Below header

୧୬ ସଂସ୍କାର ମଧ୍ୟରେ ଗୋଟେ ସଂସ୍କାର କର୍ଣ୍ଣବିନ୍ଧ, ଜାଣନ୍ତୁ ଏହାର କ’ଣ ରହିଛି ମହତ୍ତ୍ୱ ?

ହିନ୍ଦୁ ଧର୍ମରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ମଣିଷର ୧୬ଟି ସଂସ୍କାର କରାଯାଏ। ଶାସ୍ତ୍ରରେ ଏହି ୧୬ଟି ସଂସ୍କାରର ମହତ୍ତ୍ୱ ମଧ୍ୟ ବେଶ୍‌ ରହିଥାଏ। ସମସ୍ତ ୧୬ ସଂସ୍କାରର ଅଲଗା ଅଲଗା ମହତ୍ତ୍ୱ ଓ ବିଶେଷତ୍ୱ ରହିଥାଏ। ଏହି ୧୬ ସଂସ୍କାର ମଧ୍ୟରେ କର୍ଣ୍ଣ ବିନ୍ଧା ବା କାନ ଫୋଡିବା ଏକ ସଂସ୍କାର। ବାଲ୍ୟବସ୍ଥାରେ ପିଲାର ଏହି ସଂସ୍କାର କରାଯାଏ। କ’ଣ ପାଇଁ କାନ ଫୋଡା ଯାଏ, ଏହା ପଛରେ ମାନ୍ୟତା କ’ଣ ?

ହିନ୍ଦୁ ଧର୍ମରେ ଯେଉଁ ୧୬ଟି ସଂସ୍କାର ବିଷୟରେ କୁହାଯାଇଛି, ସେଥି ମଧ୍ୟରୁ କାନ ଫୋଡିବା ଏକ ସଂସ୍କାର। ଏହି ସଂସ୍କାର ଯୋଗୁଁ ପିଲାବେଳୁ ହିଁ ପିଲାର କାନ ଫୋଡାଯାଏ। ପୁଅମାନେ ଡାହାଣ ଏବଂ ଝିଅମାନେ ବାମ କାନ ଫୋଡିଥାନ୍ତି। ଅବଶ୍ୟ ଝିଅମାନେ ଦୁଇଟି ଯାକ କାନ ଫୋଡିଥାନ୍ତି। ଏହି ସମୟରେ କର୍ଣ୍ଣଭେଦନ ମନ୍ତ୍ରକୁ ଉଚ୍ଚାରଣ କରିବା ସହିତ ସୁନା ପିନ୍ଧାଇ ଦିଆଯାଏ।

କାନ ଫୋଡାର ମହତ୍ତ୍ୱ

ଧାର୍ମିକ ଗ୍ରନ୍ଥରେ କାନ ଫୋଡିବା ସଂସ୍କାରର ବିଶେଷ ମହତ୍ତ୍ୱ ରହିଥାଏ। ଏହାଦ୍ୱାରା ସୌନ୍ଦର୍ଯ୍ୟ, ବୃଦ୍ଧି ଏବଂ ଶରୀର ପାଇଁ ଖାସ୍‌ ହୋଇଥାଏ। ମାନ୍ୟତା ରହିଛି କି, କାନ ଫୋଡିବା ସଂସ୍କାର ଦ୍ୱାରା ପିଲାକୁ ଶୁଣିବାର କ୍ଷମତା ବୃଦ୍ଧି ପାଇଥାଏ। ଏହାଛଡା ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ, କାନ ଫୋଡିବା ଦ୍ୱରା ପକ୍ଷାଘାତ ଭଳି ଗମ୍ଭୀର ରୋଗର ସମ୍ଭାବନା କମ୍‌ ରହିଥାଏ। କାନର ତଳ ଭାଗର ପଏଣ୍ଟ ମସ୍ତିଷ୍କ ସହିତ ଜଡିତ ଥାଏ। ଏହି ପଏଣ୍ଟକୁ କଣା କରିବା ଦ୍ୱାରା ମସ୍ତିଷ୍କର ବିକାଶ ଦ୍ରୁତ ଗତିରେ ହୋଇଥାଏ।

ear
Photo credit: SheKnows

କେବେ କାନ ଫୋଡିବା ଉଚିତ ?

ହିନ୍ଦୁ ଧର୍ମ ଅନୁସାରେ, କାନ ଫୋଡିବା ପାଇଁ କୌଣସି ଶୁଭ ମୁହୂର୍ତ୍ତ ଉଲ୍ଲେଖ କରାଯାଇନାହିଁ। ଯାହା ମୁତାବକ, ପିଲା ଜନ୍ମ ହେବାର ୧୨ରୁ ୧୬ ଦିନ ଭିତରେ କାନ ଫୋଡିବା ସର୍ବୋତ୍ତମ। ଏହା ସହିତ ଜନ୍ମ ହେବାର ୬ ମାସ, ୭ ମାସ କିମ୍ବା ୮ ମାସରେ କରିବା ଉଚିତ। ଯଦି ପିଲାର କର୍ଣ୍ଣବିନ୍ଧା ସଂସ୍କାର ବର୍ଷେ ଭିତରେ ହୋଇନାହିଁ, ତେବେ ୩ବର୍ଷ, ୫ ବର୍ଷ କିମ୍ବା ୭ ବର୍ଷ ମଧ୍ୟରେ କରିନେବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.