ରାଜଧାନୀରେ ରାତିକେ ସିରିଜ ଚୋରି, ଆପାର୍ଟମେଣ୍ଟରୁ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ଗୋଟିଏ ରାତିରେ ସିରିଜ ଚୋରି। ଗାଡକଣ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଚୋର। ଗୋଟିଏ ରାତିରେ ଏକାସାଙ୍ଗରେ ୫ଟି ଫ୍ଲାଟରୁ ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଥମୁନି ଲୁଟେରା ଆତଙ୍କ। ଗୋଟିଏ ରାତିରେ ସିରିଜ ଚୋରି। ଗାଡକଣ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ କଳାକନା ବୁଲାଇଲେ ଚୋର। ଗୋଟିଏ ରାତିରେ ଏକାସାଙ୍ଗରେ ୫ଟି ଫ୍ଲାଟରୁ ଲୁଟ୍ ହୋଇଛି। ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଏହି ଘଟଣା ପରେ ପୁରା ଆତଙ୍କରେ ଆପାର୍ଟମେଣ୍ଟ ବାସିନ୍ଦା ।

ସେପଟେ ଲୁଟ୍‌ ନେଇ ସ୍ଥାନୀୟ ଥାନା ଏବଂ ପିସିଆର୍‌କୁ ଖବର ଦିଆଯାଇଥିଲା । ଖବର ପାଇ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସିସିଟିଭି ଆଧାରରେ ତଦନ୍ତ କରୁଛି ପୋଲିସ । ଗତ ୨ ମାସ ମଧ୍ୟରେ ରାଜଧାନୀରେ ୧୫ଟି ଆପାର୍ଟମେଣ୍ଟ ଓ ୩୧ଟି ଘରେ ଚୋରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.