ପବିତ୍ର ଅଁଳା ନବମୀ ଉପଲକ୍ଷେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ରାଧା ରାଣୀ, ଏନେଇ ସାକ୍ଷୀ ଗୋପିନାଥ ମନ୍ଦିରରେ ଲାଗିଛି ଭକ୍ତଙ୍କର ପ୍ରବଳ ଗହଳି

ଆଜି ପବିତ୍ର ଅଁଳା ନବମୀ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ୱ ରହିଛି। ଏହାକୁ ‘ଅକ୍ଷୟ ନବମୀ’ ମଧ୍ୟ କୁହାଯାଇଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ କୁହାଯାଇଥାଏ। ଏହି ଦିନ ଦାନ, ଧର୍ମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ମାନ୍ୟତା ରହିଛି କି, ଅଁଳା ନବମୀ ଦିନ ଦାନ, ଧର୍ମ କରିବା ଦ୍ୱାରା ଆପଣଙ୍କୁ ପୁଣ୍ୟଫଳ ବର୍ତ୍ତମାନ ସହିତ ଆଗାମୀ ଜନ୍ମରେ ମଧ୍ୟ ପ୍ରାପ୍ତ ହୋଇଥାଏ। ଶାସ୍ତ୍ର ଅନୁସାରେ, ପବିତ୍ର ଅଁଳା ନବମୀରେ ଅଁଳା ଗଛକୁ ପୂଜାର୍ଚ୍ଚନା କରାଯାଇଥାଏ। କୁହାଯାଏ, ଏମିତି କରିବା ଦ୍ୱାରା ବ୍ୟକ୍ତିର ସବୁ ପାପ କ୍ଷୟ ହୋଇଯାଇଥାଏ।

ବିଶ୍ୱାସ ରହିଛ ି ଏହିଦିନ ପବିତ୍ର ଅଁଳା ଗଛ ତଳେ ବସି ଭୋଜନ କଲେ ରୋଗ ଦୂର ହୋଇଥାଏ। ମହିଳାମାନେ ଏହିଦିନ ସନ୍ତାନ ପ୍ରାପ୍ତି ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି।

ଏମିତିରେ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀ ଗୋପାଳ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। ଏହି ମନ୍ଦିରରେ ବର୍ଷ ସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ରାଧାଙ୍କ ପାଦ ପଦ୍ମ କୁ ଆଜି ର ଦିନରେ ଦର୍ଶନ କରାଯାଏ। ବର୍ଷକୁ ଥରେ ପବିତ୍ର ଅଁଳା ନବମୀରେ ଭକ୍ତମାନଙ୍କ ଏହି ସୁନ୍ଦର ମୌକା ମିଳିଥାଏ ରାଧା ମାଆଙ୍କ ପାଦ ଦର୍ଶନ କରିବା ପାଇଁ..

ତେବେ ଚଳିତ ବର୍ଷ ମଧ୍ୟ ପୁରୀ ଜିଲ୍ଲା ସତ୍ୟବାଦୀର ସାକ୍ଷୀଗୋପୀନାଥ ମନ୍ଦିରରେ ପ୍ରବଳ ଭିଡ଼ ଜିମିଥିବାର ଦେଖିବାକୁ ମିଳିଛି । ବର୍ଷରେ ଗୋଟିଏ ଦିନ ମା’ରାଧା ରାଣୀ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ପାଦ ଦର୍ଶନ ଦେଇଥାନ୍ତି । ରାଧା ପାଦ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୀର୍ଘ ଦୁଈ ବର୍ଷ ଧରି କୋଭିଡ କଟକଣା ରହିଥିବାବେଳେ ଚଳିତ ବର୍ଷ ମା ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି।

mayapur
pc: mayapur.com

ରାତି ୩ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ଆଦି କରାଯାଇଛି। ଏହାପରେ ସାକ୍ଷୀଗୋପୀନାଥ ଓ ମା’ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି ।ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି। ଧାଡିରେ ଯାଇ ଭକ୍ତ ଦର୍ଶନ କରୁଛନ୍ତି । କରୋନା କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ ରାଧାପାଦ ଦର୍ଶନ କରିବାକୁ ଅନୁମତି ମିଳିଛି। ହେଲେ ରାଧା ପାଦ ସ୍ପର୍ଶ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିନାହିଁ ।

ବର୍ଷର ଗୋଟିଏ ଦିନରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି। ବିଶ୍ୱାସ ରହିଛି, ରାଧା ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ତେବେ ଦର୍ଶନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। ଭକ୍ତ ସୁବିଧା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ଓ ଅସ୍ଥାୟୀ ପରିଶ୍ରାଗାର ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।