କ’ଣ ଏବେ ଥମିବ ଯୁଦ୍ଧ? ରୁଷୀୟ ହେଲିକାପ୍ଟର ଏୟାରଫିଲ୍ଡ ଛାଡ଼ିଲେ, ସାଟେଲାଇଟ୍‌ ଫଟୋରୁ ହେଲା ଖୁଲାସା!

ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ୨୮ ଦିନରୁ ଯୁଦ୍ଧ ଚାଲିଛି। କିନ୍ତୁ ଏବେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ଚର୍ନୋବାଇଭକାର ଏୟାରଫିଲ୍ଡ ସାଟେଲାଇଟ୍‌ ଇମେଜ୍‌ରେ ରୁଷୀୟ ହେଲିକାପ୍ଟର ଆଉ ଦେଖାଯାଉ ନାହିଁ, ଯାହାକି ପୂର୍ବରୁ ସ୍ପଷ୍ଟ ଦେଖାଯାଉଥିଲା। ୟୁକ୍ରେନ କହିଛି, ଏହି ଏୟାରଫିଲ୍ମରେ ୟୁକ୍ରେନ ସେନା ୮ ଥର ମିଲିଟାରୀ ଯନ୍ତ୍ର ଉପରେ ଗୁଳିବର୍ଷା କରିଛି।

କହି ରଖୁଛୁ, ରୁଷ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନ ସେନା ପ୍ରଥମରୁ ହିଁ ଯେଭଳି ଭାବେ ମସ୍କୋ ସେନାକୁ ମୁକାବିଲା କରି ଆସିଛି, ସେଥିରେ ସେନାର ଖୁବ୍‌ ପ୍ରଶଂସା ହେଉଛି। ଗତ କିଛି ଦିନରେ ଏହି ପ୍ରଶଂସା ଆହୁରି ବଢ଼ି ଯାଇଛି। ଅନେକ ଦେଶ ୟୁକ୍ରେନ ସପୋର୍ଟରେ ଆସିଛନ୍ତି ଏବଂ ରୁଷର ଆକ୍ରାତ୍ମକ ମନୋଭାବ ଦେଖି ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି।

ଜାଭଲିନ୍‌ ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ ଜରିଆରେ ୟୁକ୍ରେନ ସେନା ରୁଷ ସେନା ଉପରେ ଖୁବ୍‌ ଆକ୍ରମଣ କରିଛି ଏବଂ ସେନାର ଅନେକ ଟ୍ୟାଙ୍କକୁ ନଷ୍ଟ କରି ଦେଇଛି। ସୈନ୍ୟ ବିଶେଷଜ୍ଞ ମଧ୍ୟ ଏହି କଥାକୁ ସ୍ୱୀକାର କରି କହିଛନ୍ତି, ଆମେରିକାରେ ତିଆରି ଏହି ହାଲୁକା ତଥା ଘାତକ ଅସ୍ତ୍ର ରୁଷୀୟ ଟ୍ୟାଙ୍କଗୁଡ଼ିକୁ ଯଥେଷ୍ଟ କ୍ଷତି ପହଞ୍ଚାଇବାରେ ୟୁକ୍ରେନ ସୈନ୍ୟଙ୍କୁ ସାହାଯ୍ୟ କରିଛି। ଯେମିତି ଯେମିତି ରୁଷୀୟ ସୈନ୍ୟ କିଭ୍‌ ଆଡ଼କୁ ବଢ଼ୁଛି, ସେମିତି ୟୁକ୍ରେନ ସେନା ବି ଏହି ଅସ୍ତ୍ରର ବ୍ୟବହାରକୁ ତୀବ୍ର କରି ଦେଇଛି। ସେପଟେ ଯୁଦ୍ଧ ଭିତରେ ଆମେରିକା-ୟୁକ୍ରେନ ଏବଂ ରୁଷ ମଧ୍ୟରେ ବାକ୍‌ ଯୁଦ୍ଧ ମଧ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.