ଗହୀରମଥାରେ ଅସୁରକ୍ଷିତ ଅଲିଭ ରିଡଲେ: ବେଆଇନ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ, ୧୦ ଗିରଫ

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ଜବତ ହେଲା ଟ୍ରଲର। ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ବେଆଇନ ଭାବେ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ। ସି କିଙ୍ଗ ଟ୍ରଲର ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ।

ରାଜନଗର (କେନ୍ୟୁଜ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ଜବତ ହେଲା ଟ୍ରଲର। ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ବେଆଇନ ଭାବେ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ। ସି କିଙ୍ଗ ଟ୍ରଲର ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ତେବେ ଅନ୍ୟ ଏକ ଟ୍ରଲରକୁ ବନବିଭାଗ ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ଗିରଫ ମତ୍ସ୍ୟଜୀବୀ। ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚସ୍ତରୀୟ ବୈଠକ ବସୁଛି।

ପାଟ୍ରୋଲିଙ୍ଗ ପାଇଁ ଉଚ୍ଚକ୍ଷମତା ସମ୍ପନ୍ନ ୩ଟି ବୋଟ ଯୋଗାଇ ଦିଆଯାଇଛି। କିନ୍ତୁ ଯେଉଁମାନେ କଇଁଛଙ୍କ ସୁରକ୍ଷା ପାଇଁ ନିୟୋଜିତ ହେଉଛନ୍ତି ସେମାନେ ହିଁ ଟ୍ରଲର ଜବତ କରି ମୁଲଚାଲ କରି ଛାଡିଦେଉଛନ୍ତି। ଏନେଇ ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି, ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.