Below header

ଚଳିତ ବର୍ଷର ଶେଷ ପୂର୍ଣ୍ଣିମାରେ ଦାନର ରହିଛି ବିଶେଷ ମହତ୍ତ୍ୱ, ଅର୍ପଣ କରନ୍ତୁ ଏହି ଜିନିଷ

ମାର୍ଗଶୀର ପୂର୍ଣ୍ଣିମା ହେଉଛି ଚଳିତ ବର୍ଷର ଶେଷ ପୂର୍ଣ୍ଣିମା । ଅନ୍ୟ ପୂର୍ଣ୍ଣିମା ତୁଳନାରେ ଏହି ପୂର୍ଣ୍ଣିମା ଦିନ ଦାନ କଲେ ୩୨ ଗୁଣା ଅଧିକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଦିନକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ । ପୂର୍ଣ୍ଣିମା ଦିନମାନଙ୍କରେ ଚନ୍ଦ୍ର ପୂର୍ଣ୍ଣ ରୂପେ ଦେଖାଯାଇଥାଏ । ଏପରି କିଛି ମାସ ଥାଏ ଯେଉଁ ମାସରେ ପୂର୍ଣ୍ଣିମାକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯାଇଛି । ସମାନ ଭାବେ ମାର୍ଗଶୀର ମାସର ପଡ଼ୁଥିବା ପୂର୍ଣ୍ଣିମା ବହୁତ ସ୍ୱତନ୍ତ୍ର ହୋଇଥାଏ । ମାର୍ଗଶୀର ମାସ ହେଉଛି ଭଗବାନ କୃଷ୍ଣଙ୍କର ପ୍ରିୟ ମାସ । ପୂର୍ଣ୍ଣିମା ଦିନ ନଦୀରେ ଗାଧୋଇବା ଏବଂ ଦାନ କରିବା ବହୁତ ଭଲ ହୋଇଥାଏ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ସତ୍ୟ ଯୁଗର ଆରମ୍ଭ ମାର୍ଗଶୀର ମାସରୁ ହିଁ ହୋଇଥିଲା । ଏଥର ମାର୍ଗଶୀର ପୂର୍ଣ୍ଣିମା ବହୁତ ଧୁମଧାମରେ ପାଳନ କରାଯାଇଛି । ଏହା ବ୍ୟତୀତ ମାର୍ଗଶୀର ପୂର୍ଣ୍ଣିମା ହେଉଛି ଚଳିତ ବର୍ଷର ଶେଷ ପୂର୍ଣ୍ଣିମା । ଅନ୍ୟ ପୂର୍ଣ୍ଣିମା ତୁଳନାରେ ଏହି ପୂର୍ଣ୍ଣିମା ଦିନ ଦାନ କଲେ ୩୨ ଗୁଣା ଅଧିକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ ପାଞ୍ଜିକା ଅନୁଯାୟୀ, ଡିସେମ୍ବର ୨୬ ସକାଳ ୫.୪୬ରୁ ମାର୍ଗଶୀର ମାସର ପୂର୍ଣ୍ଣିମା ଆରମ୍ଭ ହୋଇଯାଇଛି, ଯାହା ଡିସେମ୍ବର ୨୭ ସକାଳ ୬.୦୨ ପର୍ଯ୍ୟନ୍ତ ଚାଲିବ । ଭକ୍ତମାନେ ପୂର୍ଣ୍ଣିମା ଦିନ ସ୍ନାନ, ଦାନ ଏବଂ ଉପାସନା କରିବା ବହୁତ ଲାଭ ହୋଇଥାଏ ବୋଲି କୁହାଯାଏ । ପ୍ରତ୍ୟେକ ପୂର୍ଣ୍ଣିମା ଦିନ ସକାଳେ ଘର ସଫା କରିବା ଏବଂ ଗାଧୋଇବା ଦ୍ୱାରା ପୂର୍ଣ୍ଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣ ନଦୀରେ ଗାଧୋଇବାକୁ ସକ୍ଷମ ନୁହଁନ୍ତି ତେବେ ଗଙ୍ଗା ଜଳକୁ ଗାଧୁଆ ପାଣିରେ ମିଶାଇ ଘରେ ସ୍ନାନ କରି ପାରିବେ । ଘର ସାମ୍ନାରେ ରଙ୍ଗୋଲି ତିଆରି କରିବା ମଧ୍ୟ ଭଲ ହୋଇଥାଏ । ପୂଜାପାଠ ସ୍ଥାନରେ ଗଙ୍ଗା ପାଣି ଛିଞ୍ଚନ୍ତୁ ଏବଂ ଯଦି ଗାଈ ଗୋବର ଦ୍ୱାରା ପୂଜା ସ୍ଥାନକୁ ଶୁଦ୍ଧ କରି ପାରିବେ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହେବ । ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଗଙ୍ଗା ପାଣି ଏବଂ କଞ୍ଚା କ୍ଷୀରକୁ ମିଶାଇ ଭଗବାନ ବିଷ୍ଣୁ, ଗଣେଶ ଏବଂ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ।

ପରେ ଚନ୍ଦନ, ଫୁଲ, ଫଳ, ତୁଳସୀ ପତ୍ର, ମିଠା, ଧୂପ ଏବଂ ଦୀପ ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ । ମାର୍ଗଶୀର ପୂର୍ଣ୍ଣିମା ଦିନ ସତ୍ୟନାରାୟଣଙ୍କ କାହାଣୀ ପଢ଼ିବାର ବହୁତ ଲାଭ ରହିଛି । ଶେଷରେ ଆଳତୀ କରି ସମସ୍ତଙ୍କୁ ପ୍ରସାଦ ବାଣ୍ଟିବା ଦ୍ୱାରା ପୂଣ୍ୟ ଫଳ ମିଳିଥାଏ । ଏହି ଦିନ ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ଅଭାବୀ ଲୋକଙ୍କୁ ଟଙ୍କା, ଶସ୍ୟ, ଶୀତ ପୋଷାକ ଇତ୍ୟାଦି ଦାନ କରିବା ବହୁତ ଲାଭଦାୟକ ହୋଇଥାଏ । ବ୍ରାହ୍ମଣଙ୍କୁ ଖାଦ୍ୟ ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.