ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ସିନ୍ଧୁଆ ଡ୍ୟାମ, ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ତିନି ପଟେ ପାହାଡ ଏବଂ ମଝିରେ ପାଣି ରହିଥିବାରୁ ସବୁବେଳେ ପର୍ଯ୍ୟଟକଙ୍କୁ ତା କୋଳକୁ ଡାକି ଆଣେ । ଜଙ୍ଗଲୀ ପରିବେଶର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ଲୋକମାନଙ୍କର ଏଠାରେ ଖୁବ ଭିଡ ଲାଗେ ।

ସୋର(କେନ୍ୟୁଜ): ପିକନିକ ଋତୁ ଆସିଲେ ସିନ୍ଧୁଆ ଡ୍ୟାମରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଶୀତ ହେଉ କି ଖରା ଏହାକୁ ଖାତିର ନକରି ପର୍ଯ୍ୟଟକମାନେ ସବୁବେଳେ ବୁଲିବାକୁ ଆସନ୍ତି । ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସାଙ୍ଗକୁ ତିନି ପଟେ ପାହାଡ ଏବଂ ମଝିରେ ପାଣି ରହିଥିବାରୁ ସବୁବେଳେ ପର୍ଯ୍ୟଟକଙ୍କୁ ତା କୋଳକୁ ଡାକି ଆଣେ । ଜଙ୍ଗଲୀ ପରିବେଶର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ଲୋକମାନଙ୍କର ଏଠାରେ ଖୁବ ଭିଡ ଲାଗେ ।

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଔପଦା ବ୍ଲକ ମଧ୍ୟ ଭାଗରେ ଅବସ୍ଥିତ ଏହି ସିନ୍ଧୁଆ ଡ୍ୟାମ । ପିକନିକ ଋତୁରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକଙ୍କ ସୁଅ ଛୁଟେ । ବଣଭୋଜି କରି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମି ଥାଏ । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କିଏ ସେଲ୍ଫି ନିଏ ତ ଆଉ କିଏ ରିଲସ କରି ପୋଷ୍ଟ କରିଥାନ୍ତି । ଏବେ ଏଠାକୁ ବୁଲିଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ନିୟମିତ ରାସ୍ତା ଓ ପାନୀୟଜଳ ବ୍ୟାଵସ୍ଥା ପାଇଁ ଦାବି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.