୫ ଟଙ୍କାରେ ବର୍ଷେ ରଖନ୍ତୁ ସିମ୍‌ କୁ ଆକ୍ଟିଭ

BSNLର ଦମଦାର ଅଫର।ଏବେ ଆପଣ ମାତ୍ର ୫ଟଙ୍କାରେ ସିମ୍‌ କୁ ବର୍ଷେ ଯାଏଁ ଆକ୍ଟିଭ ରଖି ପାଇବେ ସବୁ ସୁବିଧା। ଏଥିରେ ଆପଣମାନେ ସିମକୁ ଆକ୍ଟିଭ ରଖିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ପାଇ ପାରିବେ । ଏହାଦ୍ୱାରା ଆପଣଙ୍କୁ ପ୍ରତ୍ୟେକ ମାସରେ ଆଉ ରିଚାର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂଆ ଅଫର ପ୍ରକାଶ କରିଛି। ଯାହା ବିଷୟରେ ୟୁଜର୍ସ ମାନେ ଜାଣି ବହୁତ ଖୁସି ହେବେ । ଆଜିକାଲି ଗ୍ରାହକ ମାନେ ଦୁଇଟି ସିମ ବ୍ୟବହାର କରୁଛନ୍ତି ଯାହାକୁ ଆକ୍ଟିଭ କରିବା ନିହାତି ଆବଶ୍ୟକ । ଏପରି ସ୍ଥିତିରେ ଗ୍ରାହକଙ୍କ ଖର୍ଚ୍ଚ ଦୁଇଗୁଣା ହୋଇଯାଇଥାଏ । ତେବେ ଏହି ପରିପ୍ରେକ୍ଷୀରେ ଏକ ଟେଲିକମ କମ୍ପାନୀ ପକ୍ଷରୁ ଏକ ଖାସ୍ ପ୍ଲାନ ଲଞ୍ଚ କରାଯାଇଛି । ଏହି ପ୍ଲାନରେ ଆପଣ ବହୁତ କମ୍ ପଇସା ଖର୍ଚ୍ଚ କରି ନିଜର ସିମକୁ ଆକ୍ଟିଭ୍ ରଖିପାରିବେ ।

ବର୍ତ୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଆଶାତୀତ ଭାବେ ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରୁଛନ୍ତି । ଆଜିକାଲି ଅଧିକାଂଶ ଲୋକ ନିଜର ସ୍ମାର୍ଟଫୋନରେ ଡୁଆଲ୍ ସିମର ବ୍ୟବହାର କରୁଥିବା ଦେଖାଯାଉଛି । ଗୋଟିଏ ସିମରେ ଇଣ୍ଟରନେଟ୍ ଚଲାଉଥିବା ବେଳେ ଅନ୍ୟଟିକୁ କେବଳ ଆକ୍ଟିଭ ରଖିବାକୁ ଚାହିଁଥାନ୍ତି ।

ଏହି ରିଚାର୍ଜ ଯୋଜନାରେ ଆପଣ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ବର୍ଷେ ପର୍ଯ୍ୟନ୍ତ ସିମ କାର୍ଡକୁ ଆକ୍ଟିଭ ରଖିପାରିବେ । ପ୍ରାଇଭେଟ ଟେଲିକମ୍ ଅପରେଟରମାନଙ୍କର ପୋର୍ଟଫୋଲିଓରେ ଆପଣ ଏପରି କୌଣସି ପ୍ଲାନ ପାଇବେ ନାହିଁ। ବିଏସଏନଏଲ ପକ୍ଷରୁ ଏକ ୫ ଟଙ୍କିଆ ରିଚାର୍ଜ ପ୍ଲାନ ଲଞ୍ଚ କରାଯାଇଛି ।

ଗୋଟିଏ ସିମରେ ଇଣ୍ଟରନେଟ୍ ପ୍ୟାକ୍ ପାଇଁ ଗ୍ରାହକମାନେ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି । ତେଣୁ ଦ୍ୱିତୀୟ ସିମକୁ କିପରି କମ୍ ଖର୍ଚ୍ଚରେ ଅଧିକ ସମୟ ଧରି ଆକ୍ଟିଭ୍ ରଖିବେ ସେହି ଚିନ୍ତାରେ ରହିଥାନ୍ତି ଅଧିକାଂଶ ଗ୍ରାହକ । ତେବେ ଏନେଇ ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଯାଇଛି । ଏହି ପ୍ଲାନରେ ଆପଣମାନେ ଦିନକୁ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ବର୍ଷେ ପର୍ଯ୍ୟନ୍ତ ସିମ କାର୍ଡକୁ ଆକ୍ଟିଭ ରଖିପାରିବେ ।

ତେବେ ଏହି ପ୍ଲାନର ଏକ ଖାସିୟତ ହେଉଛି, ଏଥିରେ ଆପଣମାନେ ସିମକୁ ଆକ୍ଟିଭ ରଖିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ପାଇ ପାରିବେ । ଏହାଦ୍ୱାରା ଆପଣଙ୍କୁ ପ୍ରତ୍ୟେକ ମାସରେ ଆଉ ରିଚାର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଆପଣମାନେ ଦିନକୁ ୫ ଟଙ୍କା ଖର୍ଚ୍ଚ କରି ଏହି ଶାନଦାର ବେନିଫଟ୍ ପାଇପାରିବେ । ସେହପରି କମ୍ପାନୀର ପୋର୍ଟଫୋଲିଓରେ ଅନ୍ୟ ଏକ ଶସ୍ତା ପ୍ଲାନ ମଧ୍ୟ ରହିଛି । ଯଦି ଆପଣଙ୍କୁ ଏକ ମାସ ପାଇଁ କଲିଂ ଓ ଡାଟା ଥିବା ଶସ୍ତା ରିଚାର୍ଜ ଦରକାର, ତେବେ ଆପଣ ୧୪୭ ଟଙ୍କିଆ ପ୍ଲାନ ଟ୍ରାଏ କରିପାରିବେ । ଏହି ରିଚାର୍ଜ ପ୍ଲାନରେ ୩୦ ଦିନିଆ ଭାଲିଡିଟି ମିଳିଥାଏ । ଏଥିସହିତ ଅନଲିମିଟେଡ ଭଏସ୍ କଲିଂ ସର୍ଭିସ, ୧୦ ଜିବି ଡାଟା, ରିଚାର୍ଜରେ ପର୍ସନାଲ ରିଙ୍ଗ ବ୍ୟାକ ଟ୍ୟୁନର ମଧ୍ୟ ବିକଳ୍ପ ମିଳିବ ।ଆପଣମାନେ ୧୯୯୯ ଟଙ୍କିଆ ପ୍ରିପେଡ ପ୍ଲାନରେ ୩୬୫ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇପାରିବେ । ଏଥିସହିତ ୟୁଜର୍ସଙ୍କୁ ୬୦୦ ଜିବିର ହାଇସ୍ପିଡ୍ ଡାଟା ମଧ୍ୟ ମିଳୁଛି ।

ଆଶା କରୁଛୁ ଆଜିର ଏହି ଭିଡ଼ିଓ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ସେୟାର କରନ୍ତୁ। ଟେଲିକମ ସେକ୍ଟର ସମ୍ବନ୍ଧୀୟ ଏଭଳି ଖବର ଜାଣିବା ପାଇଁ ଦେଖନ୍ତୁ କେନ୍ୟୁଜ ଓଡ଼ିଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.