Below header

ତୀର୍ଥଯାତ୍ରା ପାଲଟିଲା ଶେଷ ଯାତ୍ରା: ଟ୍ରକ-ବସ୍‌ ଦୁର୍ଘଟଣାରେ ୯ ମୃତ, ୩୧ ଆହତ

ତୀର୍ଥଯାତ୍ରା କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ । ବସ୍‌-ଟ୍ରକ ଧକ୍କା ହେବା ଫଳରେ ୯ ଜଣଙ୍କର ମୃତ୍ୟୁ ଚାଲିଥିବା ବେଳେ ୩୧ ଜଣ ଆହତ ହୋଇଛନ୍ତି । ଇରାନ ନାସିରିୟା ସହରରେ ଘଟିଛି ଦୁର୍ଘଟଣା ।

ଇରାନର ଦକ୍ଷିଣ ଅଞ୍ଚଳରେ ଥିବା ନାସିରିୟା ସହରରେ ସଡ଼କ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି । ଟ୍ରକ ଏବଂ ବସ୍ ମଧ୍ୟରେ ଏକ ବଡ଼ ଦୁର୍ଘଟଣାରେ ୯ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହାସହିତ ୩୧ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ତୀର୍ଥଯାତ୍ରାରେ ଯାଉଥିବା ଏକ ବସ୍ ଏବଂ ଟ୍ରକ ସହ ଧକ୍କା ହେବା ଫଳରେ ୯ ଜଣ ଇରାନୀ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ୩୧ ଜଣ ଲୋକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ ।

ତୀର୍ଥଯାତ୍ରୀ ବସ୍‌ ପବିତ୍ର ଶିୟା ମୁସଲିମ ସହର କର୍ବଲା ଯାଉଥିଲା । ଏହି ସହର ମୁସଲିମଙ୍କ ପାଇଁ ପବିତ୍ର ସ୍ଥାନ ମଧ୍ୟରେ ଅନ୍ୟତମ । ଏହା ବାଗଦାଦ ଠାରୁ ୮୮ କିମି ଦୂରରେ ଅବସ୍ଥିତ ।

ସୂଚନାଯୋଗ୍ୟ, କିଛିଦିନ ତଳ ଏକ ମିନିବସ୍‌ ପର୍ଯ୍ୟଟନ ସ୍ଥଳକୁ ଯାଉଥିବା ବେଳେ କୌଣସି କାରଣ ବଶତଃ ପାହାଡ ତଳକୁ ଖସିପଡିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା । ୮ ଜଣ ଆହତ ହୋଇଥିଲେ । ଯଦି ଲୋକମାନେ ସିଟ୍‌ ବେଲ୍ଟ ବାନ୍ଧିନଥିବାରୁ ଏତେ ସଂଖ୍ୟାରେ ମତ୍ୟୁବରଣ କରିଥିଲେ ।

ସମଗ୍ର ବିଶ୍ୱରେ ଇରାନର ଟ୍ରାଫିକ ବ୍ୟବସ୍ଥା ବହୁତ ଖରାପ ବୋଲି କୁହାଯାଏ । ପ୍ରତିବର୍ଷ ୨୦ ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ଏହା ପଛରେ ଖରାପ ଡ୍ରାଭିଂ ଏବଂ ରାସ୍ତା ଅବସ୍ଥା ଶୋଚନୀୟ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.