Below header

ଗାଡ଼ି ଚଳାଇବାର ଷ୍ଟାଇଲ ଦେଖି ପ୍ରେମରେ ପଡିଲେ ଯୁବତୀ, ଶେଷରେ ନିଜ ଡ୍ରାଇଭରକୁ କଲେ ବିବାହ

କେନ୍ୟୁଜ୍‌: କଥାରେ ଅଛି ପ୍ରେମ ହେଉଛି ଅନ୍ଧ ! ପ୍ରେମ ଜାତି-ଧର୍ମ,ଉଚ୍ଚ-ନୀଚ କିଛି ଦେଖେ ନାହିଁ । ପ୍ରେମର ଇତିହାସ ଦେଖିଲେ ଜଣାପଡ଼େ କେତେ ଯେ ପ୍ରେମିକ-ପ୍ରେମିକା ତାଙ୍କର ତ୍ୟାଗ ଓ ବଳିଦାନ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ଆଜି ଆମେ ଯେଉଁ ପ୍ରେମ କାହାଣୀ ବିଷୟରେ କହିବା ପାଇଁ ଯାଉଛୁ, ସେହି କାହାଣୀ କୌଣସି ‘ଲୈଲା-ମଜ୍‌ନୁ’ ର କାହାଣୀଠୁ କମ୍‌ ନୁହେଁ ।

ଏହି ପ୍ରେମ କାହାଣୀ ହେଉଛି ଜଣେ ମାଲିକାଣୀ ଏବଂ ଡ୍ରାଇଭରର । ନିଜ ଘରର ଡ୍ରାଇଭରର ଗାଡ଼ି ଚଲାଇବା ଷ୍ଟାଇଲ ଦେଖି ତାଙ୍କୁ ଭଲ ପାଇଗଲେ ମାଲିକାଣୀ ଜଣକ। ଏମିତି ଏକ ଘଟଣା ସାମ୍ନାକୁ ଅସିଛି ପାକିସ୍ତାନରେ। ଜଣେ ମହିଳା ନିଜ ଡ୍ରାଭରକୁ ବିବାହ କରିଛନ୍ତି । ମହିଳା ଜଣକ ନିଜ ବିବାହ ପରେ ‘ଡେଲି ପାକିସ୍ତାନ’ରେ ଇଣ୍ଟରଭ୍ୟୁ ଦେବା ବେଳେ ତାଙ୍କର ପୁରା କାହାଣୀ କହିଛନ୍ତି ।

ସେ କହିଛନ୍ତି ତାଙ୍କର ସ୍ବାମୀ ତାଙ୍କୁ ଗାଡ଼ି ଶିଖାନ୍ତି। ଯିଏ କି ତାଙ୍କର ଡ୍ରାଇଭର ଥିଲେ। ତାଙ୍କର ସ୍ବାମୀଙ୍କର ଗାଡ଼ିରେ ଗିଅର ବଦଳେଇବାର ଷ୍ଟାଇଲ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ମହିଳା ଜଣକ ତାଙ୍କୁ ଭଲପାଇ ବସିଲେ । ସ୍ବାମୀଙ୍କର ଗିଅର ବଦଳାଇବା ସମୟରେ ତାଙ୍କ ହାତର ଷ୍ଟାଇଲ ଦେଖି ତାଙ୍କୁ ମନ ଦେଇଦେଲେ । ଇଣ୍ଟରଭ୍ୟୁ ସମୟରେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ପାଇଁ ଗୋଟିଏ ଗୀତ ଡେଡିକେଟ୍‌ କରିବା ପାଇଁ ପଚାରିବାରୁ ମହିଳା ଜଣକ ଏକ ହିନ୍ଦୀ ଗୀତ ‘ହମ୍‌ ତୁମ୍‌ ଏକ କମ୍‌ରେ ମେ ବନ୍ଦ ହେ ଔର ଚାବି ଗୁମ୍‌ ଯାଏ’ଗୀତ ଗାଇଥିଲେ ।

car

ସାମ୍ବାଦିକ ଜଣକ ଯେତେବେଳେ ଏହି ଗୀତର ଏକ ଲାଇନକୁ ମଜାଳିଆ ଢ଼ଙ୍ଗରେ ଦୋହରାଇଲେ ‘ଚାବି ଗୁମ୍‌’ମହିଳାଙ୍କ ସ୍ବାମୀ ହସି ହସି କହିଲେ ଏବେ ତ ‘କାର୍‌ ଗୁମ୍‌ ’ ହେଇଯିବ । ପ୍ରେମ ବିବାହ ପରେ ପାକିସ୍ତାନର ,ଏହି ନବ ଦମ୍ପତି ବହୁତ ଖୁସିରେ ଅଛନ୍ତି । ଇଣ୍ଟରଭ୍ୟୁ ସମୟରେ ସବୁ ପ୍ରଶ୍ନର ଉତ୍ତର ଖୁସି ଖୁସିରେ ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଘରର ଡ୍ରାଇଭର ଏବେ ଘରର ଜ୍ୱାଇଁ ବନିଗଲେ । ମହିଳା ଜଣକ ବି କହିଛନ୍ତି ଗାଡ଼ି ଶିଖିବା ସମୟରେ ତାଙ୍କୁ ତାଙ୍କ ଜୀବନ ସାଥି ମିଳିଗଲା । ତାଙ୍କର ସ୍ବାମୀଙ୍କର ଗାଡ଼ି ଚଳାଇବାର ଷ୍ଟାଇଲ ତାଙ୍କୁ ଖୁବ୍‌ ପ୍ରବାଭିତ କରିଥିଲା । ଯାହା ଫଳରେ ସେ ତାଙ୍କୁ ନିଜର ପତି ରୂପେ ବାଛିନେଲେ । ଏଥି ପାଇଁ କୁହାଯାଇଛି ପ୍ରେମ କିଛି ଜାଣେନା । ଜାତି-ଧର୍ମ ,ଧନୀ-ଗରିବର ଭେଦଭାବ ଠାରୁ ଉର୍ଦ୍ଧ୍ୱରେ ଥାଏ ପ୍ରେମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.