Below header

ସାନିଟାଇଜର ଭଳି ଏବେ ସ୍ପ୍ରେ କଲେ ପାଇବେ ଅକ୍ସିଜେନ୍‌

ଏବେ ଆପଣଙ୍କ ପକେଟରେ ଅକ୍ସିଜେନ। ଆଉ ଅଭାବ ରହିବନି ଅକ୍ସିଜେନ ସିଲିଣ୍ଡର। ଆଉ ଅକ୍ସିଜେନ ଅଭାବରୁ ବି ଲୋକଙ୍କର ହେବନୀ ମୃତ୍ୟୁ।କରୋନା ମହାମାରୀର ଦ୍ୱିତୀୟ ଲହର ଭାରତରେ ବ୍ୟାପକ ବିପଦ ସୃଷ୍ଟି କରିଥିଲା । ଏହି ଲହର ସମୟରେ ଅମ୍ଳଜାନ ଅଭାବରୁ ଅନେକ ଲୋକଙ୍କର ମୃତ୍ୟୁ ବି ହୋଇଥିଲା । ସବୁ ସ୍ଥାନରେ ଅମ୍ଳଜାନକୁ ନେଇ ଅଜି ଦୟନୀୟ ସ୍ଥିତି ଉପୁଜିଥିଲା। ହେଲେ କରୋନା ଭୂତାଣୁର ଭୟ ଏପର୍ଯ୍ୟନ୍ତ ଆମ ଭିତରୁ ଯାଇ ନାହିଁ। ଏଥିପାଇଁ ବାରମ୍ବାର ଲୋକଙ୍କୁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଉଛି।

ତେବେ ଏହାରି ଭିତରେ ଆସିଛି ଆଉ ଗୋଟେ ଆଶ୍ୱସ୍ତିକର ଖବର । ସାନିଟାଇଜର ଭଳି ଆପଣ ନିଜ ପକେଟରେ ରଖିପାରିବେ ଅମ୍ଳଜାନ । ହଁ, ଆଜ୍ଞା ଏପରି ଏକ ଟେକ୍ନୋଲୋଜି ଉଦ୍ଭାବନ କରିଛନ୍ତି IIT କାନପୁରର ପୂର୍ବତନ ଛାତ୍ର । ମହାମାରୀର ଏହି ଲହରରେ ଅମ୍ଳଜାନର ଅଭାବକୁ ଧ୍ୟାନରେ ରଖି ଏକ ବଢ଼ିଆ ଉଦ୍ଭାବନ କରାଯାଇଛି। ଆପଣ ଏକ ବୋତଲ ଅମ୍ଳଜାନ ସାଙ୍ଗରେ ନେଇପାରିବେ । ଆଇଆଇଟି କାନପୁର ଆଲୁମନାସ୍ ଏବଂ ଇ-ସ୍ପିନ୍ ନାନୋଟେକ୍ ପିଭି ଲିମିଟେଡର ଡକ୍ଟର ସନ୍ଦୀପ ପାଟିଲ୍ ଅକ୍ସିରାଇଜ୍ ନାମକ ଏକ ଏପରି ବୋତଲ ତିଆରି କରିଛନ୍ତି ଯେଉଁଥିରେ ୧୦ ଲିଟର ଅମ୍ଳଜାନ ଗ୍ୟାସ୍ ଗଚ୍ଛିତ ହୋଇପାରିବ ।

Captureତେବେ ଏହାର ସବୁଠାରୁ ବଡ ଖାସିୟତ୍‌ ହେଉଛି ଯଦି କାହାର ସ୍ୱାସ୍ଥ୍ୟ ଖରାପ ହୁଏ, ତେବେ ତାଙ୍କୁ ଏହି ବୋତଲ ମାଧ୍ୟମରେ ଅଳ୍ପ ଅମ୍ଳଜାନ ଦେଇ ଡାକ୍ତରଖାନା ନିଆଯାଇପାରିବ। ଏହାପରେ ଆପଣ ଭାବୁଥିବେ ଏହାର ଦାମ ବି ବହୁତ ଅଧିକ ଥିବ। କିନ୍ତୁ ନା, ଜଣେ ଅତି ସାଧାରଣ ଲୋକଟିଏ ବି ଏହାକୁ କିଣିପାରିବେ। ଏହି ଅମ୍ଳଜାନ ବୋତଲର ମୂଲ୍ୟ ମାତ୍ର ୪୯୯ ଟଙ୍କା ସ୍ଥିର କରାଯାଇଛି । ଆପଣ ଚାହିଁଲେ ଏହାକୁ ଅନଲାଇନରେ ଅର୍ଡର ବି କରିପାରିବେ ।

ଏହା ପୋର୍ଟେବଲ୍ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସହଜରେ ବ୍ୟବହାର କରାଯାଇପାରିବ। ଏହି ବୋତଲରେ ଏକ ସ୍ୱତନ୍ତ୍ର ଉପକରଣକୁ ମଧ୍ୟ ସାମିଲ କରାଯାଇଛି । ଯାହା ମାଧ୍ୟମରେ ରୋଗୀର ପାଟିରେ ସ୍ପ୍ରେ କରି ଅମ୍ଳଜାନ ଦିଆଯାଇପାରିବ। ଏହାର ବିକ୍ରୟ କମ୍ପାନୀର ୱେବସାଇଟ୍ swasa.in ରୁ କରାଯାଉଛି । ବର୍ତ୍ତମାନ ତ ଗୋଟିଏ ଦିନରେ ୧୦୦୦ ବୋତଲ ଉତ୍ପାଦନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.