ମୋରବୀ ଟ୍ରାଜେଡି; ଗୁଜରାଟରେ ଆଜି ରାଷ୍ଟ୍ରୀୟ ଶୋକ ପାଳନ, ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ଗୁଜରାଟରେ ମୋରବି ବ୍ରିଜ ଟ୍ରାଜେଡିରେ ଆଜି ରାଜ୍ୟରେ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରାଯାଇଛି। ସଂପୂର୍ଣ୍ଣ ରାଜ୍ୟରେ ସରକାରୀ ବିଲିଡିଂରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଆଜି କୌଣସି ସମାରୋହ କିମ୍ବା କାର୍ଯ୍ୟକ୍ରମ ଆୟୋଜିତ ହେବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ସ୍ଥିତି ସମୀକ୍ଷା କରି ଏକ ଉଚ୍ଚସ୍ତରୀୟ ବୈଠକ ଡାକ୍ତି ଏହା ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୪୧ ଜଣଙ୍କ ଜୀବନ ଚାଲିଯାଇଛି। ୧୭୦ଙ୍କୁ ଉଦ୍ଧାର କରାଯାଇଛି। ଅନେକ ଆହତ ଲୋକଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ଵିଟ୍ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗାନ୍ଧିନଗର ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ ମୋରବୀ ଝୁଲା ପୋଲ ଘଟଣାରେ ମୃତକଙ୍କ ପାଇଁ ନଭେମ୍ବର ୨ ଅର୍ଥାତ୍ ଆଜି ରାଜ୍ୟବ୍ୟାପୀ ଶୋକ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟର ସରକାରୀ ଭବନରେ ଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ କୌଣସି ସମାରୋହ କିମ୍ବା ମନୋରଂଜନ କାର୍ଯ୍ୟକ୍ରମ ଆୟୋଜିତ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
માનનીય પ્રધાનમંત્રી શ્રી નરેન્દ્રભાઈ મોદીએ મોરબી દુર્ઘટના સ્થળની પ્રત્યક્ષ મુલાકાત લઈને દુર્ઘટના અંગેની તેમજ ત્યાં હાથ ધરાયેલ સર્ચ ઓપરેશન તથા રાહત કામગીરીની ઝીણવટભરી વિગતો મેળવી હતી. pic.twitter.com/O271dxCDAs
— Bhupendra Patel (@Bhupendrapbjp) November 1, 2022
ପୋଲର ଫିଟନେସ ନଥିଲା। ଯେଉଁ କମ୍ପାନୀ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା, ସେମାନଙ୍କ ଅବହେଳା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ୯ ଜଣକୁ ଗିରଫ କରାଯାଇଛି। ପୋଲଟି ୬ ମାସ ବନ୍ଦ ରହିବା ପରେ ୨୫ ଅକ୍ଟୋବରକୁ ଖୋଲାଯାଇଥିଲା। ୩୦ ଅକ୍ଟୋବରରେ ଏଭଳି ଘଟଣା ଘଟିଥିଲା। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ପୋଲରେ କ୍ଷମତା ଠାରୁ ଅଧିକ ଲୋକ ଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିଲା ବୋଲି କୁହାଯାଉଛି।
Here is the authentic CCTV footage of the Morbi bridge collapse: NOT the old videos that are being made viral to blame the public. Yes, bridge is crowded but to blame crowds would be to shun responsibility for multiple level failures of those involved in ensuring safety. pic.twitter.com/6wVA0xddXl
— Rajdeep Sardesai (@sardesairajdeep) October 31, 2022
ପ୍ରାୟ ୧୦୦ ବର୍ଷ ତଳର ଏହି ପୋଲ । ୬ ମାସ ବନ୍ଦ ରହିବା ପରେ ଗତ ସପ୍ତାହରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହାକୁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏବେ ସଜଡା ଯାଇଥିଲା। ବ୍ରିଟିଶ ଅମଳର ଏହି ପୋଲର ଲମ୍ବ ୨୩୦ ମିଟର । ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ତତ୍କାଳୀନ ମୋରବୀ ଶାସକ ଏହାକୁ ନିର୍ମାଣ କରିଥିଲେ । ଏହି ଐତିହ୍ୟ ବ୍ରିଜ୍ ମରାମତି ପରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଦୁର୍ଘଟଣା ଦିନ ଏହା ଉପରେ ପ୍ରାୟ ୫୦୦ ଲୋକ ଥିବା ସମୟରେ ଛିଡ଼ି ଯାଇଥିଲା।
ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
Also Read : ଚାରିଆଡେ ଭାସୁଥିଲା ଶବ, ଶୁଭୁଥିଲା ବିକଳ ଚିତ୍କାର, ନିଜ ଲୋକଙ୍କୁ ଖୋଜୁଥିଲା ଆଖି; ସାମ୍ନାକୁ ଆସିଲା ଛାତିଥରା ଭିଡିଓ