ଗୃହ ମନ୍ତ୍ରାଳୟର ବଡ଼ ଘୋଷଣା: ସେପ୍ଟେମ୍ବର ୧୫ ଯାଏଁ ପଦ୍ମ ପୁରସ୍କାର ୨୦୨୩ ପାଇଁ ଭରିପାରିବେ ନାମାଙ୍କନ

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୩ ପାଇଁ ମେ’ ୧ ରୁ ଆରମ୍ଭ ହୋଇଯାଇଛି ଅନ୍‌ଲାଇନ୍‌ ନାମାଙ୍କନ। ଏହି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି ୧୫ ସେପ୍ଟେମ୍ବର ୨୦୨୨। ଏହି ପଦ୍ମ ପୁରସ୍କାର ଆଗାମୀ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯିବ। ସୋମବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଜାତୀୟ ପୁରସ୍କାର ପୋର୍ଟାଲର ଅଫିସିଆଲ ୱେବ୍‌ସାଇଟ୍‌ରେ ହିଁ କେବଳ ଅନ୍‌ଲାଇନ୍‌ ମୋଡ୍‌ରେ ରିସିଭ୍‌ କରାଯିବ।

ପଦ୍ମ ପୁରସ୍କାର ଅର୍ଥାତ୍‌ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର। ୧୯୫୪ରେ ମସିହାରେ ଘୋଷିତ ଏହି ପୁରସ୍କାରର ଘୋଷଣା ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ କରାଯାଏ। ଏହି ପୁରସ୍କାର କଳା, ସାହିତ୍ୟ ଓ ଶିକ୍ଷା, ଖେଳ, ଚିକିତ୍ସା, ସାମାଜିକ କାର୍ଯ୍ୟ, ବିଜ୍ଞାନ ଓ ଇଞ୍ଜିନିୟରିଂ, ସାର୍ବଜନିକ କାର୍ଯ୍ୟ, ନାଗରିକ ସେବା, ବ୍ୟାପାର ଓ ଉଦ୍ୟୋଗ ଭଳି ସମସ୍ତ କ୍ଷେତ୍ର/ବିଷୟରେ ବିଶିଷ୍ଟ ଓ ଅସାଧାରଣ ଉପଲବ୍ଧି/ସେବା ପାଇଁ ଉତ୍କଷ୍ଟ କାର୍ଯ୍ୟକୁ ମାନ୍ୟତା ପ୍ରଦାନ ପାଇଁ ପ୍ରଦାନ କରାଯାଏ।

ଏହି ପୁରସ୍କାର ସମ୍ପର୍କରେ ଅଧିକ ସୂଚନା ପାଇଁ ଗୃହ ମନ୍ତ୍ରାଳୟର ୱେବ୍‌ସାଇଟ୍‌ (https://mha.gov.in) ଓ ପଦ୍ମ ପୁରସ୍କାର ପୋର୍ଟାଲ (https://padmaawards.gov.in)ରେ ପୁରସ୍କାର ଓ ପଦକରେ ଉପଲବ୍ଧ ରହିଛି। ଏହି ପୁରସ୍କାର ସମ୍ପର୍କରେ ନିୟମ ଜାଣିବା ପାଇଁ https://padmaawards.gov.in/AboutAwards.aspx ୱେବ୍‌ସାଇଟ୍‌କୁ ଯାଆନ୍ତୁ।

Also Read: ଇମ୍ରାନ୍‌ ଖାନ୍‌ଙ୍କୁ ଅଭିଶାପ ଦେଲେ ନିଜ ପାର୍ଟିର ସାଂସଦ, କହିଲେ- ତୁମ ତୃତୀୟ ସ୍ତ୍ରୀ ବି ତୁମକୁ ଛାଡ଼ି ଚାଲିଯିବ