Below header

ପାଦରେ ଚାଲି ଚାଲି ୧୨ ଜ୍ୟୋର୍ତିଲିଙ୍ଗ ସହ ୪ ଧାମ ଯାତ୍ରାରେ ବାହାରିଛନ୍ତି ପଞ୍ଜାବର ଯୁବକ ରୀତିକ ସକସେନା

କଥାରେ ଅଛି, ଯେକୌଣସି ମଣିଷର ମନବଳ ଯଦି ଦୃଢ ଅଛି, ଇଚ୍ଛାଶକ୍ତି ଯଦି ସେତେ ମଜବୁତ୍ ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ସ୍ଥଳରେ ସେ ପହଞ୍ଚିବାରେ ସକ୍ଷମ ହୁଏ । ଯାହା ଆଜି ପ୍ରମାଣ କରିଛନ୍ତି ପଞ୍ଜାବର ଯୁବକ ରୀତିକ ସକସେନା ।

ପୁରୀ(କେନ୍ୟୁଜ୍): କଥାରେ ଅଛି, ଯେକୌଣସି ମଣିଷର ମନବଳ ଯଦି ଦୃଢ ଅଛି, ଇଚ୍ଛାଶକ୍ତି ଯଦି ସେତେ ମଜବୁତ୍ ଅଛି ତେବେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ନିଜ ଲକ୍ଷ ସ୍ଥଳରେ ସେ ପହଞ୍ଚିବାରେ ସକ୍ଷମ ହୁଏ। ଯାହା ଆଜି ପ୍ରମାଣ କରିଛନ୍ତି ଏହି ଯୁବକ ଜଣଙ୍କ । ନିଜ ମନର ଶାନ୍ତି , ବ୍ରହ୍ମଚାରୀ ହେବାର ଫାଇଦା ତଥା ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛନ୍ତି ଏହି ଯୁବକ ଜଣକ । ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇବା ପାଇଁ ସେ ପଣ କରିଛନ୍ତି । ପାଦରେ ଚାଲି ଚାଲି ୪ ଧାମ ଯାତ୍ରା ଆରମ୍ଭ କରିଛନ୍ତି ପଞ୍ଜାବର ଏହି ଯୁବକ । ଆପଣ ଯାହା କଳ୍ପନାରେ ସୁଦ୍ଧା କେବେ ଭାବିନଥିବେ ଯୁବକ ଜଣକ ତାହା କାମରେ କରି ଦେଖାଉଛନ୍ତି ।

ମନରେ ଅଦମ୍ୟ ସାହାସ, ସବୁ ବାଧା ପ୍ରତିବନ୍ଧକକୁ କାଟି କାଟି ଆଗେଇ ଚାଲିଛି ପାଦ । ୪ ଧାମ, ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାଲି ଚାଲି ବାହାରିଛନ୍ତି ପଞ୍ଜାବର ଏହି ଯୁବକ । ଯାହାଙ୍କ ନା ରୀତିକ ସକସେନା । ୨୦୨୨ ଡିସେମ୍ବର ୧ ତାରିଖରେ ପଞ୍ଜାବରୁ ବାହାରି ଥିଲେ ସେ । ପାଦ ରେ ଚାଲି ଚାଲି ୧୨ ଟି ଜ୍ୟୋର୍ତିଲିଙ୍ଗ ଓ ୨ ଧାମ ପରିଦର୍ଶନ କରି ଗତକାଲି ଆସି ପୁରୀ ସିଂହଦ୍ୱାର ଠାରେ ପହଞ୍ଚିଥିଲେ । ସେଠାରେ ପୁରୀର କିଛି ସ୍ୱେଚ୍ଛାସେବୀ ତାଙ୍କୁ ସ୍ୱାଗତ କରିଥିଲେ । ମହାପ୍ରଭୁଙ୍କ ଭକ୍ତିରେ ସେ ଟାଣି ହୋଇଆସିଥିଲେ ପୁରୀ । ପୁରୀରେ ପହଁଚିବା ପରେ ସେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀ ମନ୍ଦିର ସୁବେଦାର ତାଙ୍କୁ ମହାପ୍ରଭୁଙ୍କ ଫଟୋ ଏବଂ ପତିତପାବନ ବାନା ପ୍ରଦାନ କରିଥିଲେ ।

ritwik

ସନାତନ ଧର୍ମର ପ୍ରଚାର ପ୍ରସାର ସହ ମହାପ୍ରଭୁଙ୍କ ଭକ୍ତିରେ ପୂର୍ବରୁ ବଦ୍ରୀନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନାତ୍ରୀ ଆଦି ହଜାର ହଜାର କିଲୋମିଟର ପାଦରେ ଚାଲିଚାଲି ଶେଷରେ ଏବେ ସେ ଆସି ପୁରୀରେ ପହଞ୍ଚିଛନ୍ତି । ରୀତିକ ସକସେନାଙ୍କ ମନବଳକୁ ମାନିବାକୁ ପଡିବ । ଦୀର୍ଘ ଦିନ ପରେ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ରୀତିକ ।

ସତ କହିବାକୁ ଗଲେ ଏଦୁନିଆରେ ଏମିତି କିଛି କାମ ନାହିଁ ଯାହା ଅସମ୍ଭବ । ସବୁ ଅସମ୍ଭବକୁ ସମ୍ଭବ କରିବାର ଦକ୍ଷତା କେବଳ ଏଇ ମଣିଷ ପାଖରେ ହିଁ ଅଛି । ଚାଲି ଚାଲି ୪ ଧାମ, ୧୨ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ଏହା ଏତେ ସହଜ କଥା ନୁହେଁ । ଅନେକ କଠିନ ପରିସ୍ଥିତି ସାମ୍ନାକୁ ଆସିଛି ଅଆଉ ଅଆଗକୁ ବି ଆସିବ ତଥାପି ରୀତିକଙ୍କ ଆତ୍ମବିଶ୍ୱାସ କହୁଛି ସେ ତାଙ୍କ ଲକ୍ଷସ୍ଥଳରେ ନିଶ୍ଚିତ ପହଁଚିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.