ଯୁବକଙ୍କ ଅଶୋଭନୀୟ କାଣ୍ଡ: କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ସ୍ଵାମୀ, ସ୍ତ୍ରୀ ଓ ଶିଶୁ କନ୍ୟାକୁ ମରଣାନ୍ତକ ଆକ୍ରମଣ

ବାଲେଶ୍ଵର ଜିଲ୍ଲା ବେଲଦା ଛକରେ କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ ତିନି ଯୁବକ

ସୋର (କେନ୍ୟୁଜ): କମେଣ୍ଟ ମାରିଲେ ପ୍ରତିବାଦ କରିବାରୁ ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟାକୁ ତିନି ଯୁବକ ମରଣାନ୍ତକ ଆକ୍ରମଣ କଲେ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ବେଲଦା ଛକରେ ନଜର ଆସିଛି ଏଭଳି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ସୋର ଥାନା ବlଇନଣ୍ଡା ଗ୍ରାମର ଚିନ୍ମୟ ଜେନା ସୋର ତୁଡ଼ିଗଡିଆ ରାସ୍ତା ବେଲଦ। ଛକରେ ଏକ ଔଷଧ ଦୋକାନ କରିଛନ୍ତି।ସେ ଗତ ସନ୍ଧ୍ୟାରେ ଔଷଧ ଦୋକାନକୁ ସ୍ତ୍ରୀ ଜୟଶ୍ରୀ ଓ ନିଜର ଦୁଇ ବର୍ଷର ଶିଶୁ କନ୍ୟା ସହିତ ଆସିଥିଲେ। ଚିନ୍ମୟ ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ତିନି ଯୁବକ ଜୟଶ୍ରୀକୁ କମେଣ୍ଟ ମାରିଥିଲେ। ଚିନ୍ମୟ ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ବାଇକରେ ବସାଇ ଘରକୁ ଫେରିବା ବେଳେ ସେହି ବେଲଦ। ଛକରେ ଜୟଶ୍ରୀ କୁ କମେଣ୍ଟ ମାରିଥିବା ତିନି ଯୁବକ।ସେମାନଙ୍କୁ ଅଟକାଇ ସ୍ବାମୀ ଚିନ୍ମୟ, ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ଆକ୍ରମଣ କରିଥିଲେ। ଆକ୍ରଣରେ ଚିନ୍ମୟ ଗୁରୁତର ହୋଇଥିବା ବେଳେ ଜୟଶ୍ରୀ ଓ ଶିଶୁ କନ୍ୟା ଆହତ ହୋଇଛନ୍ତି । ଆହତ ମାନେ ସୋର ଡାକ୍ତରଖନାରେ ଚିକିତ୍ସିତ ହୋଇଛନ୍ତି। ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ ହୋଇଛି l ଅଭିଯୁକ୍ତ ମାନେ ଫେରାର ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.