Below header

ଦୁଇ ରାଜ୍ୟର ସୀମାରେ ଅଛି ଏହି ରେଳଷ୍ଟେସନ, ଅଧା ମହାରାଷ୍ଟ୍ରରେ ତ ଆଉ ଅଧା ଗୁଜୁରାଟରେ

ଦୁଇଟି ରାଜ୍ୟରେ ଗୋଟିଏ ରେଳ ଷ୍ଟେସନ୍‌ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ଏହି ଷ୍ଟେସନର ଦୁଇଟି ଅଂଶ ଅଛି ।

ଭାରତୀୟ ରେଳର ଇତିହାସ ବହୁତ ପୁରୁଣା । ରେଳକୁ ନେଇ ଅନେକ ରୋଚକପୂର୍ଣ୍ଣ କଥା ରହିଛି, ଯାହା ବିଷୟରେ ବୋଧହୁଏ ବହୁତ କମ୍‌ ଲୋକ ଅଳ୍ପ ବହୁତ ଜାଣିଛନ୍ତି । ଭାରତୀୟ ରେଳବାଇ ସାଧାରଣ ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ ଭାବରେ ଜଣାଯାଇଥାଏ । ପ୍ରତିଦିନ ହଜାର ହଜାର ଯାତ୍ରୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରନ୍ତି। ଯଦିଓ କେତେକ ରେଳ ଷ୍ଟେସନ ସେମାନଙ୍କର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟେସନ ବାବଦରେ କହିବୁ ଯାହାକୁ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କଣ ଆପଣଙ୍କୁ ଜଣାଅଛି ଦେଶରେ ଏକ ଏମିତି ରେଳ ଷ୍ଟେସନ ରହିଛି, ଯାହା ଗୋଟିଏ ନୁହେଁ ବରଂ ଦୁଇଟି ରାଜ୍ୟରେ ଅବସ୍ଥିତ । ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ରହିଛି ନାଭାପୁର ରେଳ ଷ୍ଟେସନ । କିନ୍ତୁ ଏହି ଷ୍ଟେସନକୁ ନେଇ ବିଶେଷ କଥା ହେଉଛି ଯେ ଏହା ଗୋଟିଏ ରାଜ୍ୟରେ ନାହିଁ ବରଂ ଦୁଇଟି ରାଜ୍ୟରେ ରହିଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ । ଏହି ଷ୍ଟେସନର ଦୁଇଟି ଅଂଶ ଅଛି ।

ଷ୍ଟେସନର ଗୋଟିଏ ଅଂଶ ଗୁଜୁରାଟରେ ଏବଂ ଅନ୍ୟ ଅଂଶ ମହାରାଷ୍ଟ୍ରରେ ଅଛି । ଏଠାରେ ବସିବା ପାଇଁ ଏକ ବେଞ୍ଚ ଅଛି ଯାହାର ଅଧା ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅଂଶ ଗୁଜୁରାଟରେ ରହିଛି । ଆପଣ ଫଟୋରେ ମଧ୍ୟ ଦେଖିପାରିବେ ଯେ ଷ୍ଟେସନ ମଝିରେ ରଖାଯାଇଥିବା ବେଞ୍ଚର ଅଧା ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅଂଶ ଗୁଜୁରାଟରେ ଅଛି । ପଶ୍ଚିମ ରେଳବାଇର ନାଭାପୁର ରେଳ ଷ୍ଟେସନ ମହାରାଷ୍ଟ୍ର ଏବଂ ଗୁଜୁରାଟର ସୀମାରେ ଅବସ୍ଥିତ । ଏହି ଷ୍ଟେସନର ଅଧା ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅଧା ଗୁଜୁରାଟରେ ରହିଛି ।

ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଚାରୋଟି ଭିନ୍ନ ଭାଷାରେ ଟ୍ରେନ ସମ୍ପର୍କିତ ସୂଚନା ଘୋଷଣା କରାଯାଇଥାଏ । ଇଂରାଜୀ, ଗୁଜରାଟୀ, ହିନ୍ଦୀ ଏବଂ ମରାଠୀ ଭାଷାରେ ଯାତ୍ରୀମାନଙ୍କ ପାଇଁ ଏଠାରେ ଘୋଷଣା କରାଯାଇଥାଏ । ନାଭାପୁର ରେଳ ଷ୍ଟେସନର ଆରପିଏଫ ଷ୍ଟେସନ୍ ଏବଂ ଟିକେଟ୍ କାଉଣ୍ଟର ମହାରାଷ୍ଟ୍ର ରାଜ୍ୟରେ ଥିବାବେଳେ ଷ୍ଟେସନମାଷ୍ଟରଙ୍କ ଅଫିସ୍ ଗୁଜୁରାଟର ତାପି ଜିଲ୍ଲାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.