Below header

ପୂର୍ଣ୍ଣଚନ୍ଦ୍ରଙ୍କ ପେନସିଲ ମୁନରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା

ନା ରହୁଛନ୍ତି ସେ ସହରରେ ନା ତାଙ୍କ ପାଇଁ ଅଛି କୌଣସି ତାଲିମ ସୁବିଧା । କିନ୍ତୁ ବିନା ତାଲିମରେ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା । ତାଙ୍କଦ୍ୱାରା ଅଙ୍କଯାଇଥିବା ଚିତ୍ର ଯିଏବି ଦେଖିବ କିଛି ସମୟ ଆବାକ ହୋଇଯିବ । ଏମିତି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ବନ୍ଧପାଲି ଗାଁର ପୂର୍ଣ୍ଣଚନ୍ଦ୍ର ପୁଟେଲ ।

କଣ୍ଟାମାଳ(କେନ୍ୟୁଜ): ନା ରହୁଛନ୍ତି ସେ ସହରରେ ନା ତାଙ୍କ ପାଇଁ ଅଛି କୌଣସି ତାଲିମ ସୁବିଧା । କିନ୍ତୁ ବିନା ତାଲିମରେ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା । ତାଙ୍କଦ୍ୱାରା ଅଙ୍କଯାଇଥିବା ଚିତ୍ର ଯିଏବି ଦେଖିବ କିଛି ସମୟ ଆବାକ ହୋଇଯିବ । ଏମିତି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ବନ୍ଧପାଲି ଗାଁର ପୂର୍ଣ୍ଣଚନ୍ଦ୍ର ପୁଟେଲ ।

କେଇଖଣ୍ଡ ପେନସିଲ ଓ କାଗଜଧରି ଚିତ୍ର ଆଙ୍କିବାରେ ବ୍ୟସ୍ତ ଅଛନ୍ତିି ପୂର୍ଣ୍ଣଚନ୍ଦ୍ର । ଏହାଙ୍କ ପେନସିଲ ମୁନରେ ଜୀବନ୍ତ ହୋଇଉଠିଛି ଚିତ୍ରକଳା । ତାଙ୍କଦ୍ୱାରା ଚିତ୍ରିତ ରଂଗ ବେରଂଗ ଚିତ୍ରସବୁ ଲାଗୁଛି ପୁରା ଅବିକଳ । ଏହିସବୁ ଚିତ୍ରକୁ ଯିଏବି ଦେଖିବ ତାର ମନକୁ ଛୂଇଁବ ନିଶ୍ଚୟ । ମହାପୁରୁଷଙ୍କ ଚିତ୍ର ହେଉକି ସେଲିବ୍ରଟେି ଅବା ଦେବାଦେବୀଙ୍କ ଚିତ୍ର । ଏମିତିକି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଓ କଳିଙ୍ଗ ଟିଭି ଲୋଗୋକୁ ବି ପୁରା ଅବିକଳ ଆଙ୍କିପାରୁଛନ୍ତି ଏହି ଚିତ୍ରଶିଳ୍ପୀ ଜଣକ ।

ବିନା ତାଲିମରେ ଏହିଭଳି ସୁନ୍ଦର ଚିତ୍ରସବୁ ଆଙ୍କିପାରୁଥିବା ଏହି ଯୁବକ ଛୋଟବେଳୁ ଚିତ୍ର ଆଙ୍କିବା ପ୍ରତି ଥିବା ଆଗ୍ରହ ତାଙ୍କୁ ଆଜି ଦେଇଛି ଏକ ଭିନ୍ନ ପରିଚୟ । ସବୁବେଳେ ଭିନ୍ନ କିଛି କରିବାର ରୁଚି ରଖୁଥିବା ପୁର୍ଣ୍ଣଚନ୍ଦ୍ର ପୁଟେଲ କିନ୍ତୁ ଏକ ମଫସଲ ଗାଁରେ ରହୁଥିବାରୁ ତାଙ୍କୁ ସେଭଳି ସୁଯୋଗ ମିଳିପାରୁନଥିବା କହିଛନ୍ତି । ତାଙ୍କୁ ସୁଯୋଗ ମିଳିଳେ ସେ ଆହୁରି ଆଗକୁ ବଢିବାର ଆଗ୍ରହ ରଖିଥିବା କହିଛନ୍ତି ।

