାର ଭୋଟର କାର୍ଡ ହେବ, କାହାର ଆଧାର କାର୍ଡ ହେବ , କାହାର ପେନସନ ମିଳିନି ତ କାହାର ବିଧବା ଭତ୍ତା ଅଟକି ଯାଇଛି, ଆଉ କିଏ ପରିବାର ମଙ୍ଗଳ ଯୋଜନାର ହିତାଧିକାରୀ ହେବ ତଥା ଲୋକଙ୍କୁ ସାମାଜିକ ନ୍ଯାୟ ଦେବାପାଇଁ ସେ ସଦା ସର୍ବଦା ତତ୍ପର ହୋଇ ଉଠନ୍ତି। ସେବା ମନୋଭାବ ନେଇ ମାଇଲ ମାଇଲ ବାଟ ଚାଲି ନିରବଛିନ୍ନ ସେବା ଯୋଗାଇ ଆସୁଛନ୍ତି । ରାୟଗଡା ବ୍ଳକ ଅଫିସ ହେଉ କି ହାଲୁଆ ପଞ୍ଚାୟତ କାର୍ଯ୍ୟାଳୟ ସବୁଠି ସେ ଉପସ୍ଥିତ ରହି ଲୋକଙ୍କ କାମ କରନ୍ତି ।

୧୯୯୯ ମସିହାରେ ଦୁଇ ଦୁଇ ଥର ହାଲୁଆ ପଞ୍ଚାୟତର ସେ ହେଉଛନ୍ତି ୱାର୍ଡ ମେମ୍ବର। ତଥାପି ଆଜି ଯାଏ କରିଚାଊିଛନ୍ତି ସେବା। ତେବେ ନିକଟ ଅତୀତରେ ରାୟଗଡା ଚଇତି ମହୋତ୍ସବରେ ସେ ସମାଜ ସେବା ପାଇଁ ସମ୍ମାନୀତ ହୋଇଛନ୍ତି। ଇଚ୍ଛାଶକ୍ତି ଆଗରେ ହାରମାନିଛି ବୟସ। ୭୫ ବର୍ଷରେ ବି ଥକିନି ତାଙ୍କ ପାଦ। ତାଙ୍କର ଏଭଳି ନିରବଛିନ୍ନ ଜନସେବା ପାଇଁ ସେ ଆଜି ଅନ୍ଯ ମାନଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଭୁଲ୍ ହେବନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.