Below header

ସୌଭାଗ୍ୟ ପ୍ରାପ୍ତି ପାଇଁ କୁଆଁରୀ ଝିଅ ନିଶ୍ଚୟ ରଖନ୍ତୁ ରମ୍ଭା ତୃତୀୟା ବ୍ରତ, ମିଳିବ ଭଲ ଘର ଓ ବର

ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ରମ୍ଭା ତୃତୀୟା ବୋଲି କୁହାଯାଏ। ଏହାକୁ ରମ୍ଭା ତୀଜ ବୋଲି ମଧ୍ୟ କୁହାଯାଏ। କିଛି ଲୋକ ଏହାକୁ ଅପ୍‌ସରା ରମ୍ଭା ତୃତୀୟା ବି କହିଥାନ୍ତି। ଚଳିତ ବର୍ଷ ଏହି ବ୍ରତ ଜୁନ୍‌ ୨ ଦିନ ଅର୍ଥାତ୍‌ ରବିବାର ପଡ଼ୁଛି। ଏହି ଦିନ ସଧବା ମହିଳାଙ୍କ ସମେତ କୁଆଁରୀ ଝିଅମାନେ ବିଶେଷ ଫଳ ପ୍ରାପ୍ତ କରିବା ପାଇଁ ବ୍ରତ ରଖିଥାନ୍ତି। ଏହି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ସହ ଲକ୍ଷ୍ମୀଙ୍କର ମଧ୍ୟ ପୂଜା କରାଯାଏ। ଏଥିସହ ରମ୍ଭା ଅପ୍‌ସରାଙ୍କୁ ବି ଆରାଧନା କରାଯାଏ। ତେବେ ଆଜି ଆସନ୍ତୁ ଜାଣିବା ରମ୍ଭା ତୃତୀୟା ସହ ଜଡ଼ିତ କାହାଣୀ ସମ୍ପର୍କରେ…

ପୌରାଣିକ କଥା ଅନୁସାରେ, ସମୁଦ୍ର ମନ୍ଥନ ବେଳେ ରମ୍ଭା ଅପ୍‌ସରାଙ୍କ ଉତ୍ପତ୍ତି ହୋଇଥିଲା। ଥରେ ଅସୁର ଓ ଦେବତାଙ୍କ ମଧ୍ୟରେ ଘମାଘୋଟ୍‌ ଲଢ଼େଇ ଲାଗିଲା। ଏହି ଯୁଦ୍ଧରେ ଦେବତାମାନେ ଶୋଚନୀୟ ପରାଜୟ ବରଣ କରିଥିଲେ। ଏଭଳି ସ୍ଥିତିରେ ଅସୁରଙ୍କ ଉପରେ ବିଜୟ ପ୍ରାପ୍ତ ପାଇଁ ଦେବତା ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା। ସମୁଦ୍ର ମନ୍ଥନ ବେଳେ ୧୪ ରତ୍ନଙ୍କ ମଧ୍ୟରେ ଏକ ଅପ୍‌ସରା ରମ୍ଭା ମଧ୍ୟ ଥିଲେ। ତାଙ୍କୁ ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କୁହାଯାଏ। ରମ୍ଭା ତୀଜ୍‌ ବ୍ରତ ଅପ୍‌ସରା ରମ୍ଭାଙ୍କୁ ସମର୍ପିତ ହୋଇଥାଏ। ଏହି ବ୍ରତ କଲେ ସ୍ତ୍ରୀଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଏଥିସହ ଯୌବନ ଓ ଆରୋଗ୍ୟ ମଧ୍ୟ ପ୍ରାପ୍ତ ହୁଏ।

Rambha

ରମ୍ଭା ତିଜ୍‌ର ଶୁଭ ମୁହୂର୍ତ୍ତ:

  • ତୃତୀୟା ତିଥିର ଆରମ୍ଭ- ୧ ଜୁନ୍‌, ୨୦୨୨ ବୁଧବାର ରାତି ୯.୪୭ରୁ
  • ତୃତୀୟ ତିଥିର ସମାପ୍ତ- ୩ ଜୁନ୍‌, ୨୦୨୨ ଶୁକ୍ରବାର ରାତି ୧୨.୧୭ ଯାଏଁ

Also Read: ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା: ସେପ୍ଟେମ୍ବର ୧୫ ଯାଏଁ ପଦ୍ମ ପୁରସ୍କାର ୨୦୨୩ ପାଇଁ ଭରିପାରିବେ ନାମାଙ୍କନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.