ଆସନ୍ତା ୨୪ରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି ! ସମ୍ବଲପୁରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ

ଆସନ୍ତା ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୨୪ ତାରିଖରେ ନରେନ୍ଦ୍ର ମୋଦି ସମ୍ବଲପୁର ଆସୁଥିବା ସୂଚନା ମିଳିଛି। ସମ୍ବଲପୁର IIMର ନୂତନ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳିନାହିଁ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ୨୪ ତାରିଖରେ ନରେନ୍ଦ୍ର ମୋଦି ସମ୍ବଲପୁର ଆସୁଥିବା ସୂଚନା ମିଳିଛି। ସମ୍ବଲପୁର IIMର ନୂତନ କ୍ୟାମ୍ପସ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି। ତେବେ ଏନେଇ ବିଧିବଦ୍ଧ ସୂଚନା ମିଳିନାହିଁ। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି।

ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ । ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.