Below header

ମା’ ସ୍ନେହ ଟାଣି ଆଣିଲା ସୁଦୂର ଆମେରିକାରୁ ଗାଁ ମାଟି, ଏବେ ତୋଳୁଛନ୍ତି ଗୋଶାଳା

ପିଲା ଦିନରୁ ଗାଈ ସେବା କରିବା ପାଇଁ ବହୁତ ଆଗ୍ରହ ରହିଥିଲା ତାଙ୍କର । ତେଣୁ ଚାକିରି କରିବା ଭିତରେ ସମୟ ବାହାର କରି ଏକ ଗୋ ଶାଳା କରିବା ପାଇଁ ମନ ବଳାଇଲେ । ଆଉ ଆରମ୍ଭ କରିଛନ୍ତି ଗାଁ ଠାକୁରଙ୍କ ନାମରେ ମଦନ ମୋହନ ଗୋଶାଳା।

ବ୍ରହ୍ମପୁର( କେନ୍ୟୁଜ) : ଗାଁ ଠାରୁ ଅଳ୍ପ ଦୂରରେ ନିର୍ମାଣ ଚାଲିଛି ଗୋ ଶାଳା। ଏହାକୁ ତିଆରି କରୁଛନ୍ତି ମୌଳାଭଂଣଜା ଗାଁର ପ୍ରଫେସର ଡ଼ଃ ରଞ୍ଜନ କୁମାର ବେହେରା। ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ବେହେରାଙ୍କ ବଡ଼ପୁଅ ରଞ୍ଜନ ଉଚ୍ଚ ଶିକ୍ଷା ପରେ ଆବୁଧାବୀ ପରେ ଆମେରିକା ଭଳି ସ୍ଥାନରେ ଚାକିରି କରିଛନ୍ତି।

ଆମେରିକାର ଟେନ୍ସି ଟେକନଲୋଜି ୟୁନିଭେରସିଟିରେ ଚାକିରି କରିବା ସମୟରେ ମାଙ୍କ ସ୍ନେହ ତାଙ୍କୁ ଖୁବ୍ ମନେପଡିଥିଲା । ଯାହାଫଳରେ ସେ ଚାକିରି ଛାଡି ସିଧା ଚାଲିଆସି ବିହାର ଆଇଆଇଟିରେ ଏସୋସିଏଟ ପ୍ରଫେସର ଇଲେକ୍ଟ୍ରିକାଲ ଇଞ୍ଜିନିଅରିଙ୍ଗ ବିଭାଗରେ କାର୍ଯ୍ୟ କଲେ । ପିଲା ଦିନରୁ ଗାଈ ସେବା କରିବା ପାଇଁ ବହୁତ ଆଗ୍ରହ ରହିଥିଲା ତାଙ୍କର । ତେଣୁ ଚାକିରି କରିବା ଭିତରେ ସମୟ ବାହାର କରି ଏକ ଗୋ ଶାଳା କରିବା ପାଇଁ ମନ ବଳାଇଲେ । ଆଉ ଆରମ୍ଭ କରିଛନ୍ତି ଗାଁ ଠାକୁରଙ୍କ ନାମରେ ମଦନ ମୋହନ ଗୋଶାଳା।

ପ୍ରଥମେ ନିଜ ଖର୍ଚ୍ଚରେ ପଚାଶ ଗାଈ ରଖିବେ ଓ ପରବର୍ତ୍ତୀ ସମୟରେ ୧୦୦୦ଗାଈ ରଖିବାକୁ ଯୋଜନା ରହିଥିବା କହିଛନ୍ତି ରଞ୍ଜନ। ଦେଶ ବିଦେଶରେ ରହିବା ଭିତରେ ଯେଉଁ ସବୁ ଅଭିଜ୍ଞତା ହାସଲ କରିଛନ୍ତି ତାକୁ ବିନିଯୋଗ କରି ଅନେକଙ୍କୁ କର୍ମ ନିଯୁକ୍ତି ଦିଆଯାଇପାରିବ ବୋଲି ରଞ୍ଜନ ଆଶା ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ସହଯୋଗ ର ହାତ ବଢ଼ାଇଛନ୍ତି ସେହି ଗାଁର ଆଉ ଜଣେ ଯୁବକ କୃଷ୍ଣ ଚନ୍ଦ୍ର ପଣ୍ଡା। କୃଷ୍ଣ ଏକ ଜର୍ମାନୀ କମ୍ପାନୀରେ ସପ୍ଟୱେୟାର ଇଞ୍ଜିନିଅର ଭାବେ କାମ କରନ୍ତି। ରଞ୍ଜନ ବେହେରାଙ୍କ କଥା ଶୁଣିବା ପରେ ଗୋ ଶାଳା କାର୍ଯ୍ୟରେ ସେ ନିଜକୁ ସାମିଲ କରିଛନ୍ତି।

ମୌଳାଭଂଣଜା ଗାଁର ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ବେହେରାଙ୍କ ତିନି ପୁଅ ଓ ଗୋଟିଏ ଝିଅ । ସମସ୍ତେ ଚାକିରୀ କରି ସୁନାମ ଅର୍ଜନ କରିଛନ୍ତି । ବଡ଼ ପୁଅ ରଞ୍ଜନ କିନ୍ତୁ ନିଜ ଗାଁ ମାଟିରେ ଯେଉଁ ଗୋ ଶାଳା କରୁଛନ୍ତି ସେଥିପାଇଁ ବହୁତ ଗର୍ବ ଅନୁଭବ କରୁଥିବା କହିଛନ୍ତି ବାପା । ଗାଁ ମାଟି ଓ ବାପା, ମାଆଙ୍କ ସ୍ନେହରେ ବାନ୍ଧି ହୋଇ ନିଜ ଗାଁରେ ରଞ୍ଜନଙ୍କ କରୁଥିବା ଏହି ମହାନ କାର୍ଯ୍ୟ ଆଗାମୀ ସମୟରେ ଅନେକ ସମ୍ଭାବନା ସୃଷ୍ଟି କରିବ ଏଥିରେ ଦ୍ଵନ୍ଦ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.