Below header

ଅନାମିକା ଆଙ୍ଗୁଠିରୁ ଜାଣିପାରିବେ ଆପଣ ହେବେ କେତେ ଧନୀ, ଜାଣନ୍ତୁ କ’ଣ କହୁଛି ସାମୁଦ୍ରିକ ଶାସ୍ତ୍ର

ଜ୍ୟୋତିଷ ଶାସ୍ତ୍ରରେ ଯେମିତି କୁଣ୍ଡଳୀରେ ଥିବା ଗ୍ରହକୁ ବିଶ୍ଳେଷଣ କରି ବ୍ୟକ୍ତିର ଭବିଷ୍ୟତ ସମ୍ପର୍କରେ କୁହାଯାଇପାରେ । ସେହିପରି ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶରୀର ଉପରେ ଥିବା ଚିହ୍ନ ଓ ଅଂଗର ଆକାରକୁ ବିଶ୍ଲେଷଣ କରି ମଧ୍ୟ ଭବିଷ୍ୟତ କଥା କୁହାଯାଇପାରେ । ଏଠାରେ ଆମେ ଅନାମିକା ଆଙ୍ଗୁଳି ସମ୍ପର୍କରେ କହିବାକୁ ଯାଉଛୁ । ଅନାମିକା ଆଙ୍ଗୁଳିକୁ ଦେଖି ବ୍ୟକ୍ତି ପାଖରେ କେତେ ଧନ ରହିବ କୁହାଯାଇ ପାରିବ ।

ହୋଇପାରନ୍ତି ବିଶିଷ୍ଟ ଶିଳ୍ପପତି

ଅନାମିକା ଅଂଗୁଳିକୁ ରିଙ୍ଗ ଫିଗର କୁହାଯାଇଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ରିଙ୍ଗ ଫିଙ୍ଗର ଉପରେ ଏକ ସରଳ ଲମ୍ବା ରେଖା ବାହାରି ଅଂଗୁଳିର ପ୍ରଥମ ପବ ନିକଟକୁ ଚାଲିଯାଏ, ଏପରି ରେଖା ଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ବହୁତ ମଜବୁତ ହୋଇଥାଏ । ଏହି ଲୋକ କମ ସମୟରେ ସମାଜରେ ଭଲ ପରିଚୟ ବନାଇଥାନ୍ତି । ଏହି ବ୍ୟକ୍ତି ବିଶିଷ୍ଟ ଶିଳ୍ପପତି ବି ହୋଇଥାନ୍ତି ।

ଅନାମିକା ଅଂଗୁଳି ଲମ୍ବା ହେଲେ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଅନାମିକା ଅଂଗୁଳି ଯଦି ତର୍ଜନୀ ଅଂଗୁଳି ଠାରୁ ଲମ୍ବା ହୁଏ,ତେବେ ଏପରି ବ୍ୟକ୍ତିଙ୍କ ଚେହେରାରେ ଉଜ୍ଜଳତା ରହିଥାଏ । ଏହି ଲୋକ ନିଜର କଥାର ପକ୍କା ହୋଇଥାନ୍ତି । ଏମାନେ କାହା ଆଗରେ ନଇଁବାକୁ ପସନ୍ଦ କରିନଥାନ୍ତି । ଏଥିପାଇଁ ତାଙ୍କର ଯେତେ ବି ନଷ୍ଟ ହେଉ ନା କାହିଁକି ଯାଏସ ନାହିଁ । ହେଲେ ଏହି ଲୋକ ନିଜ ଜୀବନ ସାଥୀଙ୍କ୍‌ୁ ବହୁତ ପ୍ରେମ କରିଥାନ୍ତି ।

ସ୍ୱତନ୍ତ୍ରତା ଏମାନଙ୍କର ପ୍ରିୟ ହୋଇଥାଏ

ଯଦି କେଉଁ ବ୍ୟକ୍ତିଙ୍କ ତର୍ଜ୍ଜନୀ ଅଂଗୁଳିର ଦୀର୍ଘ ବା ଲମ୍ବା ଅନାମିକା ଅଂଗୁଳି ସହ ସମାନ ହୋଇଥାଏ, ସେ ବ୍ୟକ୍ତି ଲିଡର ଓ ସାହାସୀ ହୋଇଥାନ୍ତି । ଏହି ଲୋକଙ୍କ ମସ୍ତିସ୍କ ବହୁତ ତୀକ୍ଷ୍ଣ ହୋଇଥାଏ । ଏହି ଲୋକେ ଖୋଲି କରି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏମାନଙ୍କୁ ସ୍ୱାଧୀନତା ପସନ୍ଦ ହୋଇଥାଏ । ଏହି ଲୋକେ ସବୁ କାମ ନିଜ ଇଚ୍ଛାରେ କରିଥାନ୍ତି । ଏମାନଙ୍କୁ କାହାର ଚାପ ପସନ୍ଦ ହୋଇ ନଥାଏ । ଏହି ବ୍ୟକ୍ତି ନିଜ ଭାଗ୍ୟର ନିଜେ ନିର୍ମାତା ହୋଇଥାନ୍ତି । ଜୀବନରେ ସେମାନେ ଯେଉଁ କାମରେ ହାତ ଦିଅନ୍ତି, ସେଥିରେ ସଫଳତା ପାଇଥାନ୍ତି । ଏମାନେ କଥା ବାର୍ତ୍ତାରେ ବହୁତ ନିପୁଣ ହୋଇଥାନ୍ତି ।

ଅନାମିକା ଛୋଟ ହେଲେ

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଅନାମିକା ଅଂଗୁଳି ଛୋଟ ହେବା ଶୁଭ ସଂକେତ ନୁହେଁ । ଏପରି ହେଲେ ଏହି ଲୋକ ଜୀବନ ସାରା ସଂଘର୍ଷ କରିଥାନ୍ତି । ଏହି ଲୋକ କାହା ସହ ଧୋକ୍କା ବି ଦେଇଥାନ୍ତି । ଯେଉଁଥିପାଇଁ ଏମାନଙ୍କୁ ବଦନାମ ହେବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.