ସୁଟିଙ୍ଗ୍ ସେଟ୍ରେ ଆହତ ହେଲେ ଟାଇଗର ଶ୍ରଫ୍, ଆକ୍ସନ ସିନ୍ ବେଳେ ହେଲା ଦୁର୍ଘଟଣା, ଗୋଡ଼ରେ ଲାଗିଛି ଅଘାତ

ଟାଇଗର ଶ୍ରଫ୍ ସବୁବେଳେ ନିଜର ଆକ୍ସନ ସିନକୁ ନେଇ ସିରିୟସ ଥାଆନ୍ତି । ନିଜର ଫ୍ୟାନ୍ସମାନଙ୍କୁ ସେ କେବେ ନିରାଶ କରନ୍ତି ନାହିଁ । ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ମଧ୍ୟ ପଡ଼େ । ତାଙ୍କର ସବୁ ଫିଲ୍ମରେ ଦର୍ଶକମାନଙ୍କୁ ବାନ୍ଧି ରଖିବା ପାଇଁ ଦମ୍ଦାର ଫାଇଟ୍ ସିନ୍ ନେଇ ଆସନ୍ତି । ସେଥି ପାଇଁ ସେ ବଲିଉଡରେ ଆକ୍ସନଷ୍ଟାର ଭାବରେ ପରିଚିତ । ଖାସ୍ କରି ଟୀନ୍ ଏଜ୍ର ପିଲାମାନେ ତାଙ୍କ ଫିଲ୍ମକୁ ପସନ୍ଦ କରନ୍ତି । ନିକଟରେ ଏକ ଫାଇଟ୍ ସିନ୍ ସୁଟିଙ୍ଗ୍ ସମୟରେ ତାଙ୍କ ଗୋଡ଼ରେ ଅଘାତ ଲାଗିଛି । ଏହି ଭିଡ଼ିଓକୁ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସେ ସୋସିଆଲ ମିଡିଆରେ ଭିଡ଼ିଓ ପୋଷ୍ଟ କରି ଲେଖିଛନ୍ତି, ‘ଏକ କଂକ୍ରିଟ ଓ୍ଵାସ୍ ବେସିନକୁ ଭାଙ୍ଗିବା ସମୟରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଛି । ମୁଁ ଭାବୁଥିଲି ମୁଁ ଏହାକୁ ସହଜରେ କରିନେବି କିନ୍ତୁ ମୋର ଆତ୍ମବିଶ୍ୱାସ ମୋ ପାଇଁ ଭୁଲ ସାବ୍ୟସ୍ତ ହେଲା’। ଏହି ଭିଡ଼ିଓରେ ସେ ଜଣେ ବ୍ୟକ୍ତିଙ୍କ ସହିତ ଜୋରଦାର ଫାଇଟିଙ୍ଗ୍ କରିବାର ଦେଖାଯାଉଛି । ସେ ନିଜର ପାଦକୁ ବୁଲେଇ ଯେତେବେଳେ ସେ ବ୍ୟକ୍ତି ଜଣଙ୍କୁ ମାରିଛନ୍ତି, ସେ ବଞ୍ଚିବା ପାଇଁ କଂକ୍ରଟ ବେସିନଙ୍କୁ ଦେଖେଇଛନ୍ତି ଏବଂ ଟାଇଗର ସେହି ବେସିନକୁ ମରିବା ସମୟରେ ତାଙ୍କ ପାଦରେ ଆଘାତ ଲାଗିଛି ।
View this post on Instagram
ରିପୋର୍ଟ ଅନୁସାରେ ଟାଇଗରଙ୍କର ଆଗକୁ ଦୁଇଟି ଫିଲ୍ମ ‘ଗଣପତ’ ଏବଂ ଅକ୍ଷୟ କୁମାରଙ୍କ ସହିତ ‘ବଡ଼େ ମିଆଁ ଛୋଟେ ମିଆଁ’ ଆସୁଛି । ‘ଗଣପତ’ରେ ଟାଇଗରଙ୍କ ସହିତ କୃତି ସାନନ ନଜର ଆସୁଥିବା ବେଳେ ତାଙ୍କର ଏହି ପରି ଆହତ ହେବା ଘଟଣା ଫ୍ୟନ୍ସ ମାନଙ୍କୁ ନିରାଶ କରିଛି । ଏହି ଯୋଡ଼ି ପ୍ରଥମେ ‘ହିରୋପନ୍ଥୀ-୨’ ନଜର ଆସିଥିଲେ । କିନ୍ତୁ,ଏହି ଫିଲ୍ମ ବକ୍ସ ଅଫିସରେ କମାଲ କରି ପାରି ନଥିଲା । ଆଶା କରିବା ‘ଗଣପତ’ରେ ଏହି ଯୋଡ଼ି ଧମାଲ କରିବେ ଏବଂ ବକ୍ସ ଅଫିସରେ ଭଲ ଆୟ କରିବ ।