ଏଲନ ମସ୍କଙ୍କ ଘୋଷଣା; ଟ୍ଵିଟର କର୍ମଚାରୀ ଏବେ ଦିନକୁ ୧୨ ଘଣ୍ଟା ଏବଂ ୭ ଦିନ କାମ କରିବେ, ନହେଲେ ଯିବ ଚାକିରି

ଆକ୍ସନ ମୋଡରେ ଏଲନ ମସ୍କ। ଟ୍ଵିଟର କିଣିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ମସ୍କ। ନିକଟରେ କିଛିଦିନ ତଳେ ଟେସଲା ମାଲିକ ଏଲନ ମସ୍କ ଟ୍ୱିଟର କିଣିଛନ୍ତି। ଟ୍ଵିଟର କିଣିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ କରିଛନ୍ତି ମସ୍କ। ଟ୍ଵିଟରରେ ବ୍ଲୁ ଟିକ୍‌ ପାଇଁ ପାଇଁ ୟୁଜର୍ସ ଏବେ ପଇସା ଦେବାକୁ ପଡିବ । ଆଉ ଏହି ଯୋଜନା ଯୋଗୁଁ ଟ୍ଵିଟର କର୍ମଚାରୀଙ୍କ ଉପରେ କାମର ଚାପ ମଧ୍ୟ ପଡିଛି। ମିଡିଆ ରିପୋର୍ଟ ମୁତାବକ, କର୍ମଚାରୀକୁ ଛଟେଇ ପାଇଁ ମଧ୍ୟ ଯୋଜନା ଚାଲିଛି।

ଖବର ମୁତାବକ, ଟ୍ଵିଟର କିଣିବା ପରେ ଏଠିକାର କର୍ମଚାରୀ ଅଧିକରୁ ଅଧିକ ସମୟ କାମ କରିବା ପାଇଁ କହିଛନ୍ତି। କିଛି ଟ୍ୱିଟର ଇଞ୍ଜିନିୟରଙ୍କୁ ଦିନକୁ ୧୨ ଘଣ୍ଟା ଏବଂ ସପ୍ତାହରେ ସାତ ଦିନ କାମ କରିବାକୁ କୁହାଯାଇଛି। ଟ୍ଵିଟରରେ ବ୍ଲୁ ଟିକ୍‌ ପାଇବା ପାଇଁ ୮ ଡଲାର ଅର୍ଥାତ୍‌ ୬୬୦ ଟଙ୍କା ଦେବାକୁ ପଡିବ। ଆଉ ଏଥିପାଇଁ ଟ୍ୱିଟର ପରିଚାଳକମାନେ କର୍ମଚାରୀମାନଙ୍କୁ କହିଛନ୍ତି, ଏଲନ୍ ମସ୍କଙ୍କ ନୂତନ ନିଷ୍ପତ୍ତିକୁ ଠିକ୍ ସମୟରେ ପୂରଣ କରିବା ପାଇଁ ସେମାନଙ୍କୁ ଅତିରିକ୍ତ ଘଣ୍ଟା କାମ କରିବାକୁ ପଡିବ। ସପ୍ତାହରେ ସାତ ଦିନ ଏବଂ ପ୍ରତ୍ୟେକ ଦିନ ୧୨ ଘଣ୍ଟା ସିଫ୍ଟରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।’

କର୍ମଚାରୀମାନଙ୍କୁ ଓଭରଟାଇମ୍ ପାଇଁ ଦରମା କିମ୍ବା ଚାକିରି ବିଷୟରେ ଚିନ୍ତା ନକରି ଅଧିକ କାମ କରିବାକୁ କୁହାଯାଇଛି। ନଭେମ୍ବର ଆରମ୍ଭରୁ ଇଞ୍ଜିନିୟରମାନଙ୍କୁ ସମୟସୀମା ଦିଆଯାଇଥିବା ଜଣାଯାଇଛି। ଆଉ ଯେଉଁମାନେ ନିର୍ଦ୍ଦେଶ ନ ମାନିବେ, ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ ବୋଲି ମଧ୍ୟ କୁହାଯାଇଛି।

ତେବେ ଟ୍ଵିଟରରେ ବ୍ଲୁ ଟିକ୍‌ ପାଇବା ପାଇଁ ଏବେ ୟୁଜର୍ସଙ୍କୁ ପ୍ରତ୍ୟେକ ମାସରେ ପଇସା ଦେବାକୁ ପଡିବ। ପ୍ରତ୍ୟେକ ମାସରେ ୮ ଡଲାର ଅର୍ଥାତ୍‌ ୬୬୦ ଟଙ୍କା ଦେବାକୁ ହେବ। ତେବେ ଏହି ବିଷୟରେ ଏଲନ ମସ୍କ ଟ୍ଵିଟ୍‌ କରି କହିଛନ୍ତି, ବ୍ଲୁ ଟିକ୍‌ ପାଇବା ପାଇଁ ବର୍ତ୍ତମାନର ଉପାୟ ଠିକ୍‌ ନୁହେଁ। ତେବେ ମାସକୁ ୮ ଡଲାର ଦେଇ ଏହି ସୁବିଧା ୟୁଜର୍ସ ଉଠାଇପାରିବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.