ଜାଣନ୍ତୁ ଏଥର ମହଙ୍ଗା ଭତ୍ତା ବୃଦ୍ଧିରେ କିଏ କେତେ ଟଙ୍କା ପାଇବେ, ସାମ୍ନାକୁ ଆସିଲା ରିପୋର୍ଟ

କାହାକୁ କେତେ ମିଳିବ DA ଜାଣିନିଅନ୍ତୁ। ଯେଉଁମାନଙ୍କର ଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ ।

କେନ୍ଦ୍ର ସରକାରଙ୍କ ଅଧିନସ୍ତ ସମସ୍ତ କର୍ମଚାରୀ ସମେତ ପେନସନ ଭୋଗୀଙ୍କୁ ହୋଲି ପୂର୍ବରୁ ମିଳିବ ବହୁତ ବଡ଼ ଭେଟି। ହୋଲି ଆରମ୍ଭ ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାକୁ ନେଇ ଏକ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ଯଦି ଆପଣ ବି ଏହି ଜୋନ ରେ ଅଛନ୍ତି ତେବେ ନିହାତି ଭାବେ ଆମ ଏ ଜରୁରୀ ଖବରଟିକୁ ଜାଣିନିଅନ୍ତୁ।

କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ହାଇକ କୁ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। ଜାନୁଆରୀ ୨୦୨୩ ରୁ ମହଙ୍ଗା ଭତ୍ତା ପୁଣି ବଢିବାକୁ ଯାଉଛି । ହୋଲି ପୂର୍ବରୁ ସରକାର ଏହା ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ମାର୍ଚ୍ଚ ୧ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ବୃଦ୍ଧିକୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି। ଯଦି ଏହା ଘଟେ, କର୍ମଚାରୀମାନଙ୍କୁ ମାର୍ଚ୍ଚ ବେତନରେ ବକେୟା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ। ଡିସେମ୍ବର ପର୍ଯ୍ୟନ୍ତ AICPI ସୂଚକାଙ୍କ ଆକଳନରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥରମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ପାଇବ । ତେବେ ଏହା କାର୍ଯ୍ୟକାରୀ ହେବ ପରେ ଏହା ଦ୍ୱାରା ପ୍ରାୟ ଗୋଟିଏ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ।

କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାର ସମ୍ଭାବନା ରହିଛି । ଏବେ ଯଦି ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରନ୍ତି ତେବେ ଏହାଦ୍ୱାରା ୪୭ ଲକ୍ଷ କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ । ସୁଚନା ଅନୁସାରେ ଯଦି ଏବେ ର ପରିସ୍ଥିତିକୁ ଧ୍ୟାନ ଦିଆଯାଏ ଆଉ ଏମିତିରେ ୪% ଡିଏ ବଢ଼େ ତେବେ କେନ୍ଦ୍ର ସରକାରଙ୍କ ୪୭ ଲକ୍ଷ କର୍ମଚାରୀ ଓ ୬୩ ଲକ୍ଷ ପେନସନ ଭୋଗୀଙ୍କୁ ଡିଏ ଓ ଡିଆର ୩୮% ରୁ ବଢ଼ି ୪୨% ମିଳିବ।

ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହେତୁ କର୍ମଚାରୀଙ୍କ ବେତନରେ ଭଲ ବୃଦ୍ଧି ଘଟିବ। ବର୍ତ୍ତମାନ ମହଙ୍ଗା ଭତ୍ତା ୩୮% ରହିଛି , ଯାହା ୪୨% କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି ଆଧାରରେ ନୂତନ ଡିଏ ଗଣନା କରାଯିବ। ଏଥର ଏକ ଭଲ ଅଭିବୃଦ୍ଧି ଦେଖାଯାଉଛି । ଏଥିରୁ କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ। ଜୁଲାଇରୁ ଡିସେମ୍ବର ମଧ୍ୟରେ AICPI ସୂଚକାଙ୍କ ସର୍ବାଧିକ ସଂଖ୍ୟା ୧୩୨.୫ ପଏଣ୍ଟରେ ରହିଛି । ଯେଉଁ ଆଧାରରେ DA ରେ ୪ ପ୍ରତିଶତ ବୃଦ୍ଧି ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଉଛି ।

ସୂଚନମୁତାବକ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ୩୮% ହାରରେ ଡିଏ ପ୍ରଦାନ କରାଯାଇଛି । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୪୨% କୁ ବୃଦ୍ଧି ପାଇବ । ଏହା ପରେ ଯେଉଁମାନଙ୍କର ଦରମା ୧୮,୦୦୦ ଟଙ୍କା ରହିଛି ସେମାନଙ୍କ ବାର୍ଷିକ ମହଙ୍ଗା ଭତ୍ତା ୯୦,୭୨୦ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ ମହଙ୍ଗା ଭତ୍ତାଠାରୁ ପାର୍ଥକ୍ୟ ବିଷୟରେ କହିବାକୁ ଗଲେ ଦରମା ପ୍ରତି ମାସରେ ୭୨୦ ଟଙ୍କା ଏବଂ ବାର୍ଷିକ ୮୬୪୦ ଟଙ୍କା ବୃଦ୍ଧି ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.