ପ୍ରେମିକା ସହିତ ଫେରାର ହୋଇଗଲା ପୁଅ, ମା’କୁ ନିବସ୍ତ୍ର କରି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପିଟିଲେ ଲୋକେ

ପୁଅ ପାଇଁ ମା’କୁ ମିଳିଲା ଶାସ୍ତି । ପ୍ରେମିକାକୁ ନେଇ ପୁଅ ଫେରାର ହୋଇଯିବାରୁ ମା’କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଉଲଗ୍ନ କରି ପିଟିଲେ ଲୋକେ । ଏଭଳି ଘଟଣା କର୍ଣ୍ଣାଟକର ବେଲାଗାଭିରେ ଘଟିଛି ।

ପ୍ରେମିକା ସହିତ ଫେରାର ହୋଇଗଲା ପୁଅ ଆଉ ସେଥିପାଇଁ ମା’କୁ ମିଳିଲା ଶାସ୍ତି । ଜଣେ ମହିଳାଙ୍କୁ କିଛି ଲୋକ ଘରୁ ଘୋଷାଡ଼ି ଆଣିବା ସହ ଉଲଗ୍ନ କରି ଖୁଣ୍ଟିରେ ବାନ୍ଧି ପ୍ରବଳ ମାଡ଼ ମାରିଥିବା ଖବର ସାମ୍ନାକୁ ଆସିଛି । ମହିଳାଙ୍କୁ ଇଲେକ୍ଟ୍ରି ପୋଲରେ ବାନ୍ଧି ସମସ୍ତଙ୍କ ସାମ୍ନାରେ ଉଲଗ୍ନ କରି ବୁଲାଇଥିଲେ । ଏଭଳି ଘଟଣା କର୍ଣ୍ଣାଟକର ବେଲାଗାଭିରେ ଘଟିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଗୃହମନ୍ତ୍ରୀ ଜି ପରମେଶ୍ୱର ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି ।
ଖବର ମୁତାବକ, କର୍ଣ୍ଣାଟକର ବେଲାଗାଭିରେ ୪୨ ବର୍ଷୀୟ ମହିଳାଙ୍କ ପୁଅ ଜଣେ ଝିଅକୁ ଭଲ ପାଉଥିଲେ । ତେଣୁ ସେହି ଯୁବତୀ ସହିତ ଫେରାର ହୋଇଥିଲା ପୁଅ । ତେବେ ପୁଅ ପ୍ରେମ ସଂପର୍କକୁ ନେଇ ଫେରାର ହେବା ପରେ ମହିଳାଙ୍କୁ ଶାସ୍ତି ମିଳିଛି । ପୁଅ ଫେରାର ହୋଇଯିବାରୁ କିଛି ଲୋକ ସେହି ମହିଳାଙ୍କୁ ଘରୁ ଟାଣିଆଣି ତାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଉଲଗ୍ନ କରି ପିଟିଛନ୍ତି । ଏହାଛଡା ସମସ୍ତଙ୍କ ସାମ୍ନାରେ ବୁଲାଇଛନ୍ତି ।

ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, “କେବଳ ବେଲାଗାଭି ନୁହେଁ, ଆମ ସରକାର ସବୁ ସ୍ଥାନରେ କଠୋର । ଅପରାଧ ଯାହା ବି ହେଉ, ଆମେ ଅପରାଧ କରିଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି ଯେ, ପୀଡ଼ିତା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଦେଖା କରିବାକୁ ସେ ନିଜେ ଯାଇଥିଲେ ବୋଲି ପରମେଶ୍ୱର କହିଛନ୍ତି । ଘଟଣାରେ ୭ ଜଣ ଲୋକ ସାମିଲ ଥିଲେ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଫେରାର ହୋଇଥିବା ଯୁବକ ଏବଂ ଯୁବତୀଙ୍କ ଉପରେ ପୋଲିସ ନଜର ରଖିଛି ।

ତେବେ ଏହି ଘଟଣାରେ ମା’ର କ’ଣ ଭୁଲ ରହିଲା । ମା’କୁ କ’ଣ ପାଇଁ ଏମିତି ଦଣ୍ଡ ଦେଲେ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.