ବନ୍ଧପାଲି ଗାଁର ଜଣେ ସାଧାରଣ ଚାଷୀ ବିଦ୍ୟାଧର ପୁଟେଲଙ୍କ ପୁଅ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପୁଟେଲ । ଛୋଟବେଳୁ ଚିତ୍ରକଳା ପ୍ରତି ପୂର୍ଣ୍ଣଚନ୍ଦ୍ରଙ୍କ ଆଗ୍ରହକୁ ଦେଖି ତାଙ୍କ ବାପା ରଙ୍ଗ ବେରଙ୍ଗର ପେନସିଲ ଓ କାଗଜ ଯୋଗାଇଦେଉଥିଲେ । ପୂର୍ଣ୍ଣଚନ୍ଦ୍ର ମଧ୍ୟ ବଡ ଆଗ୍ରହ ସହକାରେ ନିଜ ଇଚ୍ଛା ଅନୁସାରେ ଚିତ୍ର ଆଙ୍କିବାରେ ଲାଗିପଡୁଥିଲେ । ତେବେ ତାଙ୍କ ଭିତରେ ଥିବା ସୃଜନଶିଳତା ଯୋଗୁଁ ସେ ଆଜି ଏକ ଉଚ୍ଚକୋଟିର ଚିତ୍ରଶିଳ୍ପୀ ହୋଇପାରିଛନ୍ତି । ପୂର୍ଣ୍ଣଚନ୍ଦ୍ରଙ୍କ ଅଧିକ ତାଲିମ ପାଇଁ ଗାଁରେ କିଛି ବ୍ୟବସ୍ଥା ନଥିବାବେଳେ ବାହାରକୁ ପଠାଇ ତାଲିମ ବ୍ୟବସ୍ଥା କରାଇବାଜୁ ସକ୍ଷମ ନୁହଁନ୍ତି ତାଙ୍କ ବାପା । ଏଣୁ ଏବେ ସରକାରୀ ଭାବେ ପ୍ରୋତ୍ସାହିତ କରାଗଲେ ବାହାରେ ତାଲିମ ନେଇ ପୂର୍ଣ୍ଣଚନ୍ଦ୍ର ପୁଟେଲ ବହୁତ ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି ତାଙ୍କ ବାପା ଓ ବନ୍ଧୁ ।

ନିଜର ଏ ପ୍ରତିଭାକୁ ନେଇ ଚର୍ଚ୍ଚା ସାଙ୍ଗକୁ ନିଜ ପରିବାରକୁ ଚଳାଇ ସ୍ୱାବଲମ୍ବୀ ହେବାକୁ ଚାହୁଁଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ । ତେବେ ଭବିଷ୍ୟତରେ ଜଣେ ବଡ଼ ଚିତ୍ରକାର ହେବାର ସ୍ୱପ୍ନ ଦେଖିଛନ୍ତି ସେ । ତେବେ ଯାହାବି ହେଉ ପୂର୍ଣ୍ଣଚନ୍ଦ୍ରଙ୍କ ଏଇ ଜୀବନ୍ତ ଚିତ୍ର ଦେଖି ତାଙ୍କ ପାଇଁ ଗର୍ବ କରୁଛନ୍ତି ସାରା ପରିବାର ଏବଂ ସ୍ଥାନୀୟ ଲୋକେ ।

କଣ୍ଟାମାଳରୁ ଭର୍ଜନ କୁମାର ପ୍ରଧାନ,

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.