ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ: ଉପାସରେ ମହାପ୍ରଭୁ ଲିଙ୍ଗରାଜ, ବନ୍ଦ ରହିଛି ନୀତିକାନ୍ତି

ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଦୁଇ ସେବାୟତଙ୍କ ବିବାଦରେ ବଳି ପଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି। ଗତକାଲି ଠାରୁ ବଡ଼ସିଂହାର ନୀତି ଠାରୁ ସମସ୍ତ ନିତିକାନ୍ତି ବନ୍ଦ ଅଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ଗତକାଲି ସନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହା ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି ।ଆଜି ଦିନ ତମାମ ଶ୍ରୀଜିଉଙ୍କ କୌଣସି ନୀତି ସମ୍ପନ୍ନ ହେବ ନାହିଁ । ଏହିଭଳି ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, କି ୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବଡୁ ଓ ପୂଜାପଣ୍ଡା ନିଯୋଗ କିଏ କେତୋଟି ପଇତା ଲାଗି କରିବେ ତାହା ତୁଟି ନଥିଲା । ଶେଷରେ ଉକ୍ତ ବର୍ଷ ଏହି ପର୍ବ ବିବାଦରେ ଛନ୍ଦି ହୋଇ ହୋଇଯିବା କାରଣରୁ ପାଳନ ହୋଇ ନଥିଲା । ପରେ ମାମଲା କୋର୍ଟରେ ଯାଇ ପହଞ୍ଚି ଥିଲା । ସେବେଠାରୁ ପବିତ୍ରାରୋପଣରେ ଶ୍ରୀଲିଙ୍ଗରାଜ ଅପୂଜା ରହିବା ସହିତ ସ୍କନ୍ଦ ମଧ୍ୟ ଖାଲି ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.